ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ସ୍ୱାମୀଙ୍କ ନିଶାପାନ ଛଡ଼େଇବାକୁ ମହିଳାଙ୍କୁ ନିଆରା ପରାମର୍ଶ ଦେଲେ ମନ୍ତ୍ରୀ , କହିଲେ ...

ଭୋପାଳ –  ମହିଳାମାନେ ସ୍ୱାମୀଙ୍କୁ ଘରକୁ ମଦ ଆଣି ପିଇବାକୁ କୁହନ୍ତୁ। ବାହାରେ ପିଅନ୍ତୁ ନାହିଁ। ଏକଥା ମଧ୍ୟପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ନାରାୟଣ ସିଂହ କୁଶୱାହ ଆଜି (ଶୁକ୍ରବାର) ମହିଳାଙ୍କୁ ଦେଇଛନ୍ତି ପରାମର୍ଶ। ମନ୍ତ୍ରୀ କହିଛନ୍ତି ଯେ, ଏମିତି କରିବାରେ ପୁରୁଷଙ୍କୁ ଲଜ୍ଜା ଆସିବ, ଯେଉଁଥିରେ ସେ ମଦ ପିଇବାରେ ହତୋତ୍ସାହିତ ହେବେ। ଆଉ ପିଇବାକୁ ଇଚ୍ଛା କରିବା ନାହିଁ । 

ଉଲ୍ଲେଖନୀୟ ଯେ, କ୍ୟାବିନେଟ୍‌ ମନ୍ତ୍ରୀ ନାରାୟଣ ସିଂହ କୁଶୱାହ ମଧ୍ୟପ୍ରଦେଶର ଭୋପାଳରେ ନିଶା ମୁକ୍ତି ଅଭିଯାନ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରୁଥିଲେ। ଏହି ଅବସରରେ ସେ ଏହି ଟିପ୍ପଣୀ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଯେଉଁ ପୁରୁଷ ବାହାରୁ ମଦ୍ୟପାନ କରି ଘରକୁ ଆସିଥାନ୍ତି , ତାଙ୍କର ପତ୍ନୀ ତାଙ୍କୁ ମଦ ଘରକୁ ଆଣି ପିଇବାକୁ କହିବା ଉଚିତ୍। ଯଦି ସେ ଘରେ ମହିଳା ଓ ପିଲାଙ୍କ ସାମନାରେ ମଦ ପିଅନ୍ତି, ତ ତାଙ୍କୁ ଲଜ୍ଜା ଲାଗିବ ଓ ସେ ଧିରେ ଧିରେ ନିଶାପାନ ଠାରୁ ଦୂରେଇ ଯିବେ।

ଏହାସହ ମନ୍ତ୍ରୀ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସେ ମଦ ପିଅ ଘରକୁ ଆସୁଥିବା ଲୋକଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ । ମନ୍ତ୍ରୀ କୁଶୱାହ କହିଛନ୍ତି , ମଦ ପିଅ ଘରକୁ ଆସୁଥିବା ଲୋକ ପାଇଁ ମହିଳାମାନେ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ୍‌ ନୁହେଁ। ଘରକୁ ମଦ ପିଅ ଆସୁଥିବା ଲୋକକୁ ମହିଳା ବେଲଣା କାଠି ଦେଖାଇବା ଉଚିତ୍‌। ସାମାଜିକ ମୂଲ୍ୟବୋଧ କାରଣରୁ ଅନେକ ମହିଳା ଏମିତି କରିପାରନ୍ତି ନାହିଁ । କିନ୍ତୁ ଭୁଲ୍ କାମକୁ ରୋକିବାରେ କୌଣସି କୁଣ୍ଠାବୋଧ କରିବା ଅନୁଚିତ। 

ମନ୍ତ୍ରୀଙ୍କୁ ଯେବେ ପଚରା ଯାଇଥିଲା କି, ରାଜ୍ୟରେ କଣ ନିଶାପାନ ବନ୍ଦ ହେବ, ସେ କହିଥିଲେ - ଯେଉଁ ରାଜ୍ୟରେ ମଦବନ୍ଦ ଅଛି , ସେଠାରେ ମଧ୍ୟ ତାହା ଉପଲବଧ୍‌ ରହିଛି। ସେ କହିଛନ୍ତି, ମୁଁ ଗତ କାର୍ଯ୍ୟକାଳରେ ମଦବନ୍ଦ ନେଇ ପରାମର୍ଶ ଦେଇଥିଲି। କିନ୍ତୁ ଯେଉଁ ରାଜ୍ୟ ଗୁଡିକରେ ମଦ ବନ୍ଦ ଅଛି , ସେଠାରେ ବି ଏହା ଦେଖିବାକୁ ମିଳୁଛି। ରାଜ୍ୟରେ ମଦବନ୍ଦ ନେଇ ସରକାରୀ ସ୍ତରରେ ଆଲୋଚନ ଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାର ଭବିଷ୍ୟତରେ ଏହା ଉପରେ ନିର୍ଣ୍ଣୟ ନେଇ ପାରିବେ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.