ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭଦୋଦରା ଏକ୍ସପ୍ରେସୱେରେ ବଡ଼ ଦୁର୍ଘଟଣା, ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଲା କାର୍, ୧୦ ମୃତ...

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦ ଭଦୋଦରା ଏକ୍ସପ୍ରେସୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ କାର ଏକ ତେଲ ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେବା କାରଣରୁ କାରରେ ଥିବା ୧୦ ଜଣ ଲୋକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇଥିବା କାର ଭଦୋଦରା ଠାରୁ ଅହମ୍ମଦାବାଦ ଯାଉଥିଲା । 

ଏହି ଘଟଣା ଅହମ୍ମଦାବାଦ ଭଦୋଦରା ଏକ୍ସପ୍ରେସୱେରେ ନଡିଆଡ ନିକଟରେ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରରେ ଥିବା ସମସ୍ତ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ରାଜପଥ କିଛି ସମୟ ପାଇଁ ଜାମ୍ ରହିଥିଲା । ପରେ 108 ର ଦୁଇଟି ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଏକ୍ସପ୍ରେସ ହାଇୱେ ପାଟ୍ରୋଲିଂ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହାପୂର୍ବରୁ ଅକ୍ଟୋବର ୨୦୨୩ ରେ ଗୁଜୁରାଟ-ରାଜସ୍ଥାନ ସୀମାରେ ଥିବା ରତନପୁର ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ  ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଥିଲେ । ବ୍ରେକ୍ ଫେଲ୍ ହେତୁ ଏକ କ୍ରୁଜର ଜିପ୍ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଜିପ୍ ରେ ଶ୍ରମିକ ଥିଲେ । ଯେଉଁମାନେ ବିଚିୱାଡା ଠାରୁ ଅହମ୍ମଦାବାଦ ଯାଉଥିଲେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.