ମୁମ୍ୱାଇ – ମୁମ୍ୱାଇ ନିକଟସ୍ଥ ଥାନେର ଡୋମ୍ୱିବଲରେ ଗୁରୁବାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଜୋରଦାର ଧମାକା ହୋଇଛି। ଏହାପରେ ଏଥରେ ନିଆଁ ଲାଗି ଯାଇଛି। ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ , ଏହାର ଶବ୍ଦ ପାଖାପାଖି ୩ କିଲୋମିଟର ଯାଏ ଶୁଣାଯାଇ ଥିଲା। ଉକ୍ତ ଧମାକାରେ ଏବେସୁଦ୍ଧା ୩୦ ଜଣ ଲୋକଙ୍କ ଆହତ ହୋଇଥିବା ବେଳେ ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଲ୍ୟାଣର ଡିସିପି ସଚିନ ଗୁଞ୍ଜାଲ ଏହି ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁସାରେ, ଜଣାପଡିଛି ଯେ,ଏମଆଇଡିସି ଫେଜ୍ ୨ ସ୍ଥିତ କେମିକାଲ ଫ୍ୟାକ୍ଟ୍ରିର ଭିତରେ ବୟଲର ଫାଟିବା ଯୋଗୁଁ ନିଆଁ ଲାଗିଛି। ଆହତଙ୍କୁ ପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏନଡିଟିଭି ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ରିପୋର୍ଟ କରିଛି କି, ଏବେସୁଦ୍ଧା ପାଖାପାଖି ୩୦ ଜଣ ଲୋକଙ୍କୁ ଫ୍ୟାକ୍ଟିରୁ ରେସ୍କ୍ୟୁ କରାଯାଇ ସାରିଛି। ଫ୍ୟାକ୍ଟ୍ରିରୁ ନିଆଁ ଓ ଧୂଆଁର ଆସ୍ତରଣ ବାହାରୁ ଥିବାର ଦେଖିବାକୁ ମିଳିଥିଲା। ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବିକ , ଘଟଣା ସ୍ଥଳରେ ୧୦ଟି ଦମକଳ ଗାଡ଼ି ମୁତୟନ ରହିଥିଲା। ଅଗ୍ନିଶମ ବାହିନୀ କର୍ମଚାରୀମାନେ ନିଆଁକୁ କାବୁ କରିବାକୁ ଚେଷ୍ଟା କରିଥିଲେ।
ଏହି ବିସ୍ପୋରଣରେ ଅନେକ ଗାଡ଼ି ଓ ଘର କ୍ଷତିଗ୍ରସ୍ତ ହୋଇଛି। ଧମାକା ଏତେ ଜୋରଦାର ଥିଲା କି ଆଖପାଖର ବିଲ୍ଡିଂର ଝରକା ଭାଙ୍ଗି ଯାଇଛି। ଏହା ବ୍ୟତୀତ କେମିକାଲ ଫ୍ୟାକ୍ଟ୍ରିର ନିଆଁ ଏକ କାର୍ ଶୋ’ରୁମ୍ ସମେତ ଆଉ ଦୁଇଟି ବିଲ୍ଡିଂ ଯାଏ ବ୍ୟାପି ଯାଇଛି। ପୁଲିସ ମୁତାବିକ୍ , ଦ୍ୱିପ୍ରହର ପାଖାପାଖି ୧ : ୪୦ଟାରେ ଏକ ଏମର୍ଜେନ୍ସି କଲ୍ ଆସିଥିଲା , ଯେଉଁଥିରେ ନିଆଁ ଲାଗିବାର ସୂଚନା ମିଳିଥିଲା।