ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଦୁଇଟି ନୋଟିସକୁ ନେଇ କେଜରିଓ୍ବାଲଙ୍କ ଉପରେ ବର୍ଷିଲା ବିଜେପି; 'ଏବେ ସମ୍ମାନ ନୁହେଁ, କେବଳ ସମନ'

Published By : Prameya | March 17, 2024 7:06 PM

Image source:

ନୂଆଦିଲ୍ଲୀ,୧୭/୦୩: ଦିଲ୍ଲୀ ଜଳ ବୋର୍ଡରେ ହୋଇଥିବା ଅନିୟମିତତାରେ ସମ୍ପୃକ୍ତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଦୁଇଟି ନୋଟିସ ଜାରି କରିଛି। କେଜ୍ରିୱାଲଙ୍କୁ ମାର୍ଚ୍ଚ ୧୮ ରେ ଏପିଜେ ଅବଦୁଲ କଲାମ ରୋଡରେ ଥିବା ଇଡି କାର୍ଯ୍ୟାଳୟରେ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ଏବଂ ଅର୍ଥ ହେରଫେର ଅଧିନିୟମ ଅନୁଯାୟୀ ତାଙ୍କ ବିବୃତ୍ତି ରେକର୍ଡ କରିବାକୁ କୁହାଯାଇଛି। ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଏଏପି) ନେତା ଆତିଶୀ ଏହି ନୋଟିସକୁ ନେଇ ଇଡିକୁ ଟାର୍ଗେଟ କରି ଏହାକୁ ଏକ ନକଲି ସମନ ବୋଲି କହିଛନ୍ତି।

କେଜ୍ରିୱାଲଙ୍କ କ୍ୟାବିନେଟ ମନ୍ତ୍ରୀ ଆତିଶି କହିଛନ୍ତି, "ଏହି ଦିଲ୍ଲୀ ଜଳ ବୋର୍ଡ ମାମଲା କ'ଣ ତାହା କେହି ଜାଣନ୍ତି ନାହିଁ? କେଜ୍ରିୱାଲଙ୍କୁ କୌଣସି ପ୍ରକାରେ ଗିରଫ କରିବା ଏବଂ ତାଙ୍କୁ ଲୋକସଭା ନିର୍ବାଚନ ପ୍ରଚାରରୁ ନିବୃତ୍ତ କରିବା ଏକ ପୂର୍ବ ସୁଚିନ୍ତିତ ଯୋଜନା ବୋଲି ମନେହେଉଛି।" ତେବେ ଅତିଶୀଙ୍କ ବୟାନର ପ୍ରତିଜବାବ ଦେିଛନ୍ତି ବିଜେପି ନେତା ମନୋଜ ତିୱାରୀ। ସେ କହିଛନ୍ତି ଯେ, 'ଲାଗୁଛି ଯେ ଅରବିନ୍ଦ କେଜ୍ରିୱାଲ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତି କରିଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ପାଖରେ ଆଉ ସମ୍ମାନ ନାହିଁ, କେବଳ ସମନ ଅଛି। ଏଥିରୁ ଜଣାପଡୁଛି ଯେ ଅରବିନ୍ଦ କେଜ୍ରିୱାଲ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ନୀତିରେ ଲିପ୍ତ ରହିଛନ୍ତି।'

ବିଜେପି ନେତା ବଂସୁରୀ ସ୍ୱରାଜ ଅତିଶିଙ୍କ ଦାବିକୁ ଭୁଲ ବୋଲି କହିଛନ୍ତି ଯେ, 'ଅରବିନ୍ଦ କେଜ୍ରିୱାଲ ସୁଶିକ୍ଷିତ ଏବଂ ତାଙ୍କ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶିକ୍ଷିତ।' ତଥାପି ଯେତେବେଳେ ଆଇନ କଥା ଆସେ, ସେତେବେଳେ ତାଙ୍କର ଜ୍ଞାନ ଶୂନ୍ୟ ଅଟେ। ଅଭିଯୋଗ ଗମ୍ଭୀର ଥିବାରୁ ମଦ ଦୁର୍ନୀତି ସମ୍ପର୍କରେ ତଦନ୍ତ ଚାଲିଛି। ଅଭିଯୋଗରେ ଦର୍ଶାଯାଇଛି ଯେ ଆପ୍ ନେତାମାନେ ୧୦୦ କୋଟି ଟଙ୍କା ଲାଞ୍ଚ ନେଇଛନ୍ତି। ଦିଲ୍ଲୀ ବିଜେପି ନେତା ହରିଶ ଖୁରାନା କହିଛନ୍ତି, "ଇଡି ଆଇନ ଅନୁଯାୟୀ ସମନ ଜାରି କରିଛି, କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏଥିରୁ ଲୁଚୁଛନ୍ତି'।

ଦିଲ୍ଲୀ ଜଳ ବୋର୍ଡ ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଅଭିଯୋଗ କରିଛି ଯେ ଦିଲ୍ଲୀ ସରକାର ଦେଇଥିବା ଟେଣ୍ଡରରୁ ଲାଞ୍ଚ ଟଙ୍କା ଆପ୍‌କୁ ନିର୍ବାଚନ ପାଣ୍ଠି ଭାବରେ ପ୍ରଦାନ କରାଯାଇଛି। ଅନୁସନ୍ଧାନ ବେଳେ ଫେବୃଆରୀରେ ଇଡି କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାର, ଆପ୍ ସାଂସଦ ଏନଡି ଗୁପ୍ତା, ପୂର୍ବତନ ଡିଜେବି ସଦସ୍ୟ ଶଲବି କୁମାର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପଙ୍କଜ ମଙ୍ଗଲଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.