ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାମ ମନ୍ଦିର ବିରୋଧରେ ମଣିଶଙ୍କର ଆୟରଙ୍କ ଝିଅ ରଖିଛନ୍ତି ୩ ଦିନର ଉପବାସ, ଘର ଖାଲି କରିବାକୁ ସୋସାଇଟି ଦେଲା ନୋଟିସ୍

ଅଯୋଧ୍ୟା,୩୧।୧:ଅଯୋଧ୍ୟାରେ ଗତ ୨୨ ଜାନୁଆରିରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହୋଇଥିଲା। ଏହି ମାମଲାରେ ସେତେବେଳେ ଯୋରଦାର ରାଜନୀତି ହୋଇଥିଲା ଓ ଆଜି ମଧ୍ୟ ହେଉଛି। କଂଗ୍ରେସ ଏହି କାର୍ଯ୍ୟକ୍ରମର ନିମନ୍ତ୍ରଣ ‘ସମ୍ମାନପୂର୍ବକ’ ପ୍ରତ୍ୟାଖାନ କରିଥିଲା। କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଅୟରଙ୍କ ଝିଅ ସୁରନ୍ୟା ଅୟର ରାମମନ୍ଦିର ବିରୋଧରେ ସୋସିଆଲ ମିଡିଆରେ ନା କେବଳ ଜୋରଦାର ହଙ୍ଗାମା କରିଛନ୍ତି, ବଂର ବିରୋଧରେ ତିନି ଦିନର ଉପବାସ ମଧ୍ୟ ରଖିଛନ୍ତି। ଜଙ୍ଗପୁରାର ଯେଉଁ ସୋସାଇଟିରେ ସେ ରୁହନ୍ତି ସେଠାର ଓ୍ବେଲଫେୟାର ଆସୋସିଏସନ୍ ୨୭ ଜାନୁଆରୀରେ ତାଙ୍କୁ ନୋଟିସ୍‌ ଜାରି କରିଥିଲେ।

ନୋଟିସ୍‌ରେ ଆରଡବ୍ଲୁଏ ନା କେବଳ ସୁରନ୍ୟାଙ୍କୁ କ୍ଷମା ମାଗିବାକୁ କହିଛି, ବଂର ମଣିଶଙ୍କର ଆୟରଙ୍କୁ ନିଜ ଝିଅର ଏଭଳି କାର୍ଯ୍ୟ ପାଇଁ ନିନ୍ଦା କରିବାକୁ କହିଛି। ଏହାଛଡା ଆରଡବ୍ଲୁଏ ସୁରନ୍ୟାଙ୍କୁ କହିଛି, ଯଦି ତାଙ୍କୁ ଲାଗେ ସେ  ଯାହା କରିଛନ୍ତି ତାହା ଠିକ୍, ତେବେ ସେ କଲୋନୀରୁ ବାହାରକୁ ଚାଲି ଯାଆନ୍ତୁ।

ଏହି ପତ୍ରକୁ ବିଜେପି ନେତା ଅମିତ ଖରଖରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ପତ୍ରରେ ଆରଡବ୍ଲୁଏ ଅଧ୍ୟକ୍ଷ ଡକ୍ଟର କପିଲ କକ୍କଡଙ୍କ ଦସ୍ତଖତ ମଧ୍ୟ ରହିଛି। ଆରଡବ୍ଲୁଏ କହିଛି କଲୋନୀର ସବୁ ନିବାସୀଙ୍କ ଭିତରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ସୁନିଶ୍ଚିତ କରିବା ଆସୋସିଏସନ୍‌ର ଦାୟିତ୍ବ। ସୁରନ୍ୟା ଅୟର ସୋସିଆଲ ମିଡିଆ ମାଧ୍ୟମରେ ଯାହା କହିଛନ୍ତି, ତାହା ନିଶ୍ଚିତ ରୂପରେ ଏକ ଶିକ୍ଷିତ ବ୍ୟକ୍ତି ପାଇଁ ଅଶୋଭନୀୟ ଥିଲା। ରାମ ମନ୍ଦିର ୫୦୦ ବର୍ଷ ପରେ ତିଆରି କରାଯାଉଛି ଓ ଏହା ସୁପ୍ରିମକୋର୍ଟର ୫-୦ ରାୟ ପରେ ତିଆରି କରାଯାଉଛି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.