ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବୁଧ ରାଶି ପରିବର୍ତ୍ତନ, ଏହି ୫ ରାଶି ବ୍ୟକ୍ତିଙ୍କର ବଦଳିବ ଭାଗ୍ୟ

ଭୁବନେଶ୍ୱର ୦୧/୦୨: ଗ୍ରହମାନଙ୍କର ଗତିବିଧିରେ ପରିବର୍ତ୍ତନ ସମସ୍ତ ୧୨ ରାଶିକୁ ପ୍ରଭାବିତ କରେ। ପ୍ରତ୍ୟେକ ଗ୍ରହର ପରିବର୍ତ୍ତନର ପ୍ରଭାବ ବ୍ୟକ୍ତିର ଜୀବନରେ ଦୃଶ୍ୟମାନ ହୁଏ। ଫେବୃଆରୀ ୧ ରେ ଅର୍ଥାତ୍ ଆଜି ବୁଧ ଗ୍ରହ ମକର ରାଶିରେ ପ୍ରବେଶ କରିଛନ୍ତି। ପୂର୍ବରୁ ମକର ରାଶିରେ ସୂର୍ଯ୍ୟଦେବ ରହିଛନ୍ତି । ତେଣୁ ମକର ରାଶିରେ ବୁଧଙ୍କ ପ୍ରବେଶ ଦ୍ୱାରା ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେଉଛି। ଯାହା ଧନ ପ୍ରାପ୍ତ ପାଇଁ ସର୍ବୋତ୍ତମ ଯୋଗ ବୋଲି କୁହାଯାଏ । ତେବେ ବୁଧଙ୍କ ଏହି ରାଶି ପରିବର୍ତ୍ତନ ୫ ଟି ରାଶିର ବ୍ୟକ୍ତିଙ୍କୁ ଲାଭବାନ କରିବ। ଆସନ୍ତୁ ଜାଣିବା ସେହି ୫ ଟି ରାଶି ବିଷୟରେ।

ମେଷ : ବୁଧଙ୍କ ରାଶି ପରିବର୍ତ୍ତନ ଦ୍ୱାରା ମେଷ ରାଶିର ବ୍ୟକ୍ତିଙ୍କୁ ଧନଲାଭ ହେବ। କାର୍ଯ୍ୟରେ ସଫଳତା ମିଳିବ। ଚାକିରି ଖୋଜୁଥିବା ଲୋକମାନେ ଶୁଭ ଖବର ପାଇବେ। ଧ୍ୟାନର ସହିତ ଖର୍ଚ୍ଚ କରନ୍ତୁ, ମାସ ଶେଷରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଜୀବନସାଥୀ ସହିତ ସମ୍ପର୍କ ମଜବୁତ ହେବ।

ବୃଷ : ଏହି ସମୟ ବୃଷ ରାଶିର ଲୋକଙ୍କ ପାଇଁ ବହୁତ ଭଲ ରହିବ। କର୍ମକ୍ଷେତ୍ରରେ ଆପଣଙ୍କର ଦରମା ବୃଦ୍ଧି ହୋଇପାରେ।କ୍ୟାରିୟରେ ସଫଳତା ପାଇବେ। ବ୍ୟବସାୟୀମାନେ ସେମାନଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ଆପଣଙ୍କ ସାଥୀଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖନ୍ତୁ ।

କନ୍ୟା : ବୁଧଙ୍କ ରାଶି ପରିବର୍ତ୍ତନ ଦ୍ୱାରା କନ୍ୟା ରାଶିର ବ୍ୟକ୍ତି କ୍ୟାରିଅରରେ ସଫଳତା ପାଇବେ। କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟୀମାନେ ଲାଭ ପାଇବେ। ଆର୍ଥିକ ପରିସ୍ଥିତି ମଜବୁତ ହେବ। 

ତୁଳା : ତୁଳା ରାଶିର ବ୍ୟକ୍ତିଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପଡିବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। ନୂତନ ସୁଯୋଗ ପାଇବେ। ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ସହଭାଗୀମାନଙ୍କ ସହିତ ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ ଏବଂ ପରସ୍ପରର ପରାମର୍ଶ ନେଇ କାର୍ଯ୍ୟ କରିବେ।

କୁମ୍ଭ : କୁମ୍ଭ ରାଶିର ଲୋକଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଭଲ ରହିବ। ଆର୍ଥିକ ଲାଭର ସମ୍ଭାବନା ରହିବ ଏବଂ ଆର୍ଥିକ ପକ୍ଷ ମଧ୍ୟ ମଜବୁତ ହେବ। ବ୍ୟବସାୟ କରୁଥିବା ଲୋକମାନେ ଉପକୃତ ହେବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.