ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ମା' ନା ଡ଼ାହାଣୀ, ଜନ୍ମକଲା ଦେଢ଼ ମାସର ଛୁଆକୁ ଫିଙ୍ଗିଦେଲା ପାଣିରେ

ବାରିପଦା, ୧୨/୦୯ : ସେ ମା ନା ଡ଼ାହାଣୀ ? ଦେଢ ମାସର ଛୁଆକୁ ପାଣିରେ ଫିଙ୍ଗି ଦେଲା ଜନ୍ମକଲା ମାଆ। ଆଉ ଛୁଆ ହଜିଯାଇଥିବା କହି ନାଟକ କଲା। ଶେଷରେ ପରିବାର ଆଗରେ ସତ ମାନିଲା। ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବାଙ୍କିଡିହି ଗ୍ରାମରେ ଏଭଳି ଘଟଣା ଘଟିଛି। ପୋଲିସ ଅଭିଯୁକ୍ତ ମାକୁ ଅଟକ ରଖିଛି।

ସୂଚନାନୁଯାୟୀ, ବାଙ୍କିଡିହି ଗ୍ରାମର ସେଲାଇ ନାଏକଙ୍କ ଦ୍ଵିତୀୟ ସ୍ତ୍ରୀ ପ୍ରଭାତୀ ନାଏକ ସୋମବାର ନିଜ ପୁଅକୁ ଗାଁ ପାଖରେ ଥିବା ଏକ ନାଳରେ ଫିଙ୍ଗିଦେଇ ଆସିଥିଲେ। ଏହାପରେ ପୁଅ ହଜିଯାଇଥିବା ଗାଁରେ କହିଥିଲେ। ଏନେଇ ପରିବାର ଲୋକେ ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ। ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପ୍ରଭାତୀ ନାଏକକୁ ପଚରାଉଚୁରା କରିଥିଲା। ପରେ ସେ ତାଙ୍କ ଭାଉଜଙ୍କ ପାଖରେ ଛୁଆକୁ ଛାଡିଥିବା କହିଥିଲେ।

ପରିବାର ଲୋକେ ପୁଣି ଗାଁକୁ ଫେରିଆସି ପଡୋଶୀ ଘରକୁ ଯାଇଥିଲେ କିନ୍ତୁ ସେଠି କାହାକୁ ପାଇନଥିଲେ। ପରଦିନ ଘର ଲୋକ ପ୍ରଭାତୀକୁ ପଚାରିବାରୁ ସେ ପୁଅକୁ ନେଇ ନାଳରେ ଭସାଇ ଦେବା କଥା ମାନିବା ସହିତ ଭସାଇ ଥିବା ସ୍ଥାନକୁ ଦେଖାଇ ଥିଲା। ପରେ ଘଟଣା ସ୍ଥଳରେ ବିଶୋଇ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ମୃତ ଶିଶୁ ପୁତ୍ରକୁକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟକୁ ପଠେଇଥିଲେ। ଏହାପରେ ହତ୍ୟାକାରୀ ମା ପ୍ରଭାତୀ ନାଏକକୁ ପୋଲିସ ଗିରଫ କରି ବିଶୋଇ ଥାନାରେ 171/23 ରେ ମାମଲା ରୁଜୁ କରିଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି । ଅପରପକ୍ଷରେ କେଉଁ କାରଣରୁ ମହିଳା ଜଣଙ୍କ ନିଜ ଜନ୍ମିତ ପୁତ୍ର ସନ୍ତାନକୁ ହତ୍ୟା କଲେ ତାହା ସଠିକ୍ ଜଣା ପଡ଼ିନାହିଁ।


PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.