ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ୱାଣ୍ଡା ଡାଏମଣ୍ଡ ଲିଗ୍‌, ୮୯.୪୯ ମିଟର ଜାଭେଲିନ୍ ଥ୍ରୋ ବଳରେ ନୀରଜ ଦ୍ୱିତୀୟ

ଲାଉସେନ,୨୩/୦୮: ସ୍ୱିଜରଲାଣ୍ଡ୍‌ରେ ଚାଲିଥିବା  ୱାଣ୍ଡା ଡାଏମଣ୍ଡ ଲିଗ୍‌ରେ ଭାରତର ନୀରଜ ଚୋପ୍ରାଙ୍କୁ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସେ  ୮୯.୪୯ ମିଟର ଦୂର ଜାଭେଲିନ୍‌ ଫିଙ୍ଗି ସିଜନର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ହେଁ ପ୍ରଥମ ସ୍ଥାନରେ ପହଞ୍ଚିବାରେ ବିଫଳ ହୋଇଛନ୍ତି । ଗ୍ରେନାଡ଼ାର ଆଣ୍ଡରସନ ପିଟର୍ସ  ୯୦.୬୧ମିଟର ଜାଭେଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଦଖଲ କରିବା  ସହ ମିଟ୍‌ ରେକର୍ଡ ଓ ସିଜନର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ।  

ଲାଉସେନ୍‌ ପ୍ରଦର୍ଶନ ବଳରେ ଆଣ୍ଡରସନ  ଓ ଜାକୁବ ଭାଲଡେଚ ଡାଏମଣ୍ଡ  ଲିଗ୍‌କୁ ଯୋଗ୍ୟତା ଅର୍ଜନ  କରିଛନ୍ତି । ଉଭୟ ଯଥାକ୍ରମେ  ୨୧ ଓ ୧୬ ପଏଣ୍ଟ ଲେଖାଏଁ  ଅର୍ଜନ କରିଛନ୍ତି । ନୀରଜ ଓ  ଜୁଲିଆନ ୱେବର ୧୪ ପଏଣ୍ଟ  ଲେଖାଏଁ ଅର୍ଜନ କରି ଯଥାକ୍ରମେ  ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।  ଲାଉସେନ୍‌ରେ ଆଜି ୧୦ଜଣ ପ୍ରତିଯୋଗୀ ଶ୍ରେଷ୍ଠ  ପ୍ରଦର୍ଶନ ପାଇଁ ଲଢେଇକୁ ଓହ୍ଲାଇଥିଲେ । ଏମାନଙ୍କ  ମଧ୍ୟରେ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା  ୮ଜଣ ପ୍ରତିଯୋଗୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ପିଟର୍ସଙ୍କ  ପ୍ରଥମ ଥ୍ରୋ ୮୬.୩୬ ମିଟର ରହିଥିଲା । ସେହିପରି  ଜୁଲିଆନ ୱେବର ୮୫.୦୭ ମିଟର ଓ ଜାପାନର ଡିନ  ରୋଡେରିକ ଗେଙ୍ଗି ୮୩.୧୯ ମିଟର ଥ୍ରୋ କରିଥିଲେ ।  ନୀରଜଙ୍କ ପ୍ରଥମ ଥ୍ରୋ ୮୨.୧୦ ମିଟର ରହିଥିଲା ।  

ପ୍ରତି ରାଉଣ୍ଡ୍‌ରେ ରୋମାଞ୍ଚ ବଢି ଚାଲିଥିଲା । ଶେଷ  ପ୍ରୟାସ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରତିଯୋଗୀ ନିଜ ନିଜ  ପ୍ରଦର୍ଶନକୁ ଉନ୍ନତି କରିବା ପାଇଁ ଲାଗି ପଡ଼ିଥିଲେ ।  ଆଣ୍ଡରସନଙ୍କ ପରବର୍ତ୍ତୀ ୪ଟି ଥ୍ରୋ ଯଥାକ୍ରମେ  ୮୮.୪୯, ୮୭.୪୦, ୮୫.୫୯ ଓ ୮୨.୨୨ମିଟର  ରହିଥିଲା । ସେହିପରି ୱେବର ଦ୍ୱିତୀୟ ପ୍ରୟାସରେ  ୮୭.୦୮ ମିଟର ଥ୍ରୋ କରିଥିଲେ । ୟୁକ୍ରେନ୍‌ର ଆର୍ତର  ଫେଲଫନର୮୩.୩୮ ମିଟର ଥ୍ରୋ ସହ ଯଥାକ୍ରମେ  ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅକ୍ତିଆର କରିଥିଲେ । ନୀରଜ  ପଞ୍ଚମ ରାଉଣ୍ଡ୍‌ ପର୍ଯ୍ୟନ୍ତ ୮୩.୨୧ମିଟର(ଦ୍ୱିତୀୟ ପ୍ରୟାସ)  ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଚତୁର୍ଥ ସ୍ଥାନରେ ରହିଥିଲେ ।  

ଷଷ୍ଠ ରାଉଣ୍ଡ୍‌ ଦର୍ଶକଙ୍କ ହୋସ୍‌ ଉଡ଼ାଇ ଦେଇଥିଲା ।  ଆଣ୍ଡରସନ ୯୦.୬୧ ମିଟର ଥ୍ରୋ’ କରି ଉତ୍ସାହ  ବଢାଇ ଦେଇଥିଲେ । ନୀରଜ ଷଷ୍ଠ ପ୍ରୟାସରେ  ଜାଭେଲିନ୍‌କୁ ୮୯.୪୯ ମିଟର ଦୂରରେ ପହଞ୍ଚାଇ  ଦେଇଥିଲେ । ମାତ୍ର ୫୧ସେଣ୍ଟି ମିଟର ପାଇଁ ସେ  ୯୦ମିଟର ଛୁଇଁବାରେ ବିଫଳ ହୋଇଥିଲେ ।  ୱେବରଙ୍କ ଅନ୍ତିମ ଥ୍ରୋ’ ୮୨.୩୩ ମିଟର ରହିଥିଲା  ଓ ନୀରଜଙ୍କ ଦ୍ୱିତୀୟ ସ୍ଥାନ ନିଶ୍ଚିତ ହୋଇଯାଇଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.