ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହାଦେବ ବେଟିଂ ଆପ୍‌ ମାମଲା, ୫୮୦ କୋଟି ଟଙ୍କା ଫ୍ରିଜ୍‌ କଲା ଇଡି

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ ମାଲାରେ ଇଡିର ବଡ଼ ଆକ୍ସନ ।  ୫୮୦ କୋଟି ଟଙ୍କା ଫ୍ରିଜ୍‌ ଏବଂ ପ୍ରାୟ ୨ କୋଟି ଟଙ୍କା ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।  ମହାଦେବ ବେଟିଂ ଆପ୍‌ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ୫୮୦ କୋଟି ଟଙ୍କା ଫ୍ରିଜ୍‌ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନଗଦ ୧.୮୬ କୋଟି ଟଙ୍କା ଏବଂ ୧.୭୮ କୋଟି ଟଙ୍କାର ଜିନିଷ ଜବତ କରିଛି ଇଡି । 

ତଦନ୍ତ ଏଜେନ୍ସି ପକ୍ଷରୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ରାୟପୁର, ଇନ୍ଦୋର ଏବଂ ଗୁରୁଗ୍ରାମରେ ଚଢ଼ାଉ କରାଯାଇଛି । ଏହି ମାମଲାରେ ଇଡି ୯ ଅଭିଯୁକ୍ତଙ୍କୁ ମଧ୍ୟ ଗିରିଫ କରିଛି । କେବଳ ସେତିକି ନୁହେଁ ବେଟିଂ ଆପ୍‌ ମାମଲାରେ ଇଡି ଏବେ ସୁଦ୍ଧା ୧୨୯୬ କୋଟି ଟଙ୍କା ଅଧିକ ଫ୍ରିଜ୍‌ ଏବଂ ଜବତ କରିସାରିଛି ।  ଏହା ପୂର୍ବରୁ ଫେବୃଆରୀ ୨୮ରେ ଦିଲ୍ଲୀ ଏନସିଆର, ମୁମ୍ବାଇ, ପଶ୍ଚିମବଙ୍ଗ ସମେତ ୧୫ଟି ସ୍ଥାନରେ ଇଡି ଚଢ଼ାଉ କରିଥିଲା । 

ଏହି ମାମଲାରେ ଛତିଶଗଡ଼ର ଅନେକ ନେତା ଏବଂ ଅଧିକାରୀ ଛନ୍ଦି ହୋଇପଡ଼ିଛନ୍ତି । ତେବେ ଛତିଶଗଡ଼ ପୋଲିସର ଏଫଆଇଆର ଆଧାରରେ ଇଡି ତଦନ୍ତ ଜାରି ରଖିଛି । ଏହା ବ୍ୟତୀତ ବିଶାଖାପାଟନମ ପୋଲିସ ଏବଂ କିଛି ରାଜ୍ୟର ପୋଲିସ ମହାଦେବ ଆପ୍‌ ମାମଲାରେ ମାମଲା ରୁଜୁ କରିଛନ୍ତି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.