ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ରୁଷ୍‌ ବିରୋଧରେ ନାଟୋ ଏକାଠି, ଜୋ ବାଇଡେନ୍‌ କହିଲେ ପୁଟିନ୍‌ଙ୍କୁ ୟୁକ୍ରେନ୍‌ ରୋକିବ

ୱାଶିଂଟନ,୧୧/୦୭: ଜୁଲାଇ ୯ରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ  ସାକ୍ଷାତ କରିବା ପରେ ଅଷ୍ଟ୍ରିଆ ଅଭିମୁଖେ ବାହାରିଥିଲେ ।  ଏହି ସମୟରେ ନାଟୋ ଦେଶଗୁଡ଼ିକ ନିଜ ୭୫ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ଆମେରିକାର ୱାଶିଂଟନରେ ଏକଜୁଟ ହୋଇଥିଲେ । ନାଟୋ ସଦସ୍ୟ ହୋଇ ନ ଥିଲେ ସୁଦ୍ଧା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଏହି ସମ୍ମିଳନୀରେ ସାମିଲ ହୋଇଥିଲେ । ଗୋଟିଏ ପଟେ ମୋଦିଙ୍କୁ ପୁଟିନ୍‌ ରୁଷ୍‌ର ସର୍ବୋଚ୍ଚ  ନାଗରିକ ସମ୍ମାନ ପ୍ରଦାନ କରିଥିଲା ବେଳେ ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌  ୧୦ ବର୍ଷ ହେଲା ନାଟୋ ମୁଖ୍ୟ ରହିଥିବା ଜେନ୍‌ସ ଷ୍ଟୋଲଟେନବର୍ଗଙ୍କୁ ଆମେରିକାର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିଥିଲେ । 

ନାଟୋ ସମ୍ମିଳନୀରେ  ୮୧ ବର୍ଷୀୟ ବାଇଡେନ୍‌ କହିଥିଲେ କି ସେ ୟୁକ୍ରେନ୍‌କୁ ରୁଷ୍‌ଠାରୁ ସୁରକ୍ଷା ଦେବା ସକାଶେ  ନିଜର ସମ୍ପୂର୍ଣ୍ଣ ବଳ ଲଗାଇଦେବେ । ୟୁକ୍ରେନ୍‌ ହିଁ  ପୁଟିନ୍‌ଙ୍କୁ ରୋକିବାରେ ସମର୍ଥ ହେବ । ନାଟୋ ସମ୍ମିଳନୀ ଆରମ୍ଭରେ ଜୋ ବାଇଡେନ୍‌  ଘୋଷଣା କରିଥିଲେ ଯେ ରୁଷ୍‌ ବିରୋଧରେ ଯୁଦ୍ଧ  ଲଢ଼ିବା ପାଇଁ ୟୁକ୍ରେନ୍‌କୁ ୫ଟି ଆଧୁନିକ ଏୟାର  ଡିଫେନ୍ସ ସିଷ୍ଟମ୍‌ ଯୋଗାଇ ଦିଆଯିବ । ରୁଷ୍‌-ୟୁକ୍ରେନ୍‌  ଯୁଦ୍ଧ ମଧ୍ୟରେ ସୈନ୍ୟ ସଙ୍ଗଠନ ନାଟୋ (ନର୍ଥ  ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେସନ) ବର୍ତ୍ତମାନ  ସବୁଠୁ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି । ଏହାର ଶକ୍ତି ବଢ଼ିଥିବା କୁହାଯାଉଛି । ବାଇଡେନ୍‌  କହିଛନ୍ତି ଯେ ସେ ଆମେରିକା, ଜର୍ମାନୀ, ଇଟାଲୀ,  ନେଦରଲାଣ୍ଡସ ଓ ରୋମାନିଆ ସହ ମିଶି ୟୁକ୍ରେନ୍‌କୁ  ପାଟ୍ରିଅଟ୍‌ ମିସାଇଲ୍‌ ବ୍ୟବସ୍ଥା ଏବଂ ଅନ୍ୟ ସୈନ୍ୟ  ଉପକରଣ ଦାନ କରିବେ । ଆମେରିକାର ବିଦେଶ  ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ନାଟୋର  ସହଯୋଗୀ ଦେଶ ଖୁବଶୀଘ୍ର ୟୁକ୍ରେନ୍‌କୁ ଏଫ୍‌୧୬ ଯୁଦ୍ଧ ଜାହାଜ ଯୋଗାଇଦେବେ । 

ବ୍ରିଟେନ୍‌ର ନବନିର୍ବାଚିତ ପ୍ରଧାନମନ୍ତ୍ରୀ କିଏର୍‌  ଷ୍ଟାର୍ମର ମଧ୍ୟ ନାଟୋ ସମ୍ମିଳନୀରେ ସାମିଲ ହେବା  ପାଇଁ ୱାଶିଂଟନରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ  ଭାବେ ଷ୍ଟାର୍ମରଙ୍କର ଏହା ପ୍ରଥମ ବିଦେଶ ଗସ୍ତ । ସେ  ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି, ବ୍ରିଟେନ୍‌ ପକ୍ଷରୁ  ଦିଆଯାଇଥିବା ମିସାଇଲ୍‌କୁ ୟୁକ୍ରେନ୍‌ ରୁଷ୍‌ ବିରୋଧରେ  ବ୍ୟବହାର କରିପାରିବ । ଆମେ ୟୁକ୍ରେନ୍‌କୁ ଆତ୍ମରକ୍ଷା  ପାଇଁ ମିସାଇଲ୍‌ ସିଷ୍ଟମ୍‌ ଯୋଗାଇଛୁ । ଏହାକୁ କିଭଳି  ବ୍ୟବହାର କରାଯିବ, ତାହା ୟୁକ୍ରେନ୍‌ ଉପରେ ନିର୍ଭର  କରେ । ବ୍ରିଟେନ୍‌ ପକ୍ଷରୁ ୟୁକ୍ରେନ୍‌କୁ ଷ୍ଟର୍ମ  ସ୍ୟାଡୋ ମିସାଇଲ୍‌ ଦିଆଯାଇଥିଲା । 

ନାଟୋ ମହାସଚିବ ଜେନ୍‌ସ  ଷ୍ଟୋଲ୍‌ଟେନ୍‌ବର୍ଗ ସମ୍ମିଳନୀ ଆରମ୍ଭରେ  ରୁଷ୍‌କୁ ଚୀନ୍‌ ସହଯୋଗ କରୁଥିବା  ନେଇ ଅଭିଯୋଗ କରିଥିଲେ । ଏହା ଉପରେ ଚୀନ୍‌ର  ପ୍ରତିକ୍ରିୟା ସାମ୍ନାକୁ  ଆସିଛି । ଚୀନ୍‌ର  ବିଦେଶ ମନ୍ତ୍ରଣାଳୟ  ମୁଖପାତ୍ର ଲିନ୍‌  ଜିୟାନ କହିଛନ୍ତି, ନାଟୋର ତଥାକଥିତ ସୁରକ୍ଷା  ଅନ୍ୟ ଦେଶର ସୁରକ୍ଷାକୁ ବାଜିରେ ଲଗାଇ ଦେଇଉଛି।  ନାଟୋର କାର୍ଯ୍ୟ ଯୋଗୁ ବିଶ୍ୱରେ ବିପଦ ବଢ଼ିବାରେ  ଲାଗିଛି । ଏହା ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ  ଯୁଦ୍ଧ ଦ୍ୱାରା ଶାନ୍ତିର ରାସ୍ତା ବାହାରିବ ନାହିଁ ବୋଲି  ମସ୍କୋରେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.