ପ୍ରମୂଖ ଖବର

ଏଥର ନବରଙ୍ଗପୁର ବିଧାନସଭା ନିର୍ବାଚନ ମୈଇଦାନରେ ଖୁଡ଼ୀ-ପୁତୁରା ଲଢ଼େଇ

ନବରଙ୍ଗପୁର, ୩।୪: ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହାପରେ ନିର୍ବାଚନ ମୈଇଦାନରେ ଏଥର ଖୁଡ଼ୀ-ପୁତୁରା ଲଢ଼େଇ ହେବା ସ୍ପଷ୍ଟ ହୋଇଛି । ଏହି ଆସନରେ ବିଧାୟକ ସଦାଶିବ ପ୍ରଧାନୀଙ୍କ ସ୍ତ୍ରୀ କୌଶଲ୍ୟାଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଅନ୍ୟପକ୍ଷରେ କଂଗ୍ରେସ ସଦାଶିବଙ୍କ ପୁତୁରା ଦିଲ୍ଲୀପ ପ୍ରଧାନୀଙ୍କ ପ୍ରାର୍ଥିତ୍ୱ ଉପରେ ମୋହର ମାରିଛି । ଦୁହେଁ ଗୋଟିଏ ପରିବାର ହୋଇଥିବା ବେଳେ ସମ୍ପର୍କରେ ଖୁଡ଼ୀ-ପୁତୁରା । ଉଭୟ କୌଶଲ୍ୟା ଓ ଦିଲ୍ଲୀପ ୯ଥର ନବରଙ୍ଗପୁର ସାଂସଦ ହୋଇଥିବା ସ୍ୱର୍ଗତ ଖଗପତି ପ୍ରଧାନୀଙ୍କ ପରିବାରର ସଦସ୍ୟ । ଖଗପତିଙ୍କ ସାନଭାଇ ତଥା ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜିଲ୍ଲାପରିଷଦ ଅଧ୍ୟକ୍ଷ ସ୍ୱର୍ଗତ ଗୋପୀନାଥ ପ୍ରଧାନୀଙ୍କ ପୁଅ ହେଉଛନ୍ତି ଏବର ବିଜେଡି ବିଧାୟକ ସଦାଶିବ । ଆଉ ସ୍ୱର୍ଗତ ଖଗପତିଙ୍କ ପୁଅ ତଥା ଜିଲ୍ଲାପରିଷଦ ସଭ୍ୟ ତ୍ରିନାଥ ପ୍ରଧାନୀଙ୍କ ପୁଅ ହେଉଛନ୍ତି ଦିଲ୍ଲୀପ । 

ଏଥର ନିର୍ବାଚନରେ ଏହି ଆସନରେ ତ୍ରିମୁଖୀ ଲମେଇ ହେବ । ଅଥଚ ଖୁଡ଼ୀ-ପୁତୁରା ଲଢ଼େଇ ରୋଚକ ହେବ ବୋଲି ଚର୍ଚ୍ଚା ହେଉଛି । ଦିଲ୍ଲୀପ କଂଗ୍ରେସ ଆଦିବାସୀ ସେଲ୍‌ର ଜିଲ୍ଲା ସଭାପତି ରହିଥିବା ବେଳେ ନିଜ ପଞ୍ଚାୟତ ପାତ୍ରପୁଟରେ ସମିତିସଭ୍ୟ ରହିଛନ୍ତି । ଗତ ପଞ୍ଚାୟତ ନିର୍ବାଚନରୁ ବିଧାୟକ ଦାଦା ଓ ତାଙ୍କ(ଦିଲ୍ଲୀପ)ଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତିକ୍ତତା । ୨୦୨୨ ପଞ୍ଚାୟତ ନିର୍ବାଚନରେ ଦିଲ୍ଲୀପ ପାତ୍ରପୁଟ ସମିତିସଭ୍ୟ ଭାବେ ବିଜୟୀ ହୋଇଥିଲେ । ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିଲେ । ସେଥିଲାଗି ଆରମ୍ଭ କରିଦେଇଥିଲେ ଗୋଟିଚାଳନା । ଅଥଚ ବିଧାୟକ ସଦାଶିବ ସବୁ ଅଙ୍କକୁ ବିଗାଡ଼ି ଦେଇଥିଲେ । ବିଜେଡିର ସ୍ୱାର୍ଥ ପାଇଁ ପୁତୁରାଙ୍କ ଆଶାକୁ ଧୂଳିସାତ କରିଦେଇଥିଲେ । ସେହି ଦିନରୁ ଦାଦା- ପୁତୁରା ମଧ୍ୟରେ ଶୀତଳଯୁଦ୍ଧ ଲାଗି ରହିଥିଲା । ନବରଙ୍ଗପୁର ଆସନରୁ କଂଗ୍ରେସ ପ୍ରାର୍ଥୀ ପାଇଁ ଦିଲ୍ଲୀପ ଆଶାୟୀ ଥିଲେ । ଆଜି ତାଙ୍କ ଆଶା ପୂରଣ କରିଛି ଦଳ । ଦୁଇ ଦଳ ଗୋଟିଏ ପରିବାରରୁ ୨ଜଣଙ୍କୁ ପ୍ରାର୍ଥୀ କରିବା ପରେ ଖୁଡ଼ୀ- ପୁତୁରା ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି ।

 

 

 

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.