ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଅନ୍ୟମାନଙ୍କ ଘରୁ ଚୌକି ଉଦ୍ଧାରରେ ନେଇ ଗାଦି ସମ୍ଭାଳିବାକୁ ପଡୁଛି’, ମୋଦିଙ୍କ ଗ୍ୟାରେଣ୍ଟିକୁ ନେଇ ଖଡଗେଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୧୧।୬:  କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ତି ଟାର୍ଗେଟ। ସେ ପଚାରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଗତ ଗ୍ୟାରେଣ୍ଟି ପୁରା କରିପାରି ନାହାନ୍ତି, କିନ୍ତୁ ଏବେ ଏହାର ପ୍ରଚାର କରୁଛନ୍ତି। 

ଖଡଗେ ନିଜ ସୋସିଆଲ ମିଡିଆ ପ୍ଲାଟଫ୍ଲର୍ମ ଏକ୍ସରେ ଲେଖିଛନ୍ତି ଯେ, ଲୋକସଭା ନିର୍ବାଚନରେ ଦେଶ ଏଭଳି ଜବାବ୍ ଦେଇଛି ଯେ, ମୋଦି ସରକାରଙ୍କୁ ଅନ୍ୟମାନଙ୍କ ଘରୁ ଚୌକି ଉଦ୍ଧାର ନେଇ ନିଜର ଗାଦି ସମ୍ଭାଳିବାକୁ ପଡୁଛି। ୧୭ ଜୁଲାଇ ୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ମୋଦିଙ୍କ ଗ୍ୟାରେଣ୍ଟି ଦେଇଥିଲେ ଯେ, ୨୦୨୨ ପଯ୍ୟନ୍ତ ସବୁ ଭାରତୀୟଙ୍କ ମୁଣ୍ଡ ଉପ‌ରେ ଛାତ ରହିବ। ଏହି ଗ୍ୟାରେଣ୍ଟି ସମ୍ପୂର୍ଣ୍ଣ ମିଥ୍ୟା।

ଏବେ ୩ କୋଟି ଆବାସ ଦେବାର ପ୍ରଚାର କରୁଛନ୍ତି। ଯେପରି ପୁରୁଣା ପ୍ରତିଶୃତି ପୂରଣ କରିଦେଇଛନ୍ତି। ଦେଶ ସବୁ ସତ କଥା ଜାଣେ। ଏଥର ୩ କୋଟି ଘର ପାଇଁ କୌଣସି  ସମୟ ସୀମା ନିର୍ଦ୍ଦାରିତ କରି ନାହାନ୍ତି। ଏଭଳି ଏଥିପାଇଁ କାରଣ ବିଜେପି ଗତ ୧୦ ବର୍ଷରେ କଂଗ୍ରେସ-ୟୁପିଏ ତୁଳନା‌ରେ ପୁରା ୧.୨ କୋଟି ଘର କମ୍ କରିଛନ୍ତି। କଂଗ୍ରେସ ୪.୫ କୋଟି ଘର ନିର୍ମାଣ କରିଥିଲା। ବିଜେପି ୩.୩ କୋଟି ଘର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.