ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍ ଜୋଙ୍ଗ୍ ଇନ୍, ଦକ୍ଷିଣ କୋରିଆ କହିଲା କୋରିଆ ଉପଦ୍ୱୀପର ଶାନ୍ତି ପାଇଁ ଗମ୍ଭୀର ବିପଦ...

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି । ଏଥର ଉତ୍ତର କୋରିଆ ଏହାର ପୂର୍ବ ଉପକୂଳର ଜଳକ୍ଷେତ୍ର ଆଡକୁ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଦକ୍ଷିଣ କୋରିଆ ସେନା ପକ୍ଷରୁ ଏହି ପରୀକ୍ଷା ସମ୍ବନ୍ଧୀୟ ସୂଚନା ଦିଆଯାଇଛି । ଉତ୍ତର କୋରିଆ ଦ୍ୱାରା ପରିଚାଳିତ କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଏହି ଅଞ୍ଚଳରେ ଉତ୍ତେଜନା ଆହୁରି ବଢିଛି । ଉତ୍ତର କୋରିଆର ଏପରି କାର୍ଯ୍ୟକୁ ଦକ୍ଷିଣ କୋରିଆ ସର୍ବଦା ବିରୋଧ କରିଆସୁଛି । ଦକ୍ଷିଣ କୋରିଆ ଅଭିଯୋଗ କରିଛି ଯେ, ଉତ୍ତର କୋରିଆ ଉତ୍ତେଜିତ କରିବା ପାଇଁ ଏଭଳି କ୍ଷେପଣାସ୍ତ୍ର ପରୀକ୍ଷା କରୁଛି ଏବଂ ଏହି ପ୍ରକାର ପରୀକ୍ଷା କୋରିଆ ଉପଦ୍ୱୀପର ଶାନ୍ତି ପାଇଁ ଗମ୍ଭୀର ବିପଦ ।  

ଦକ୍ଷିଣ କୋରିଆର ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫ୍ କହିଛନ୍ତି ଯେ, ଏହି କ୍ଷେପଣାସ୍ତ୍ର ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗ ନିକଟରୁ ଉତକ୍ଷେପଣ କରାଯାଇଛିକିନ୍ତୁ ଏହି କ୍ଷେପଣାସ୍ତ୍ର କେତେ ଦୂର ଯାତ୍ରା କରିଛି ତାହା ଜଣା ପଡି ନାହିଁ । ଉତ୍ତର କୋରିଆର ଏହି କ୍ଷେପଣାସ୍ତ୍ର ପରୀକ୍ଷା ଏହି ଅଞ୍ଚଳରେ ଉତ୍ତେଜନା ବୃଦ୍ଧି କରିବାକୁ ଯାଉଛି । 

ସୂଚନାଥାଉକି, ଗତ ମାସରେଉତ୍ତର କୋରିଆ ଏହାର ନୂତନମଧ୍ୟମ ଦୂରଗାମୀ ହାଇପରସୋନିକ୍ କ୍ଷେପଣାସ୍ତ୍ର ପାଇଁ ଏକ କଠିନ ଇନ୍ଧନ ଚାଳିତ ଇଞ୍ଜିନ ପରୀକ୍ଷା କରିଥିଲା । ଏହାପୂର୍ବରୁ ଉତ୍ତର କୋରିଆର ନେତା କିମ ଜୋଙ୍ଗ ଉନ ପରମାଣୁ ଯୁଦ୍ଧ କରିବାରେ ସକ୍ଷମ ରକେଟର ଗୁଳିର ଯାଞ୍ଚ କରିଥିଲେ ଯାହା ଦକ୍ଷିଣ କୋରିଆର ରାଜଧାନୀ ସିଓଲକୁ ଟାର୍ଗେଟ କରିବା ପାଇଁ ପରିକଳ୍ପନା କରାଯାଇଛି । ସେପଟେ ଉତ୍ତର କୋରିଆ ଦ୍ୱାରା ପରିଚାଳିତ କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ ଜାପାନ ମଧ୍ୟ ସତର୍କତା ଅବଲମ୍ବନ କରୁଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.