ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୁଖ୍‌ତାର ଅଂସାରୀ ମୃତ୍ୟକୁ ନେଇ ବିରୋଧ; ୟୁପି ସରକାରଙ୍କୁ ଘେରିଲେ ବିରୋଧି

Image source: Jagran

ନୂଆଦିଲ୍ଲୀ,୨୯/୦୩: ଗୁରୁବାର ସନ୍ଧ୍ୟାରେ ହୃଦଘାତରେ ଗ୍ୟାଙ୍ଗଷ୍ଟର ତଥା ରାଜନେତା ମୁଖ୍‌ତାର୍‌ ଅଂସାରୀଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ବନ୍ଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଅଂସାରୀଙ୍କ ମୃତ୍ୟୁ ପରେ ପୋଲିସ ପୁରା ୟୁପିରେ ସଜାଗ ରହିଛି। ଅଂସାରୀ ମଉ ସଦର ନିର୍ବାଚନମଣ୍ଡଳୀରୁ ପାଞ୍ଚ ଥର ବିଧାୟକ ଥିଲେ। ଅଂସାରୀଙ୍କ ବିରୋଧରେ ୬୦ ରୁ ଅଧିକ ଅପରାଧିକ ମାମଲା ଥିବାବେଳେ ସେଥିମଧ୍ୟରୁ ସେ ୮ ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅଂସାରୀଙ୍କ ମୃତ୍ୟୁ ପରେ ଅନେକ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। କେହି କେହି ଏହାକୁ ଏକ ଷଡଯନ୍ତ୍ର ବୋଲି କହି ଘଟଣାର ତଦନ୍ତ କରିବାକୁ କହୁଥିବା ବେଳେ କେହି କେହି ମୃତ୍ୟୁକୁ ନିନ୍ଦନୀୟ ବୋଲି କହିଛନ୍ତି। ଅନେକ ବିରୋଧି ଦଳ ନେତା ସରକାରଙ୍କୁ ମଧ୍ୟ ପ୍ରଶ୍ନବାଣରେ ଘେରିଛନ୍ତି।

ଗୋଟିଏ ପଟେ ମୁଖ୍‌ତାର୍‌ ଅଂସାରୀଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ଏହାକୁ ଷଡ଼ଯନ୍ତ୍ର ବୋଲି କହିଥିବା ବେଳେ ଅନ୍ୟପଟେ ବିରୋଧି ରାଜନୈତିକ ଦଳ ଗୁଡ଼ିକ ପକ୍ଷରୁ ସମବେଦନା ସହିତ ସରକାରଙ୍କ ଉପରେ ଅଭିଯୋଗ ନଜର ଆସିଛି। ସମାଜବାଦି ପାର୍ଟି ପକ୍ଷରୁ ଏକ୍ସରେ ଅଂସାରୀଙ୍କ ପରିବାରକୁ ସମବେଦନା ଜଣାଇଥିବା ବେଳେ ପୂର୍ବତନ ସାଂସଦ ଅଂସାରୀଙ୍କ ମୃତ୍ୟକୁ ଏକ ସୁଚିନ୍ତିତ ହତ୍ୟା ବୋଲି କହିଛନ୍ତି। ଅନ୍ୟ ପକ୍ଷରେ କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ ଅଂସାରୀଙ୍କ ମୃତ୍ୟୁକୁ ନେଇ ୟୁପି ସରକାର ଉପରେ ପ୍ରଶ୍ନ ଉଠାଇଥିଲେ। ନ୍ୟୁଜ୍ ଏଜେନ୍ସି ଏଏନ୍ଆଇକୁ କହିଛନ୍ତି, 'ଆଜି ମୁଖ୍‌ତାର୍‌ ଅଂସାରୀଙ୍କ ଜେଲରେ ମୃତ୍ୟୁ ବିଜେପି ନେତୃତ୍ୱାଧୀନ ୟୁପି ସରକାର ଉପରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ହେବା ଉଚିତ ଯାହା ଦ୍ବାରା ଜେଲରେ କଣ ଘଟୁଛି ସମସ୍ତେ ଜାଣିପାରିବେ।

ଅଂସାରୀଙ୍କ ମୃତ୍ୟୁକୁ ନେଇ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଏକ୍ସ ରେ ଲେଖିଛନ୍ତି, 'ପୂର୍ବତନ ୟୁପି ବିଧାୟକ ଶ୍ରୀ ମୁଖ୍‌ତାର୍ ଅଂସାରୀଙ୍କ ଦେହାନ୍ତର ଦୁଃଖଦ ଖବର ପାଇଲି। ବିଦାୟୀ ଆତ୍ମାକୁ ଶାନ୍ତି ଏବଂ ଶୋକସନ୍ତପ୍ତ ପରିବାରକୁ ସହାୟ ହେବାକୁ ଭଗବାନଙ୍କୁ ପ୍ରାର୍ଥନା କରୁଛୁ।' କିଛି ଦିନ ପୂର୍ବରୁ ସେ ଅଭିଯୋଗ କରିଥିଲେ ଯେ ତାଙ୍କୁ ଜେଲରେ ବିଷ ଦିଆଯାଇଥିଲା, ତଥାପି ଏହି ମାମଲାକୁ ଗୁରୁତ୍ୱ ଦିଆଯାଇନଥିଲା।' ତେବେ ତମାମ ଆଲୋଚନା ଓ ସମାଲୋଚନା ଭିତରେ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ହଙ୍ଗାମାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହିତ ୧୪୪ ଧାରା ଲାଗୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.