ନୂଆଦିଲ୍ଲୀ,୪।୯: ଦିଲ୍ଲୀ ନଗର ନିଗମ ନିର୍ବାଚନରେ ବିଜେପି ୧୨ଟି ଜୋନ୍ରୁ ୭ଟିରେ ଜିତିଛି। ଏହା ବଦଳରେ ଆମ୍ ଆଦମୀ ପାର୍ଟି ମାତ୍ର ୫ଟି ଜୋନ୍ରେ ଜିତିଛି। ଏହି ମ୍ୟୁନିସିପାଲିଟି ନିର୍ବାଚନ ହେଉଛି ଖୁବ୍ ଗୁରୁତ୍ବପୂର୍ଣ୍ଣ, କାରଣ ଏହାଦ୍ବାରା ମ୍ୟୁନିସିପାଲିଟିର ଷ୍ଟାଣ୍ଡିଂ କମିଟର ଷ୍ଟ୍ରକଚରରେ ପରିବର୍ତ୍ତନ ହେବ। ଏହି କମିଟି ନଗର ନିଗମରେ ଗୁରୁତ୍ବପୂର୍ଣ୍ଣ ପ୍ରଶାସନିକ ଓ ଆର୍ଥିକ ମାମଲାକୁ ଦେଖିଥାଏ।
ବିଜେପି ୭ଟି ଜୋନ୍ରେ ଜିତିବା ଫଳରେ ପାର୍ଟି ଏହି କ୍ଷେତ୍ରରୁ ଷ୍ଟାଣ୍ଡିଂ କମିଟି ପାଇଁ ୭ ସଦସ୍ୟ କମିଟି ଗଠନ କରିଛି ଓ ଏହା ସହ କମିଟିର ନେତୃତ୍ବ ବିଜେପି ପାଖକୁ ଆସିଯାଇଛି। ଏହାର ଦେଖାଶୁଣା ନିଜେ ଏଲଜି କରିବେ। ଏହାଛଡା ବିଜେପିର ୨ ସଦସ୍ୟ ହାଉସ୍ରୁ ଚୟନ ହୋଇଛନ୍ତି, ଯାହାଫଳରେ ଷ୍ଟାଣ୍ଡିଂ କମିଟିରେ ତାଙ୍କର ମୋଟ ସଦସ୍ୟ ସଂଖ୍ୟା ୯ ହୋଇଯିବ।
ଅନ୍ୟପକ୍ଷେ ଆମ୍ ଆଦମୀ ପାର୍ଟି ଯଦିଓ କମ୍ ଜୋନ୍ରେ ଜିତିଛି, ତଥାପି ମଧ୍ୟ ସେ ୫ଟି ସଦସ୍ୟଙ୍କୁ ସେହି କ୍ଷେତ୍ରରୁ ଓ ୩ ସଦସ୍ୟଙ୍କୁ ଗୃହରୁ ନିର୍ବାଚିତ କରିବାରେ ସଫଳ ହୋଇଛନ୍ତି। ଏହାଦ୍ବାରା ଷ୍ଟାଣ୍ଡିଂ କମିଟିରେ ତାଙ୍କର ମୋଟ ୮ ଜଣ ସଦସ୍ୟ ହୋଇଯାଇଛନ୍ତି। ଏମସିଡି ଭିତରେ ଏହି ଶକ୍ତି ପ୍ରଦାର୍ଶନ ଦିଲ୍ଲୀ ଶାସନ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ। କାରଣ ଷ୍ଟାଣ୍ଡିଂ କମିଟିର ନୀତିକୁ ମଞ୍ଜୁରୀ ଦେବା ଓ ସହରର ଅନ୍ୟ ସଞ୍ଚାଳନକୁ ଦେଖିବା ପାଇଁ ଦାୟୀ ରହିବେ। ବିଜେପି ପ୍ରଭାବରୁ ଆମ ଆଦମୀ ପାର୍ଟି ପାଇଁ ଏବେ ସମସ୍ୟା ସୃଷ୍ଟି ହୋଇପାରେ।