ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୋଟିପତି ପ୍ରାର୍ଥୀଙ୍କୁ ଭରସା କରୁଛନ୍ତି ଭୋଟର: ଏଥର ବିଧାନସଭାରେ ବିଜେପିରୁ ୫୨, ବିଜେଡିରୁ ୪୩, କଂଗ୍ରେସରୁ ୯ କୋଟିପତି ବିଧାୟକ

ଭୁବନେଶ୍ୱର,୦୮/୦୬: ଗରିବ ପ୍ରାର୍ଥୀଙ୍କ ଅପେକ୍ଷା କୋଟିପତିଙ୍କୁ ଭରସା କରୁଛନ୍ତି ଭୋଟର । ୨୦୦୯ ନିର୍ବାଚନରେ ୩୩ ଜଣ କୋଟିପତି ବିଧାୟକଙ୍କୁ ବାଛିଥିଲେ ଜନତା । ତା’ପରଠୁ ଏହି ଗ୍ରାଫ୍‌ ଧୀରେ ଧୀରେ ବଢ଼ିବାରେ ଲାଗିଛି । ୨୦୧୪ରେ ୭୮ ଜଣ ଓ ୨୦୧୯ରେ ୯୫ଜଣ କୋଟିପତି ବିଧାନସଭା ମାଡ଼ିଥିଲେ । ଏଥର ୧୦୭  କୋଟିପତି ବିଧାୟକଙ୍କ ମୁଣ୍ଡରେ ସୁନା କଳସ  ଢାଳିଛନ୍ତି ଜନତା । ଶୁକ୍ରବାର ପ୍ରକାଶିତ ଏଡିଆର୍‌  (ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ)  ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।  

ରିପୋର୍ଟରେ ଦର୍ଶାଯାଇଛି, ଚଳିତଥର ୪୩ ବିଧାୟକଙ୍କ ଉପରେ ପୁଣି ଆଶୀର୍ବାଦ  ଢାଳିଛନ୍ତି ଜନତା । ୨୦୧୯ରେ ସେମାନଙ୍କ  ପାଖରେ ହାରାହାରି ସମ୍ପତ୍ତି ୨.୨୩ କୋଟି ଥିଲା ।  ଏମାନଙ୍କ ସମ୍ପତ୍ତି ଗ୍ରାଫ୍‌ ଏଥର ୪.୪୮ କୋଟି  ଛୁଇଁଛି । ବିଜେଡି ବିଧାୟକ ସଞ୍ଜୀବ ମଲ୍ଲିକ ୫ ବର୍ଷ ଭିତରେ ୧୯ କୋଟି ଟଙ୍କା ଅଧିକ ସମ୍ପତ୍ତି  ସଞ୍ଚିଛନ୍ତି । ବିଜେଡିର ପ୍ରତାପ କେଶରୀ ଦେବଙ୍କ  ସମ୍ପତ୍ତି ୧୫ କୋଟି ବଢ଼ି ୨୧ କୋଟିରେ ପହଞ୍ଚିଛି ।  ସୁଶାନ୍ତ ସିଂ ମଧ୍ୟ ୫ ବର୍ଷରେ ଅଧିକ ୭ କୋଟି  ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି । ଅନନ୍ତ ନାରାୟଣ  ଜେନାଙ୍କ ସମ୍ପତ୍ତିରେ ୨ କୋଟି ହ୍ରାସ ଘଟିଛି । 

୨୦୦୯ ନିର୍ବାଚନରେ ୧୪୭ ଜଣ ବିଧାୟକଙ୍କ  ପାଖରେ ହାରାହାରି ସମ୍ପତ୍ତି ପରିମାଣ ୧.୭  କୋଟି ଥିଲା । ଏଥର ନିର୍ବାଚିତ ବିଧାୟକଙ୍କ  ହାରାହାରି ସମ୍ପତ୍ତି ୭.୩ କୋଟି ଛୁଇଁଛି । 

ବିଜେପିର ୫୨ ଜଣ ଓ ବିଜେଡିର ୪୩  ଜଣ ବିଧାୟକ କୋଟିପତି ତାଲିକାରେ ଅଛନ୍ତି । କଂଗ୍ରେସର ୧୪ରୁ ୯ ଜଣ କୋଟିପତି । ସ୍ୱାଧୀନ ଭାବେ ଜିତିଥିବା ୩ ଜଣ ବିଧାୟକ  ମଧ୍ୟ ୧ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି । 

ସବୁଠୁ ଅଧିକ ଧନୀ ବିଧାୟକ ହେଉଛନ୍ତି  ଚମ୍ପୁଆର ସନାତନ ମହାକୁଡ଼ । ସେ ପାଖାପାଖି ୨୨୭ କୋଟି ଟଙ୍କାର ମାଲିକ । ତା’ ପଛକୁ  ଧନୀ ତାଲିକାରେ ବାଲେଶ୍ୱରର ସୁବାସିନୀ  ଜେନା, ବଲାଙ୍ଗିରର କଳିକେଶ ସିଂଦେଓଙ୍କ ନାଁ ଅଛି । ୩ଜଣ ଯାକ ବିଜେଡିର ବିଧାୟକ । 

ବାଙ୍ଗିରପୋଷିର ବିଜେପି ପ୍ରାର୍ଥୀ ସଞ୍ଜଳି  ମୁର୍ମୁ ସବୁଠୁ ଗରିବ ବିଧାୟକ । ତାଙ୍କ ପାଖରେ  ମାତ୍ର ୩୫ ହଜାର ଟଙ୍କା ଅଛି । କଂଗ୍ରେସର  ୨ ପ୍ରାର୍ଥୀ ମଧ୍ୟ ଗରିବ । ଚିତ୍ରକୋଣ୍ଡାର ମଙ୍ଗୁ  ଖିଲା ମାତ୍ର ଦେଢ଼ ଲକ୍ଷ ଟଙ୍କା ଓ ଲକ୍ଷ୍ମୀପୁରର  ପବିତ୍ର ସନ୍ତ ମାତ୍ର ୩ ଲକ୍ଷ ଟଙ୍କାର ମାଲିକ । 

ଚଳିତଥର ୬ଜଣ ଡକ୍ଟରେଟ୍‌ ଉପାଧି  ପାଇଥିବା ବିଧାୟକଙ୍କୁ ବାଛିଛନ୍ତି ଭୋଟର ।  ବିଜେପି ଓ ବିଜେଡିର ୩ ଜଣ ଲେଖାଏଁ  ଡକ୍ଟରେଟ୍‌ ପାଇଛନ୍ତି । ୯୭ ଜଣ ବିଧାୟକଙ୍କ  ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତା’ଠୁ  ଉପରେ । ୪୩ ଜଣ ବିଧାୟକ ଦ୍ୱାଦଶ ଶ୍ରେଣୀ  ପାଠ ପଢ଼ିଛନ୍ତି । ୭ଜଣ ଡିପ୍ଲୋମାଧାରୀ  ବିଧାୟକ ମଧ୍ୟ ନିର୍ବାଚିତ ହୋଇଛନ୍ତ

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.