ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

କରମା ପୂଜାରେ ଧୂମସା ମାଦଳର ତାଳେ ତାଳେ କାନ୍ଧରେ କାନ୍ଧ ମିଶାଇ ନାଚିଲେ ବିଧାୟକ

ନୀଳଗିରି,୧୫/୯ :ଅଷ୍ଟମ ବାର୍ଷିକ ଭାଦ୍ରବ ଏକାଦଶୀ କରମା ପୂଜା ନୀଳଗିରି ବ୍ଲକ ସିଆଡ଼ିମାଳ ପଞ୍ଚାୟତ ବାବନ୍ଧ ଠାରେ ଉଦଯାପିତ ହୋଇଛି । ମାଦିଆ ସମ୍ପ୍ରଦାୟର ଏହି ସମ୍ପ୍ରଦାୟ କରମା ପୂଜା ଧୁମଧାମରେ ପାଳନ କରିଥିବା ବେଳେ ଆଜି ଅନ୍ତିମ ଦିବସରେ  ନୀଳଗିରି ବିଧାୟକ ଯୋଗଦେଇ ଗ୍ରାମବାସୀଙ୍କ ସହ କାନ୍ଧରେ କାନ୍ଧରେ ରଖି ଧୂମସା ମାଦଳର ତାଳେ ତାଳେ ନାଚିଛନ୍ତି । ସୂଚନାଯୋଗ୍ୟ ଆଦିବାସୀ ମାନଙ୍କର ପରମ୍ପରାକୁ କରମା ପୂଜା ସିଆଡିମାଳ ପଞ୍ଚାୟତ ବାଵନ୍ଧ ଠାରେ ଅନୁଷ୍ଠିତ ହୋଇଛି । ଆଦିବାସୀ ମଦିଆ ସଂପ୍ରଦାୟ ମାନଙ୍କର ବଡ କରମ ପୂଜାରେ ଗାଁରେ ସାମିଲ ହୋଇଛନ୍ତି ଶତାଧିକ ଗ୍ରାମବାସୀ । ଝିଅ ମାନେ ଜଙ୍ଗଲରୁ କରମ ଡାଳ ଆଣି ପୂଜାଅର୍ଚ୍ଚନା କରିବା ପରେ ରାତିସାରା ଧୁମଧାମରେ ମାଦଳର ତାଳେତାଳେ ପୂଜା ସ୍ଥାନ ନାଚିଥାନ୍ତି । ଆଜି ଅନ୍ତିମ ଦିବସରେ କରମ ରାଜାକୁ ନାଚି ନାଚି ପାଣିରେ ବିସର୍ଜନ କରିବାର ବ୍ୟବସ୍ଥା ଥିବା ବେଳେ ଗାଁ ଉତ୍ସବ ମୁଖର ହୋଇ ଉଠିଥିଲା । ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଯାଇ ଏହି ଉତ୍ସବରେ ଯୋଗ ଦେଇଥିଲେ । କୁନି କୁନି ପିଲା ମାନଙ୍କ ସହ ହସ ଖୁସି ବାଣ୍ଟିବା ସହ ଉତ୍ସବ ସ୍ଥଳରେ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ କାନ୍ଧରେ କାନ୍ଧ ମିଳାଇ ଧୂମସା ମାଦଳର ତାଳେ ତାଳେ ନାଚିଥିଲେ । ଏହି ଉତ୍ସବରେ ବାବନ୍ଧ ଗ୍ରାମର ଜୟନ୍ତ ବେହେରା, କୁଶଚନ୍ଦ୍ର ବେହେରା, ନିରଞ୍ଜନ ବେହେରା, ଚନ୍ଦ୍ରା ବେହେରା, ଯୋଗେନ୍ଦ୍ର ବେହେରା, ସୁଦାମ ବେହେରା, ବୈରାଗି ବେହେରା, ରଞ୍ଜନ ବେହେରା, ପ୍ରତାପ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.