ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାବାଳିକା ଶାଳୀକୁ ଅପହରଣ ଅଭିଯୋଗ, ଭି​‌ଣୋଇକୁ ଉଠାଇ ଆଣିଲା ପୋଲିସ

ଭୁବନେଶ୍ୱର,୧୦/୦୫: ନାବାଳିକା ଶାଳୀକୁ ଅପହରଣ ଅଭିଯୋଗରେ ନୟାପଲ୍ଳୀ ଥାନା ପୁଲିସ୍‌ ଭିଣୋଇକୁ ଗିରଫ କରିଛି ।  ଗିରଫ ଅଭିଯୁକ୍ତ ହେଲା ଫୁଲବାଣୀର ରାଜେଶ କୁମାର ସାହୁ । 

ନୟାପଲ୍ଳୀରେ ରହୁଥିବା ଉକ୍ତ ନାବାଳିକାଙ୍କର ଗତ ୧ ତାରିଖରେ ଜନ୍ମଦିନ ଥିଲା । ଭିଣୋଇ ରାଜେଶ ଏପ୍ରିଲ ୨୯ରେ ତାଙ୍କୁ ଫୁଲବାଣୀ ନେବେ ବୋଲି କହିଥିଲେ । ହେଲେ ତାଙ୍କୁ ଫୁଲବାଣୀ ନେବା ପରିବର୍ତ୍ତେ ଅନ୍ୟତ୍ର ନେଇଯାଇଥିଲା । ଏପଟେ  ଝିଅକୁ ନ ପାଇ ନାବାଳିକାଙ୍କ ମା’ ଏନେଇ  ରାଜେଶଙ୍କୁ ଫୋନ୍‌ କରିବାରୁ ସେ ବରମୁଣ୍ଡା  ବସ୍‌ଷ୍ଟାଣ୍ଡରେ ଥିବା କହିଥିଲା । ପରେ ରାଜେଶ ମୋବାଇଲ୍‌ ସୁଇଚ୍‌  ଅଫ୍‌ କରି ଦେଇଥିଲେ । ସନ୍ଦେହ ହେବାରୁ ନାବାଳିକାର ମା’  ଫୁଲବାଣୀ ଯାଇ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ଫୁଲବାଣୀ  ପୁଲିସ୍‌ ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା ।  ନୟାପଲ୍ଲୀ ଥାନା ଅଞ୍ଚଳରୁ ଅପହରଣ ହୋଇଥିବାରୁ  ଫୁଲବାଣୀ ଥାନାଧିକାରୀ ତାଙ୍କୁ ଏଠାକୁ ପଠାଇ ଦେଇଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.