ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ଆଜି ଉତ୍କଳ ଦିବସ: ସୀମା ବିବାଦରେ ଯୁଝୁଛି ଓଡ଼ିଶା, ୮୮ ବର୍ଷ ପରେ ବି ପରିଚୟ ସ୍ପଷ୍ଟ ହୋଇପାରୁନି

ଭୁବନେଶ୍ୱର,୦୧/୦୩: ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଅସଂଖ୍ୟ ପୂର୍ବସୂରୀ ନିଜ ଜୀବନକୁ  ଉତ୍ସର୍ଗ କରିଦେଇଛନ୍ତି । ହେଲେ ଇତିମଧ୍ୟରେ  ୮୮ ବର୍ଷ ବିତିଯାଇଥିଲେ ମଧ୍ୟ ଅନେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଏବେ ବି ଓଡ଼ିଶାରେ ମିଶିପାରିନି । ଏହି ଓଡ଼ିଆ ଭାଷାଭାଷୀ ଲୋକେ ନିଜ ପରିଚୟ ନେଇ ସନ୍ଦିହାନ । 

ସ୍ୱତନ୍ତ୍ର ଓଡ଼ିଶା ଆଜି ଗୁମୁରି କାନ୍ଦୁଛି ନିଜର ଅସ୍ତିତ୍ୱ ବଞ୍ଚାଇବା ଲାଗି । କାରଣ ଦୀର୍ଘ ବର୍ଷ ପରେ ବି ସୀମା ବିବାଦ ଓଡ଼ିଶାର ପିଛା ଛାଡୁନି । ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ ହୋଇଥିଲେ ମଧ୍ୟ ଷଢ଼େଇକଳା-ଖରସୁଆଁ ଓ କୋଟିଆ ଭଳି ବହୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡିଶା ସହିତ ମିଶି ପାରିନି । ୨୦୦୧ରେ  ଝାଡ଼ଖଣ୍ଡରେ ମିଶିଛି ଷଢ଼େଇକଳା-ଖରସୁଆଁ  ଏବଂ କୋଟିଆକୁ ନେଇ କିଛି ସ୍ପଷ୍ଟ ହେଉନି।  

ବର୍ତ୍ତମାନ ପରିସ୍ଥିତିରେ କୋରାପୁଟ ଜିଲ୍ଲା  ପଟାଙ୍ଗୀ ବ୍ଲକର କୋଟିଆ ଗ୍ରାମ ସବୁଠୁ ବଡ଼  ସୀମା ବିବାଦ ଭାବେ ମୁଣ୍ଡ ଟେକିଛି । ୧୯୬୮ ମସିହାରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ  କୋଟିଆକୁ ନେଇ ତୁତୁମେଁମେଁ ଲାଗିରହିଛି ।  ତେବେ ଏହି ବିଚ୍ଛିନ୍ନାଞ୍ଚଳରେ ଥିବା ଓଡିଆ ଅଧିବାସୀମାନଙ୍କୁ ଓଡ଼ିଶାରେ ସ୍ଥାନ ଦେବାକୁ  ସରକାର ବିଫଳ ହୋଇଛନ୍ତି । ଯାହା ଫଳରେ  ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓଡ଼ିଶାର ଏହି ସୀମାବର୍ତ୍ତୀ ଅଞ୍ଚଳକୁ ଅକ୍ତିଆର କରୁଛି ।  

୧୯୬୮ରେ ସୁପ୍ରିମକୋର୍ଟରେ ଓଡିଶା  ପକ୍ଷରୁ ନ୍ୟାୟ ପାଇଁ ଆବେଦନ ହୋଇଥିଲା ।  ୨୦୦୬ ମାର୍ଚ୍ଚ ୩୦ରେ ସୁପ୍ରିମକୋର୍ଟ ଏହାର ଚୂଡାନ୍ତ ଶୁଣାଣି କରି କହିଲେ ଯେ, ସମ୍ବିଧାନର  ଧାରା-୧୩୧ ଅନୁଯାୟୀ ରାଜ୍ୟ ସୀମା ବିଷୟ  ସୁପ୍ରିମକୋର୍ଟଙ୍କ ବିଚାର କ୍ଷମତା ବାହାରେ ।  ସୀମା ସଂକ୍ରାନ୍ତୀୟ ନିଷ୍ପତ୍ତି ନେବାର ଅଧିକାର  କେବଳ ସଂସଦର ଅଛି । ଏଥିସହ କୋର୍ଟ  ସ୍ଥିତାବସ୍ଥା ଜାରି କରିଥିଲେ । ଏହାସତ୍ତେ୍ୱ  ଆନ୍ଧ୍ରପ୍ରଦେଶ ସୀମା ଉଲ୍ଲଂଘନ କରିଚାଲିଛି ।  

ପ୍ରଥମ ଥର ପାଇଁ ୨୦୨୧ ମସିହାରେ  ଆନ୍ଧ୍ରପ୍ରଦେଶ କୋଟିଆରେ ନିର୍ବାଚନ କରିବାରୁ  ସ୍ଥିତି ଉଗ୍ର ରୂପ ଧାରଣ କରିଥିଲା । ଏହି ଘଟଣା ପରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ  ହୋଇଥିଲେ । ସେହି ବର୍ଷ ଅଗଷ୍ଟ ୩୧ ତାରିଖ  ଦିନ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ ଯେ,  ଉଭୟ ରାଜ୍ୟ ଆଲୋଚନା ମାଧ୍ୟମରେ ସୀମା  ବିବାଦର ସମାଧାନ କରନ୍ତୁ । ପରେ ଏଥିପାଇଁ  ମୁଖ୍ୟ ଶାସନ ସଚିବ ସ୍ତରରେ ଏକ ଉଚ୍ଚସ୍ତରୀୟ  କମିଟି ଗଠନ କରାଯାଇଛି ହେଲେ ବିବାଦ  ଥମୁନାହିଁ ବରଂ ବଢିବାରେ ଲାଗିଛି । ୨୦୨୨ରେ  ଆନ୍ଧ୍ରପ୍ରଦେଶ ‘ମାନ୍ୟମ’ ଯୋଜନାରେ ନିଜ  ରାଜ୍ୟରେ ଥିବା ୧୩ଟି ଜିଲ୍ଲାରୁ ୨୬ଟି ଜିଲ୍ଲାକୁ  ବୃଦ୍ଧି କରି ଏଥିରେ ଓଡିଶାର ସୀମାନ୍ତ ଅଞ୍ଚଳକୁ  ଅନ୍ତର୍ଭୁକ୍ତ କରିଥିଲା । ଆସନ୍ତା ମେ ୧୩ରେ  ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ନିର୍ବାଚନ ରହିଛି ।  

ଚଳିତ ନିର୍ବାଚନରେ କୋଟିଆ ପ୍ରସଙ୍ଗ ନିର୍ଣ୍ଣାୟକ  ଭୂମିକା ନେଇପାରେ ବୋଲି ରାଜନୈତିକ  ସମୀକ୍ଷକମାନେ କହିଛନ୍ତି । ସେହିଭଳି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି  ଅନ୍ୟ ରାଜ୍ୟ ସହିତ ଥିବା ସୀମା ବିବାଦ  ଉଗ୍ରରୂପ ନେବାକୁ ଯାଉଛି । ଛତିଶଗଡ଼ର ସୀମାନ୍ତବର୍ତ୍ତୀ ତଥା ନବରଙ୍ଗପୁର ଜିଲ୍ଲା  ରାଇଘର ବ୍ଲକର ହାଟଭରଣ୍ଡି ଓ କୁନ୍ଦେଇ  ଅଞ୍ଚଳରେ ଛତିଶଗଡ ଅଧିବାସୀ ପଶି ଆସି  ଘର କରୁଛନ୍ତି । କେନ୍ଦ୍ରାପଡ଼ାର ଜମ୍ବୁ ଦୀପ  ଓ ଜଗତସିଂହପୁର ଜିଲ୍ଲାର ଏରସମାର  ବିଭିନ୍ନ ସରକାରୀ ଜମିକୁ ବଙ୍ଗାଳୀମାନେ  ଜୋରଜବରଦସ୍ତ କବ୍‌ଜା କରୁଥିବା ସ୍ଥାନୀୟ  ଲୋକେ ଅଭିଯୋଗ କରୁଛନ୍ତି । ହେଲେ ଏ ମାମଲାରେ ସରକାରଙ୍କ ପଦକ୍ଷେପ ଶୂନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.