ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଭାଙ୍ଗିଲା ପ୍ରଚଣ୍ଡ ଏବଂ ବାହାଦୂରଙ୍କ ମେଣ୍ଟ ସରକାର, ଶାସନକୁ ଫେରିଲେ ଚୀନ୍‌ ସମର୍ଥକ ଓଲି

Published By : Tapas Panda | March 4, 2024 7:37 PM

Image Courtesy: indiatvnews

କାଠମାଣ୍ଡୁ: ନେପାଳ ରାଜନୀତିରେ  ହାଇଡ୍ରାମା । ଦୀର୍ଘ ୧୫ ମାସ ପରେ ଭାଙ୍ଗିଛି ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ମେଣ୍ଟ ସରକାର । ପିଏମ ପୁଷ୍ପ କମଲ ଦହଲ ଏବେ କେପି ଓଲିଙ୍କ ସହ ମେଣ୍ଟ କରିବା ସହ ନୂଆ ସରକାର ନେଇ ଘୋଷଣା କରିଛନ୍ତି । ଏହା ସହ ନୂଆ ସରକାରରେ ମନ୍ତ୍ରିମଣ୍ଡଳ ବିସ୍ତାର ନେଇ ମଧ୍ୟ ଚର୍ଚ୍ଚା ଲାଗିରହିଛି । 

ସେପଟେ ନୂଆ ମେଣ୍ଟ ସରକାର ପଛରେ ଚୀନ୍‌ର ହାତ ଥିବା ନେଇ କୁହାଯାଉଛି । ପୁଷ୍ପ କମଲ ଏବଂ ଶେର ବାହାଦୂରଙ୍କ ସଂପର୍କରେ ଫାଟ ସୃଷ୍ଟି କରିବାକୁ ଚୀନ୍‌ର ରାଷ୍ଟ୍ରଦୂତ ମୁଖ୍ୟ ଭୂମିକା ନେଇଥିବା ଚର୍ଚ୍ଚା ହେଉଛି ।  ନିକଟ ଅତୀତରେ ନେପାଳରେ ବାମପନ୍ଥୀ ସରକାର ପ୍ରତିଷ୍ଠା ଲାଗି ଚୀନ୍‌ ପ୍ରଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ଫଳରେ ନେପାଳରେ ଚୀନ ନିଜର ପ୍ରଭୁତ୍ବ ବିସ୍ତାର କରିପାରିବ । ଗୋଟିଏ ପଟେ ଶେର ବାହାଦୂର ଭାରତର ସମର୍ଥକ ଥିବା ବେଳେ ଏବେ ସରକାରରେ ପ୍ରବେଶ କରିଥିବା କେପି ଶର୍ମା ଓଲି ଚୀନର ଜଣେ ଦୃଢ଼ ସମର୍ଥକ । 

ଏଥିପାଇଁ ସି ଜିନପିଙ୍ଗ ଲଗାତାର କେପି ଓଲିଙ୍କୁ ଶାସନକୁ ଫେରାଇ ଆଣିବା ଲାଗି ଚେଷ୍ଟା ଜାରି ରଖିଥିଲେ । ଆଉ ଏଥିରେ ଚୀନ୍‌ କେତେକାଂଶରେ ସଫଳ ମଧ୍ୟ ହୋଇଛି ।  ନେପାଳରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ଭାରତ ପ୍ରତି କେପି ଓଲିଙ୍କ ବ୍ୟବହାର କିଛି ଖାସ ନଥିଲା । ସେ ଲଗାତାର ଭାରତ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ । 

ଓଲିଙ୍କୁ ଚୀନ୍‌ ସମର୍ଥକ ବୋଲି କୁହାଯାଉଥିବା ବେଳେ ଚୀନ୍‌ ରାଷ୍ଟ୍ରଦୂତଙ୍କ ପରାମର୍ଶ କ୍ରମେ ସେ ନେପାଳର ନୂଆ ନକ୍ସା ଜାରି କରିଥିଲେ । ଏଥିରେ ସେ ଭାରତ ଲିମ୍ପିୟାଧୁରା ଏବଂ କଳାପାଣି କ୍ଷେତ୍ରକୁ ନେପାଳର ବୋଲି ଦର୍ଶାଇଥିଲେ । ଏପରିକି ନିକଟରେ ପ୍ରଚଣ୍ଡ ଏବଂ ଓଲି ଚୀନ୍‌ର ରାଷ୍ଟ୍ରଦୂତଙ୍କୁ ଏକାଧିକ ଥର ସାକ୍ଷାତ କରିଛନ୍ତି ।

  • Nepal
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.