ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ରବିବାର ମାଟ୍ରିକ୍ ରେଜଲ୍ଟ: ୱେବସାଇଟ୍‌ରେ ଉପଲବ୍ଧ ହେବ ଫଳାଫଳ, ଅନ୍‌ଲାଇନ୍‌ରୁ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ କରିପାରିବେ ଛାତ୍ରଛାତ୍ରୀ

କଟକ ୨୪/୦୪: ଆସନ୍ତା ୨୬ ତାରିଖ ଅର୍ଥାତ ରବିବାର ଦିନ ମାଟ୍ରିକ୍‌ ପରୀକ୍ଷା ଫଳ ପାଇବ । ମାଟ୍ରିକ୍‌  ସହିତ ସଂସ୍କୃତ ମଧ୍ୟମା ଏବଂ ଷ୍ଟେଟ୍‌ ଓପନ୍‌  ସ୍କୁଲ୍‌ ସାର୍ଟିଫିକେଟ୍‌ (ଏସ୍‌ଓଏସ୍‌ସି) ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ । ବୋର୍ଡ ପକ୍ଷରୁ ପରୀକ୍ଷା ଫଳ ଘୋଷଣା ହେବା ମାତ୍ରେ ଅନ୍‌ଲାଇନ୍‌ରେ କୃତୀ ପରୀକ୍ଷାର୍ଥୀମାନେ ସେମାନଙ୍କ ସାର୍ଟିଫିକେଟ୍‌ ପାଇଯିବାର ବ୍ୟବସ୍ଥା ଏଥର ହେଉଛି । ଏନେଇ ପ୍ରେସ୍‌ମିଟ କରି ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ।

ସୂଚନା ମୁତାବିକ, ରବିବାର ସାଢ଼େ ୧୦ଟା ବେଳେ ପରୀକ୍ଷା ଫଳ ପ୍ରକାଶ ପାଇବ। ଦିନ ସାଢ଼େ ୧୧ଟା ମାଟ୍ରିକ୍ ରେଜଲ୍ଟ ବୋର୍ଡ଼ ସାଇଟ୍‌ www.bseodisha.ac.in  ଓ  www.bseodisha.nic.in  ରେ ଉପଲବ୍ଧ ହେବ । ଯେଉଁମାନଙ୍କ ପାଖରେ ଇଣ୍ଟରନେଟ୍‌ର ସୁବିଧା ନାହିଁ, ସେମାନେ SMS ମାଧ୍ୟମରେ ପରୀକ୍ଷା ଫଳ ଜାଣିପାରିବେ। OR10 ଲେଖି ରୋଲ୍‌ ନମ୍ବର  5676750କୁ ପଠାଇଲେ ରେଜଲ୍ଟ ମିଳିବ।  

ଅପରାହ୍ନ ୪ଟରେ ଛାତ୍ରଛାତ୍ରୀମାନେ  ଅନ୍‌ଲାଇନ୍‌ରୁ ନିଜ ନିଜର ଡିଜିଟାଲ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ କରିପାରିବେ। ଡିଜିଟାଲ ସାର୍ଟିଫିକେଟ୍‌ ପ୍ରଧାନ ଶିକ୍ଷକଙ୍କ ମାନଙ୍କର ଡିଜିଟାଲ ଦସ୍ତଖତ ରହିବ। ଏଥି ସହିତ ରି ଚେକିଂ ପାଇଁ  ୨୯ ତାରିଖରେ ପରୀକ୍ଷାର୍ଥୀ ଆବେଦନ କରିପାରିବେ।

ବୋର୍ଡ ପକ୍ଷରୁ ଦୁଇ କଣ୍ଟେ୍ରାଲ ରୁମ୍ ନମ୍ବର ୮୭୬୩୪୪୬୨୯୨ ଏବଂ ୯୪୩୭୨୨୧୮୭ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ବୋର୍ଡ ଯୋଗାଯୋଗ କରିପାରିବେ।

ଗତ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ  ପର୍ଯ୍ୟନ୍ତ ମାଟ୍ରିକ୍‌ ସହିତ ସଂସ୍କୃତ ମଧ୍ୟମା ଏବଂ ଏସ୍‌ଓଏସ୍‌ସି ପରୀକ୍ଷା ଏକ ସମୟରେ ହୋଇଥିଲା। ରାଜ୍ୟରେ ସାଢ଼େ ୫ ଲକ୍ଷରୁ ଅଧିକ ମାଟ୍ରିକ୍‌ ପରୀକ୍ଷାର୍ଥୀ ୩ ହଜାର  ୧୫୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । 

ଚଳିତବର୍ଷ ମାଟ୍ରିକ୍‌  ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ସହ ସବୁ ସ୍ତରରେ ଅନିୟମିତତା  ରୋକିବା ଲାଗି ବୋର୍ଡ ପକ୍ଷରୁ ଅନେକ ନୂତନ ପଦକ୍ଷେପ ନିଆଯାଇଥିଲା । କୃତୀ ପରୀକ୍ଷାର୍ଥୀଙ୍କୁ ତତ୍କାଳ ହାତ ପାଖରେ ସାର୍ଟିଫିକେଟ୍‌ ପ୍ରଦାନ କରାଯିବା ଲାଗି ରାଜ୍ୟରେ ପ୍ରଥମ ଥର ପାଇଁ ବୋର୍ଡ ପକ୍ଷରୁ ଏଥର ଡିଜିଟାଲ୍‌ ସାର୍ଟିଫିକେଟ୍‌ ପ୍ରଦାନ ବନ୍ଦୋବସ୍ତ  କରାଯାଇଛି । ଫଳ ପ୍ରକାଶ ମାତ୍ରେ ପରୀକ୍ଷାର୍ଥୀମାନେ ଅନ୍‌ଲାଇନ୍‌ରେ ସାର୍ଟିଫିକେଟ୍‌ ପାଇଯିବେ । ବୋର୍ଡ ୱେବ୍‌ସାଇଟ୍‌ରୁ ପରୀକ୍ଷାର୍ଥୀମାନେ  କ୍ଲିକ୍‌ କରି କିପରି ଅନ୍‌ଲାଇନ୍‌ରେ ସୁବିଧାରେ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍‌ କରିପାରିବେ ତାହାର କୌଶଳ ବୋର୍ଡ ପକ୍ଷରୁ  ନିକଟରେ ପ୍ରଦର୍ଶନ କରାଯାଇଥିଲା ।  




  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.