ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ ବିରୁଦ୍ଧରେ ମାଳଦୀପର ଚକ୍ରାନ୍ତ, ଚୀନ ରାଷ୍ଟ୍ରଦୂତଙ୍କୁ ଭେଟିଲେ ମାଳଦୀପ ରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ, ୫।୬: ଭାରତ ବିରୁଦ୍ଧରେ ମାଳଦୀପର ଚକ୍ରାନ୍ତ । ମାଳଦୀପ ରାଷ୍ଟ୍ରପତି ଶପଥ ନେବା ପରେ ଭାରତୀୟ ସୈନିକଙ୍କୁ ନିଜ ଦେଶରୁ ପୁନର୍ବାର ଭାରତ ଫେରାଇ ଦେଇଥିଲେ । ସେବେଠୁ ହିଁ ଭାରତ ଓ ମାଳଦୀପ ମଧ୍ୟରେ ତିକ୍ତତା ଲାଗିରହିଛି । ଅନ୍ୟପଟେ ଚୀନ୍ ମଧ୍ୟ ମାଳଦୀପର ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରିଛି । ନିକଟରେ ଚୀନ୍ ମାଳଦୀପକୁ ନିଜ ଗୁପ୍ତଚର ଜାହାଜ ପଠାଇଥିବା ଖବର ମଧ୍ୟ ଆସିଥିଲା । ତେବେ ବର୍ତ୍ତମାନ ମାଳଦୀପ ଓ ଚୀନ ମିଳିତ ଭାବେ ଭାରତ ବିରୁଦ୍ଧରେ ନୂଆ ଯୋଜନା କରୁଥିବା ଖବର ମଧ୍ୟ ଶୁଣାଯାଉଛି । ମାଳଦୀପ ଚୀନ ସହ ନିଜର ସୈନ୍ୟସମୂହର ସମ୍ୱନ୍ଧ ମଜବୁତ୍ କରିବା ଲାଗି ଏନେଇ ସୋମବାର ଏକ ସାକ୍ଷାତକାର କରିଛି । ଏଥିରେ ରକ୍ଷା ମନ୍ତ୍ରୀ ଏମଜେ ମୋମୁନ ଓ ଚୀନ୍ ରାଷ୍ଟ୍ରଦୂତ ୱାଙ୍ଗ ଲିକ୍ସିନ ଉଭୟ ଦୁଇ ଦେଶ ମଧ୍ୟରେ ସୁରକ୍ଷା ବିଭାଗକୁ ନେଇ ଆଲୋଚନା କରିଛନ୍ତି । 

ଭାରତ ସହ ସମ୍ପର୍କରେ ତିକ୍ତତା ପରେ ମୁଇଜୁ ସରକାର ଚୀନ ସହ ନିଜ ବନ୍ଧୁତା ମଜବୁତ୍ କରିବାକୁ ପ୍ରୟାସ ଜାରି ରଖିଛି । ଯାହା ଫଳରେ ଭାରତକୁ ବିପକ୍ଷ ଦେଶର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଛି । କାରଣ ଚୀନର ଗୁପ୍ତଚର ଜାହାଜକୁ କୌଣସି ଦେଶ ନିଜ ତଟରେ ରଖିବାକୁ ଅନୁମତି ଦେଇନଥିବା ବେଳେ ମାଳଦୀପ ନିଜର ବିଶେଷ ଆର୍ଥିକ କ୍ଷେତ୍ରଠାରେ ସେହି ଜାହାଜକୁ ୧ ମାସ ଧରି ରଖିଥିଲା । ଯେଉଁ କାରଣରୁ ସହ ଚୀନର ଅନେକ ଦେଶ ସହ ତିକ୍ତତା ସୃଷ୍ଟି ହୋଇଛି । 

ଭାରତ ସରକାର ପକ୍ଷରୁ ଦିଆଯାଇଥିବା ଏଚଏଏଲର ହେଲିକପ୍ଟର ସଞ୍ଚାଳନ ମାଳଦୀପ ହାତରେ । ଏଥିସହ ମାଳଦୀପକୁ ଉପହାର ସ୍ୱରୂପ ଦିଆଯାଇଥିବା ୨ଟି ହେଲିକପ୍ଟରରେ ମାଳଦୀପର ରାଷ୍ଟ୍ରୀୟ ରକ୍ଷା ବଳର ସୈନିକ ବ୍ୟବହାର କରନ୍ତି । କହିରଖୁ କି, ମେ ୧୦ ପର୍ଯ୍ୟନ୍ତ ମାଳଦୀପ ସମସ୍ତ ଭାରତୀୟ ସୈନିକଙ୍କୁ ଫେରେଇଦେଇଥିଲା । ଏହାପରେ ମାଳଦୀପ ନିକଟରେ ହେଲିକପ୍ଟର ଉଡ଼ାଇବା ଲାଗି କୌଣସି ଉପଯୁକ୍ତ ସୈନିକ ନଥିବା ଖବର ମିଳିଥିଲା । 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.