ପ୍ରମୂଖ ଖବର
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

୨୫ରେ ରମାଦେବୀ ବିଶ୍ୱବିଦ୍ୟାଳୟକୁ ଆସିବ ନାକ୍‌, ୩ ଦିନ ଧରି ପରିଦର୍ଶନ କରିବେ ଟିମ୍

ଭୁବନେଶ୍ୱର, ୪।୯: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସନ୍ତା ୨୫ ତାରିଖରେ ଆସିବେ ନ୍ୟାସନାଲ୍‌ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌ (ନାକ୍‌) ଟିମ୍‌ । ତିନି ଦିନିଆ ଗସ୍ତରେ ଆସୁଥିବା ଏହି ଟିମ୍‌ ବିଶ୍ୱବିଦ୍ୟାଳୟର ସମସ୍ତ ଦିଗକୁ ଯାଞ୍ଚ କରିବେ । ତେବେ ନାକ୍‌ ମାନ୍ୟତା କିପରି ଭଲ ହେବ ସେଥିଲାଗି ଏବେଠୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂରା ପ୍ରସ୍ତୁତ ହେଉଛନ୍ତି । ଏନେଇ ଆଗୁଆ ଘନ ଘନ ବୈଠକ ବସୁଛି । ନାକ୍‌ ଟିମ୍‌ ଆଗରେ କିପରି ଭଲ ଭାବେ ବିଶ୍ୱବିଦ୍ୟାଳୟର ସମସ୍ତ ସଫଳତାକୁ ଉପସ୍ଥାପନ କରିବେ ତାକୁ ନେଇ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଉଛି । ବିଶେଷ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଆସନ୍ତା ୨୫ ତାରିଖରେ ରମାଦେବୀ ଆସୁଥିବା ନାକ୍‌ ଟିମ୍‌ ୨୭ ତାରିଖ ପର୍ଯ୍ୟନ୍ତ ରହିବେ । ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟର କୁଳପତି, କୁଳସଚିବଙ୍କ ସମତେ ଅନ୍ୟ ବରିଷ୍ଠ ଅଧିକାରୀ ଓ ଅଧ୍ୟାପକଙ୍କ ସହ ଆଲୋଚନା କରିବେ । ଏହାପରେ ସମସ୍ତ ବିଭାଗ ପରିଦର୍ଶନ କରିବେ । 

ବିଭାଗୀୟ ମୁଖ୍ୟ ମାନେ ପାୱାର ପଏଣ୍ଟରେ ଡକ୍ୟୁମେଣ୍ଟ ଉପସ୍ଥାପନ କରିବେ । କୁଳପତି ବିଶ୍ୱବିଦ୍ୟାଳୟ ଉପରେ ଏକ ସ୍ୱତନ୍ତ୍ର ଉପସ୍ଥାପନ କରିବେ । ଏହାପରେ ଇଣ୍ଟରନାଲ୍‌ କ୍ୱାଲିଟି ସେଲ୍‌ (ଆଇକ୍ୟୁସି) ଉପସ୍ଥାପନା କରାଯିବ । ଅଧ୍ୟାପକ, ଛାତ୍ରୀଙ୍କ ସହ ନାକ୍‌ ସଦସ୍ୟମାନେ ଆଲୋଚନା କରିବେ । ପରିଦର୍ଶନ ସମୟରେ ହଷ୍ଟେଲ୍‌, ସ୍ପୋର୍ଟସ କାଉନ୍‌ସିଲ୍‌, ଗବେଷଣାଗାର, କ୍ରୀଡ଼ା ଭିତ୍ତିଭୂମି, କ୍ୟାଣ୍ଟିନ୍‌, ଗେଷ୍ଟହାଉସ୍‌, ଷ୍ଟାଡିୟମ୍‌ ଆଦିର ତଦାରଖ କରିବେ । ଆଲୁମିନି ଛାତ୍ରୀଙ୍କ ସହ ବୈଠକ କରିବେ । ଉଲ୍ଲେଖଯୋଗ୍ୟ, ରମାଦେବୀ ମହିଳା ମହାବିଦ୍ୟାଳୟ ଥିବା ସମୟରେ ଶେଷ ଥର ପାଇଁ ୨୦୧୪ରେ ନାକ୍‌ ପରିଦର୍ଶନ କରିଥିଲା । ଏହି ସମୟରେ କଲେଜକୁ ନାକ୍‌-ଏ ଗ୍ରେଡ୍‌ ମାନ୍ୟତା ମିଳିଥିଲା । ମାତ୍ର ୨୦୧୫ରେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ଏହା ପ୍ରଥମ ନାକ୍‌ ପରିଦର୍ଶନ । ମାତ୍ର ଏସବୁ ସତ୍ତେ୍ୱ ଅଧ୍ୟାପକ, ଗବେଷଣା ପେପର, ଭିତ୍ତିଭୂମି ସମସ୍ୟାକୁ ନେଇ ଚିନ୍ତାରେ କର୍ତ୍ତୃପକ୍ଷ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.