ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ମଣିପୁର ହିଂସା ଭିତରେ ଗୃହମନ୍ତ୍ରଣାଳୟର ବଡ଼ ଆକ୍ସନ, ୯ ମୈତେଇ ଉଗ୍ରବାଦୀ ସଂଗଠନ ଉପରେ ଲାଗିଲା ବ୍ୟାନ୍

ନୂଆଦିଲ୍ଲୀ,୧୩।୧୧: ମଣିପୁର ହିଂସା ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ସୋମବାର ଗ୍ରହଣ କରିଛି ବଡ଼ ଆକ୍ସନ। ମନ୍ତ୍ରଣାଳୟ ମୈତେଇ ସମ୍ପ୍ରଦାୟର ଉଗ୍ରବାଦୀ ସଂଗଠନ ପିପୁଲ୍ସ ଲିବରେସନ୍ ଆର୍ମି(ପିଏଲଏ)କୁ ୫ ବର୍ଷ ପାଇଁ ବେଆଇନ ସଂଘ ଘୋଷିତ କରିଛି। PLA ର ପଲିଟିକାଲ ଓ୍ବିଙ୍ଗ ରିଭଲ୍ୟୁସନାରୀ ପିପୁଲ୍ସ ଫ୍ରଣ୍ଟ (ଆରପିଏଫ) ଏବଂ ୟୁନାଇଟେଡ ଲିବରେସନ ଫ୍ରଣ୍ଟ (ୟୁଏନଏଲଏଫ) କୁ ମଧ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପାଞ୍ଚ ବର୍ଷ ପାଇଁ ବେଆଇନ ସଂଗଠନ ଘୋଷିତ କରାଯାଇଛି। ଏହା ବ୍ୟତୀତ ପିଏଲଏର ଆର୍ମି ୱିଙ୍ଗ ମଣିପୁର ପିପୁଲ୍ସ ଆର୍ମି (ଏମପିଏ) ବିରୋଧରେ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପିପୁଲ୍ସ ରିଭଲ୍ୟୁସନାରୀ ପାର୍ଟି ଅଫ୍ କଙ୍ଗଲିପାକ୍ (PREPAK) ରେଡ୍ ଆର୍ମୀ ଓ କଙ୍ଗଲିପାକ୍ କମ୍ୟୁନିଟି ପାର୍ଟି(କେସିପି) ଉପରେ ମଧ୍ୟ ଗୃହମନ୍ତ୍ରଣାଳୟ ୫ବର୍ଷ ବ୍ୟାନ୍ ଲଗାଇଛନ୍ତି।

ଏହା ପୁର୍ବରୁ ମଧ୍ୟ ମଣିପୁରରେ ହିଂସା ରୋକିବା ପାଇଁ କେନ୍ଦ୍ର ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ସେନା ଓ ସିଆରପିଏଫ୍ ଯବାନଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସେଠାରେ ମୁତୟନ ହେଉ କିମ୍ବା ତଦନ୍ତ ସିବିଆକୁ ଦେବାର ନିଷ୍ପତ୍ତି। ବର୍ତ୍ତମାନ ଯଦିଓ କିଛି ମାତ୍ରାରେ ଉତ୍ତେଜନା କମିଛି, କିନ୍ତୁ ବିବାଦ ଏବେ ବି ଲାଗି ରହିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଯେଉଁ ଭଳି ଭାବରେ ବହୁ ସମୟରେ ପ୍ରଦର୍ଶନ ହେଉଛି, ଯେଉଁଭଳି ଭାବରେ ଜବତ ହତିଆର ପୁଣିଥରେ ହାସଲ କରିବାର ଉପଦ୍ରବ ହେଉଛି, ଏହା ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.