ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଛାତ୍ରୀଙ୍କ ଆତ୍ମହତ୍ୟା: ଏନ୍‌ଆଇଏଫ୍‌ଟି କଲେଜରେ ପୋଲିସର ତନାଘନା, ମୋବାଇଲ୍‌, ଲାପଟପ୍‌ ଓ ପେନ୍‌ ଡ୍ରାଇଭ୍‌କୁ ରାଜ୍ୟ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯିବ

ଭୁବନେଶ୍ୱର,୦୯/୦୫: ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାଶନ୍‌ ଟେକ୍ନୋଲୋଜି (ଏନ୍‌ଆଇଏଫ୍‌ଟି)ର ଜଣେ ଚତୁର୍ଥ ବର୍ଷର ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ୍‌ର ନିଦ ଭାଙ୍ଗିଛିିି । ଡିଜିପିଙ୍କ ନିର୍ଦ୍ଦେଶ ପରେ ଇନ୍‌ଫୋସିଟି ଥାନା ପୁଲିସ୍‌ ତତ୍ପର ହୋଇଉଠିଛି । ତଦନ୍ତକାରୀ ଅଧିକାରୀ ବଦଳିଛନ୍ତି । ପୁଲିସର ଏକ ଟିମ୍‌ କଲେଜକୁ ଯାଇ କିଛି ଛାତ୍ରଛାତୀଙ୍କୁ ପଚରାଉଚରା କରିଛି । ତା’ଛଡା କଲେଜ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ପୁଲିସ୍‌ ଆଲୋଚନା କରିଛି । କଲେଜର ପକ୍ଷରୁ ଆୟୋଜିତ ଏକ ପାର୍ଟିରେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିଲା । ତା’ପରେ ଛାତ୍ରୀଜଣକ ବା୍ଲକ୍‌ମେଲିଂର ଶିକାର ହୋଇଥିଲେ । 

ବ୍ଲାକମେଲିଂ ସହି ନ ପାରି ଦିଲ୍ଳୀରୁ ଆସିଥିବା ଛାତ୍ରୀ ଆତ୍ମହତ୍ୟା କରିଥିଲେ । ସେଦିନ ଉକ୍ତ ପାର୍ଟିର ଭିଡିଓ ରେକର୍ଡିଂ କରାଯାଇଥିଲା । ସେହି ଭିଡିଓରୁ କିଛି ଖିଅ ମିଳିବା ଆଶାରେ ପୁଲିସ ଯାଞ୍ଚ କରୁଛି । ତା’ଛଡ଼ା ଛାତ୍ରୀଜଣକ ସୁଇସାଇଡ୍‌ ନୋଟ୍‌ରେ କିଛି ଛାତ୍ର ଓ ଜଣେ ପ୍ରଫେସରଙ୍କୁ ଇଙ୍ଗିତ କରିଛନ୍ତି । ପୁଲିସ୍‌ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବ ବୋଲି ଜଣାପଡ଼ିଛି । ସେପଟେ ଜବତ ହୋଇଥିବା ମୋବାଇଲ୍‌, ଲାପଟପ୍‌ ଓ ପେନ୍‌ ଡ୍ରାଇଭ୍‌ ରାଜ୍ୟ ଏସ୍‌ଏଫ୍‌ଏସ୍‌ଏଲ୍‌କୁ ପଠାଯିବ । 

ଅସଦାଚରଣ ପରେ ବ୍ଲାକ୍‌ମେଲିଂ... ଆତ୍ମହତ୍ୟା କଲେ ଏନ୍‌ଆଇଏଫ୍‌ଟି ଛାତ୍ରୀ, ସୁଇସାଇଡ୍‌ ଚିଠିରେ ବିସ୍ଫୋରକ ତଥ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.