ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

‘ନୂଆ ସିଜନ ଏବଂ ନୂଆ ଭୂମିକା...’ ଆଇପିଏଲ ୨୦୨୪ ପୂର୍ବରୁ ସୋସିଆଲ ମିଡ଼ିଆରେ ଆକ୍ଟିଭ ହେଲେ ଧୋନୀ, ପୋଷ୍ଟ ଭାଇରାଲ

ନୂଆଦିଲ୍ଲୀ,୪/୩ : ଏମଏସ ଧୋନୀ ସେହି ଭାରତୀୟ ଅଧିନାୟକ ଯାହାଙ୍କ ନାଁରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୩ଆଇସିସି ଟ୍ରଫିର ତାଜ୍ ଅଛି । ୨୦୨୦ରେ ସେ କ୍ରିକେଟକୁ ଅଲବିଦା କହି ସାରିଛନ୍ତି । ମାତ୍ର ତାଙ୍କୁ ଦେଖିବାକୁ ତାଙ୍କର ଫ୍ୟାନ୍ସମାନେ ପ୍ରତ୍ୟେକ ବର୍ଷ ଆଇପିଏଲକୁ ଅପେକ୍ଷା କରିଥାନ୍ତି । ଅନ୍ୟପଟେ ଯଦି ଆମେ ଦେଖିବା ତେବେ‌ଧୋନୀ ମୋବାଇଲ ଏବଂ ସୋସିଆଲ ମିଡ଼ିଆରୁ ବହୁ ଦୂରରେ ଥାନ୍ତି । ବହୁ ମାସ ପରେ ଧୋନୀଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟ ନଜର ଆସିଥାଏ । କିନ୍ତୁ ଆଇପିଏଲର ନୂଆ ସିଜନର ପୂର୍ବରୁ ଧୋନୀ ଉତ୍ସାହିତ ଅଛନ୍ତି ଏବଂ ତାଙ୍କର ତାଜା ଫେସବୁକ ପୋଷ୍ଟ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବା‌ରେ ଲାଗିଛି ।

ଧୋନୀ ଫେସବୁକରେ ଆଇପିଏଲର ନୂଆ ସିଜନକୁ ନେଇ ଏକ ଲାଇନ ଲେଖିଛନ୍ତି । ସେ ଲେଖିଛନ୍ତି କି, ‘ନୂଆ ସିଜନ ଏବଂ ନୂଆ ‘ଭୂମିକା’ର ଅପେକ୍ଷା କରିପାରିବି ନାହିଁ । ବନେ ରହୋ !‘ ଏହି ଦିନରେ ଧୋନୀ ନିଜ ସ୍ତ୍ରୀ ସାକ୍ଷୀଙ୍କ ସହ ଅନନ୍ତ ଅମ୍ବାନୀଙ୍କ ପ୍ରି-ଓ୍ବେଡିଂ ପାର୍ଟିକୁ ଏଞ୍ଜୟ କରୁଛନ୍ତି । ତାଙ୍କର କେତେକ ଫଟୋ ସୋସିଆଲ ମିଡ଼ିଆରେ ଛାଇ ଯାଇଛି ।

ଆଇପିଏଲ୍ ୨୦୨୩ରେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ମ ତାଜ୍‌ର ବିଜୟ ଦେଇଥିଲେ । ଫାଇନାଲରେ ସିଏସକେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧିନ ଟିମ୍ ଗୁଜରାଟ ଟାଇଟନ୍ସକୁ ରୋମାଞ୍ଚକ ଅନ୍ଦାଜରେ ମାତ୍ ଦେଇଥିଲେ । ଚଳିତ ଥର ବି ଧୋନୀଙ୍କୁ ନିଜ ରଙ୍ଗରେ ଦେଖିବା ଲାଗି ଫ୍ୟାନ୍ସମାନେ ଉତ୍ସାହିତ ଅଛନ୍ତି । ମାତ୍ର ଅନୁମାନ କରାଯାଉଛି କି ଧୋନୀଙ୍କ ଏହା ଶେଷ ଆଇପିଏଲ୍ ହେବ । ଆଇପିଏଲ୍ ୨୦୨୪ର ଶୁଭାରମ୍ଭ ୨୨ମାର୍ଚ୍ଚରୁ ହେଉଛି । ପ୍ରଥମ ମୁକାବିଲା ସିଏସକେ ଏବଂ ଆରସିବି ମଧ୍ୟରେ ଖେଳାଯିବ । 

ଆଇପିଏଲର ରିଟାୟରମେଣ୍ଟକୁ ନେଇ ଧୋନୀଙ୍କ ପିଲାବେଳ ବନ୍ଧୁ ପରମଜୀତ ସିଂହ ନିଜ ବିଚାର ରଖିଛନ୍ତି । ସେ କହିଛନ୍ତି କି, ଆଗାମୀ ସିଜନ ତାଙ୍କର ଶେଷ ସିଜନ ହେବ ନାହିଁ । ପରମଜୀତଙ୍କ ଅନୁଯାୟୀ ଭଲ ଫିଟନେଶ କାରଣରୁ ଆହୁରି ଗୋଟିଏ ସିଜନ ଖେଳିବାର ସମ୍ଭାବନା ରହିଛି । ପ୍ରକାଶ ଯେ, ପରମଜୀତ ହିଁ ଧୋନୀଙ୍କ କ୍ୟାରିୟର ଆରମ୍ଭ ସମୟରେ ତାଙ୍କର ପ୍ରଥମ କିଟ୍ ଦେବାରେ ମୁଖ୍ୟ ଭୂମିକା ନିଭାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.