ପାଲଘର, ୧୩/୦୯: ଚଳଚ୍ଚିତ୍ର ଦୁନିଆରେ ଅଭାବନୀୟ କାଣ୍ଡ । ସିନେମା ସହ ଜଡ଼ିତ ଜଣେ ବ୍ୟକ୍ତି ମେକଅପ ଆର୍ଟିଷ୍ଟଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ୪୩ ବର୍ଷୀୟ ବ୍ୟକ୍ତି ଯୁବତୀଙ୍କ ସହ ଲିଭ-ଇନ୍ରେ ରହୁଥିଲେ । କିଛି ଦିନ ପରେ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏହା ପରେ ଯୁବତୀଜଣଙ୍କ ବ୍ୟକ୍ତିଙ୍କ ବିରୋଧରେ ଯୌନ ନିର୍ଯାତନା ନେଇ ଥାନାରେ ଅଭିଯୋଗ କରିଥିଲେ । ମାମଲା ପ୍ରତ୍ୟାହାର କରିବା ଲାଗି ଯୁବତୀଙ୍କ ଉପରେ ବ୍ୟକ୍ତିଜଣଙ୍କ ବାରମ୍ବାର ଚାପ ପକାଇଥିଲେ । ହେଲେ ଯୁବତୀଜଣଙ୍କ ମନା କରିଦେଇଥିଲେ । ଏହା ପରେ ମେକଅପ ଆର୍ଟିଷ୍ଟ ଥିବା ଯୁବତୀଙ୍କୁ ମାରି ପୋତିଦେଇଥିଲେ ବ୍ୟକ୍ତିଜଣଙ୍କ ।
ତେବେ ସୁଟକେସ୍ରେ ଭର୍ତ୍ତି ଥିବା ଜଣେ ଯୁବତୀଙ୍କ ମୃତଦେହ ଗୁଜୁରାଟର ଭଲସାଦରୁ ମିଳିଥିଲା । ଏହା ପରେ ପରେ ମାମଲାରେ ଧିରେ ଧିରେ ଖିଅ ଖୋଲିବାରେ ଲାଗିଛି ପୋଲିସ । ଏହି ହତ୍ୟାକାଣ୍ଡ ଅଗଷ୍ଟ ୯-୧୨ ତାରିଖ ମଧ୍ୟରେ ହୋଇଛି । ତେବେ ୨୮ ବର୍ଷୀୟା ଯୁବତୀ ନିଖୋଜ ଥିବା ନେଇ ପରିବାର ଲୋକେ ଅଗଷ୍ଟ ୧୪ରେ ଅଭିଯୋଗ କରିବା ପରେ ନାଇଗାଁ ପୋଲିସ ତତ୍ପର ହୋଇଉଠିଥିଲା । ହତ୍ୟାକାଣ୍ଡ ସଂପର୍କରେ ପୋଲିସକୁ ଜଣାପଡ଼ିବା ପରେ ଅପରାଧୀ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।
ଅନ୍ୟପଟେ ସମ୍ପୃକ୍ତ ବ୍ୟକ୍ତି ଯୁବତୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିବା ନେଇ ଏକ ମାମଲା ମଧ୍ୟ ଭିନ୍ନ ଏକ ଥାନାରେ ରୁଜୁ ହୋଇଥିବା ପୋଲିସକୁ ଜଣାପଡ଼ିଛି । ହେଲେ ପୋଲିସ ଏ ସଂପର୍କରେ ଅଧିକ କିଛି କହିନାହିଁ । ଫିଲ୍ମ ଜଗତ ସହ ଜଡ଼ିତ ଥିବାରୁ ବ୍ୟକ୍ତିଙ୍କ ସଂପର୍କରେ ପୋଲିସ ଗଣମାଧ୍ୟମକୁ ବିଶେଷ ସୂଚନା ଦେଇନଥିବା କୁହାଯାଉଛି । ସେପଟେ ଅଭିଯୁକ୍ତଙ୍କ ସ୍ତ୍ରୀ ମଧ୍ୟ ଏହି ହତ୍ୟାକାଣ୍ଡରେ ଜଡ଼ିତ ଥିବା ନେଇ ପ୍ରାଥମିକ ତଦନ୍ତରୁ ସୁରାକ ପାଇଛି ପୋଲିସ । ଏନେଇ ପୋଲିସ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।
You can also read: ଭାରତକୁ ମିଳିଲା ପ୍ରଥମ ସି-୨୯୫ ଟ୍ରାନ୍ସପୋର୍ଟ ବିମାନ