ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭୁବନେଶ୍ବରରେ ନବୀନଙ୍କ ରୋଡ୍ ସୋ’

ଭୁବନେଶ୍ବର,୨୨।୫ : ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋଡ ସୋ ’ କରିଛନ୍ତି। ରେଣ୍ଟାଲ କଲୋନୀ ଓମଫେଡ ଛକରୁ ଏହି ରୋଡ ସୋ’ ଆରମ୍ଭ  ହୋଇଛି।  ରୋଡ ସୋ’ ବେଳେ ଜନସାଧାରଣଙ୍କୁ ସମ୍ଭୋଧିକ କରି ଯୋଡି଼ ଶଙ୍ଖରେ ଭୋଟ ଦେଇ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଭୋଟରକୁ ଅନୁରୋଧ କରିଛନ୍ତି। ଜୁଲାଇରୁ ଆଉ ଆସିବନି ବିଦ୍ୟୁତ ବିଲ   । ସମସ୍ତଙ୍କୁ ବିଏସକେଓ୍ବାଇ କାର୍ଡ ମିଳିବ ବୋଲି କହିଥିଲେ। ଏହି ରୋଡ ସୋ ବେଳେ ପ୍ରବଳ ଜନସମାଗମ  ରାସ୍ତାରେ ଦେଖିବାକୁ ମିଳିଛି। 

 ରେଣ୍ଟାଲ କଲୋନୀ ଠାରୁ  ପଟିଆ ଛକ ଯାଏଁ ଚାଲିବ ରୋଡ  ସୋ’ ।  ଏହି ସମୟରେ ୮ଟି ଛକରେ ଅଟକି ଜନସମାବେଶକୁ ସମ୍ବୋଧିତ କରିବେ। ସାଲିଆ ସାହି ପେଟ୍ରୋଲ ପମ୍ପ ଛକ,  ମେ’ ଫେୟାର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଛକ ଦେଇ ଡମଣା ମାକ୍ସ ପର୍ଯ୍ୟନ୍ତ ଏହି ରୋଡ ସୋ ଯିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.