ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଏନ୍‌ଆଇଆର୍‌ଏଫ୍‌ ବିଶ୍ୱବିଦ୍ୟାଳୟ ଓ ସାମଗ୍ରିକ ବର୍ଗରେ ଓଡ଼ିଶା, ଶ୍ରେଷ୍ଠ ୧୦୦ରେ ନାହାନ୍ତି ସରକାରୀ ବିଶ୍ୱବିଦ୍ୟାଳୟ, ଖସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ ର‌୍ୟାଙ୍କ୍‌

ଭୁବନେଶ୍ୱର,୧୩/୦୮: ସରକାରୀ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପାଣ୍ଠିରୁ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବିଭିନ୍ନ ଉତ୍କର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରୁଛନ୍ତି । ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଘନ ଘନ ବୈଠକ ମଧ୍ୟ ବସୁଛି । ହେଲେ ଏତେ ସବୁ କରାଯାଉଥିଲେ ମଧ୍ୟ ଉଚ୍ଚଶିକ୍ଷା ସ୍ଥିତିରେ କୌଣସି ସୁଧାର ଆସୁନି ।  କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆରଏଫ୍‌) ରାଙ୍କିଙ୍ଗସ୍‌-୨୦୨୪ରେ ଓଡ଼ିଶାର କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ଦେଶରେ (ବିଶ୍ୱବିଦ୍ୟାଳୟ ଓ ସାମଗ୍ରିକ ବର୍ଗରେ) ଶ୍ରେଷ୍ଠ ଶହେ ମଧ୍ୟରେ ନାହାନ୍ତି । ସରକାରୀ ଶିକ୍ଷାନୁଷ୍ଠାନର ସ୍ଥିତି ତଳକୁ ଖସୁଛି ପଛେ ଚିନ୍ତନ କରିବାକୁ କେହି ନାହାନ୍ତି । ଅନ୍ୟପଟେ ଘରୋଇ ବିଶ୍ୱବିଦ୍ୟାଳୟର ର‌୍ୟାଙ୍କ୍‌ ଉପରମୁହାଁ ହେଉଥିବା ବେଳେ ସରକାରୀ ବିଶ୍ୱବିଦ୍ୟାଳୟ ତଳମୁହାଁ କାହିଁକି ହେଉଛି ତାହା ଏବେ ଶିକ୍ଷାବିତ୍‌ଙ୍କର ମୁଣ୍ଡାବିନ୍ଧାର କାରଣ ସାଜିଛି । କିନ୍ତୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ଉଚ୍ଚଶିକ୍ଷା ବିଭାଗର ଏଥିପ୍ରତି ନିଘା ନାହିଁ ।

ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନ୍‌ଆଇଆର୍‌ଏଫ୍‌ ର‌୍ୟାଙ୍କିଙ୍ଗ୍‌ ପ୍ରକାଶ ପାଇଛି । ଏଥିରେ ବିଶ୍ୱବିଦ୍ୟାଳୟ ବର୍ଗ ଏବଂ ସାମଗ୍ରିକ ବର୍ଗରେ ଦେଶର ଶ୍ରେଷ୍ଠ ୧୦୦ ମଧ୍ୟରେ ରାଜ୍ୟର କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନି । ଗତ ୨ ବର୍ଷ ଧରି ଶ୍ରେଷ୍ଠ ୧୦୦ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ର‌୍ୟାଙ୍କିଙ୍ଗ୍‌ ୧୦୦ ଭିତରେ ଆସୁଥିବା ବେଳେ ଚଳିତବର୍ଷ ଏହା ଖସିଛି । ତଥ୍ୟ ଅନୁଯାୟୀ, ଏହି ବର୍ଗରେ ୨୦୨୨ରେ ଉତ୍କଳ ବିଶ୍ୱବିଦ୍ୟାଳୟ ୮୮ ର‌୍ୟାଙ୍କ୍‌ରେ ଥିଲା । ମାତ୍ର ୨୦୨୩ରେ ଏହାର ତଳକୁ ଖସି ୯୩ରେ ପହଞ୍ଚିଥିଲା । ଗତବର୍ଷ ଖସିବା ପରେ ମଧ୍ୟ କାହା ମୁଣ୍ଡରେ ଚିନ୍ତା ପଶିଲାଣି ର‌୍ୟାଙ୍କ ବୃଦ୍ଧି କିପରି ହେବ । ମାତ୍ର ଏବେ ତାହା ୧୦୦ ତଳକୁ ଖସି ଆସିଛି । ୧୦୧ରୁ ୧୫୦ ର‌୍ୟାଙ୍କ୍‌ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ରହିଛି । ଏହା ହେଉଛି ବିଶ୍ୱବିଦ୍ୟାଳୟ ବର୍ଗର ହିସାବ । 

ସେହିପରି ସାମଗ୍ରିକ ବର୍ଗରେ  ଉତ୍କଳ ବିଶ୍ୱବିଦ୍ୟାଳୟ ୨୦୨୨ରେ ୧୦୧ରୁ ୧୫୦ ର‌୍ୟାଙ୍କ୍‌ ମଧ୍ୟରେ ଥିଲା । ଏଥିରେ ଗତବର୍ଷ ଅର୍ଥାତ୍‌ ୨୦୨୩ରେ ଏହା ଖସି ୧୫୧-୨୦୦କୁ ଆସିଥିଲା । ମାତ୍ର ଚଳିତବର୍ଷ ପୁଣି ଗତବର୍ଷ  ର‌୍ୟାଙ୍କକୁ ଦୋହରାଇଛି । ଅର୍ଥାତ୍‌ ୧୫୧-୨୦୦ ମଧ୍ୟରେ ରହିଛି ଉତ୍କଳ । ମାତ୍ର ଖୁସିର କଥା, ରାଜ୍ୟ ବର୍ଗ ସରକାରୀ ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ୫୦ ମଧ୍ୟରେ ରହିଛି । ଅର୍ଥାତ୍‌ ୪୨ ନମ୍ବର ର‌୍ୟାଙ୍କ୍‌ରେ ରହିଛି । ଅନ୍ୟପଟେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ଗବେଷଣା ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି),ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଭିସୁଟ୍‌ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଆଇଆଇଆଇଟି ୫୧-୧୦୦ ର‌୍ୟାଙ୍କ୍‌ ମଧ୍ୟରେ ରହିଛି ।

ଅନ୍ୟପଟେ ଯଦି ସାମଗ୍ରିକ ବର୍ଗରେ ଦେଶରେ ଓୟୁଏଟି ୧୫୧-୨୦୦ ର‌୍ୟାଙ୍କ୍‌ ମଧ୍ୟରେ ରହିଛି । ମାତ୍ର ଅନ୍ୟ କୌଣସି ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ ମଧ୍ୟରେ ମଧ୍ୟ ସ୍ଥାନ ପାଇନାହାନ୍ତି । ସେହିପରି ବିଶ୍ୱବିଦ୍ୟାଳୟ ବର୍ଗରେ ଓୟୁଏଟି, ସମ୍ବଲପୁର ୧୦୧ରୁ ୧୫୦ ର‌୍ୟାଙ୍କ ମଧ୍ୟରେ ରହିଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟ ୧୫୧ରୁ ୨୦୦ ମଧ୍ୟରେ ରହିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ, ବୁର୍ଲା ଭିସୁଟ୍‌ର ର‌୍ୟାଙ୍କ୍‌ ୧୫୧ରୁ ୨୦୦ ମଧ୍ୟରେ ରହିଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏହି ର‌୍ୟାଙ୍କିଙ୍ଗରେ ଭାଗ ନେଉନଥିବା ନେଇ ସୂଚନା ରହିଛି । ଏଥିରେ ପ୍ରଦର୍ଶନ ଭଲ ଆସିବନି ଆଶଙ୍କା କରି ଭାଗ ନେଉନାହିଁ । 

ଅନ୍ୟପଟେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ସେଠାରେ ୧୧ଟି ଉତ୍କର୍ଷ କେନ୍ଦ୍ର ମଧ୍ୟ ରହିଛି । ହେଲେ କଣ ପାଇଁ ଉନ୍ନତି ଆସୁନି ସେନେଇ ଚିନ୍ତା ମଧ୍ୟ ହେଉନି । ଜଣେ ବରିଷ୍ଠ ଅଧ୍ୟାପକଙ୍କ କହିବା କଥା, ବିଶ୍ୱବିଦ୍ୟାଳୟରେ ଗବେଷଣା ହେଉନି, ଶିକ୍ଷକ-ଛାତ୍ର ଅନୁପାତ ରହୁନି । ଶିକ୍ଷକ ଅଭାବ ଆଦି ବିଭିନ୍ନ କ୍ଷେତ୍ର ପାଇଁ ର‌୍ୟାଙ୍କିଙ୍ଗ କମୁଛି । ଏଥିପ୍ରତି ରାଜ୍ୟ ସରକାର ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଉତ୍କଳର ପୁରାତନ ଛାତ୍ର ମନୋରଞ୍ଜନ ସ୍ୱାଇଁଙ୍କ କହିବା କଥା, ଆମ ବିଶ୍ୱବିଦ୍ୟାଳୟ ସାରା ଦେଶରେ ରାଜ୍ୟ ବିଶ୍ୱବିଦ୍ୟାଳୟ ବର୍ଗ ଅନୁଯାୟୀ, ଶ୍ରେଷ୍ଠ ୪୨ରେ ରହିଛି । ହେଲେ ବିଶ୍ୱବିଦ୍ୟାଳୟ ବର୍ଗରେ ୨ ବର୍ଷ ଧରି କ୍ରମାଗତ ଭାବେ କାହିଁକି ର‌୍ୟାଙ୍କ କମୁଛି ତାହା କର୍ତ୍ତୃପକ୍ଷ ସମୀକ୍ଷା କରିବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.