ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ

ଫୁଲବାଣୀ,୨୯/୨ ଗତ ୨୦୧୭ ମସିହାରେ ସଂଘଠିତ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣୀ କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକସୋ ଅଦାଲତ  ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଏଥିସହ ଅଭିଯୁକ୍ତକୁ ୨୦ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ହେଲେ ଅଧିକ ୧୦ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଫିରିଙ୍ଗିଆ ଥାନା ଅଞ୍ଚଳର ସରୋଜ ସାଣ୍ଢ(୨୬)।

 ଗତ ୨୦୧୭ ମସିହା ଜୁନ ୨୩ ତାରିଖରେ  ଅଭିଯୁକ୍ତ ସରୋଜ ଜନୈକା ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରି ନେଇ ଗୋଛାପଡା ଥାନା ଅନ୍ତର୍ଗତ ସଲାଗୁଡା ଗ୍ରାମରେ ନିଜ ମାଉସୀ ଘରେ ପ୍ରାୟ ୧୫ ଦିନ ରଖି ଵିଵାହର ପ୍ରଲୋଭନ ଦେଖାଇବା ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା । ଏ ନେଇ ଲୋକ ମାନଙ୍କ ଠାରୁ ଖବର ପାଇ ପୀଡିତାର ବାପା  ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଥାନାଧିକାରୀ ୬୯/୧୭ ରେ ଏକ ମାମଲା ରୁଜ୍ଜୁ କରି ଜୁଲାଇ ୧୧ ତାରିଖରେ ଫିରିଙ୍ଗିଆ ବସ ଷ୍ଟାଣ୍ଡରୁ ପୀଡିତାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । 

 ଏହି ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ମିହିର୍ ରଞ୍ଜନ ପରିଡ଼ା ୧୧ ଜଣ ସାକ୍ଷୀ ଓ ଡାକ୍ତରୀ ରିପୋର୍ଟ୍ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ପିଡୀତାଙ୍କୁ କ୍ଷତିପୂରଣ ଅର୍ଥ ପ୍ରଦାନ କରିଵା ପାଇଁ ମଧ୍ୟ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ମାମଲାଟିକୁ ପୋକସୋ କୋର୍ଟର ସ୍ବତନ୍ତ୍ର ପି.ପି. ବନମାଳୀ ବେହେରା ପରିଚାଳନା କରୁଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.