ବଡ଼ବିଲ, ୧୨/୦୮ : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଦେଓଝର ପଞ୍ଚାୟତରେ ବିଭତ୍ସ ହତ୍ୟାକାଣ୍ଡ। ରବିବାର ରାତିରେ ଘନ ସାହିରେ ଜଣେ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ରବିବାର ରାତିରେ ଯୋଡ଼ା ଥାନା ଦେଓଝର ପଞ୍ଚାୟତ ଘନ ସାହିରେ ହତ୍ୟାକାଣ୍ଡ ଘଟିଛି। ଘନ ସାହିର ଲେଙ୍ଗା ଶବର (୫୦ ବର୍ଷ)ଙ୍କୁ କେହି ଛୁରୀ ଭୁସି ହତ୍ୟା କରିଛି। ହତ୍ୟାକାଣ୍ଡ ନେଇ ଯୋଡ଼ା ପୋଲିସ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ଲେଙ୍ଗା ଶବରଙ୍କ ଛାତିରେ ଗଭୀର କ୍ଷତ ହୋଇଛି। ତେଣୁ ତାଙ୍କୁ କେହି ଛୁରୀ ଭୁସି ହତ୍ୟା କରିଥିବା ସନ୍ଦେହ କରାଯାଉଛି। କିଏ ଏବଂ କାହିଁକି ଏହି ହତ୍ୟାକାଣ୍ଡ ଭିଆଇଲା ତା'ର କାରଣ ଅସ୍ପଷ୍ଟ ରହିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।