ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

'ବିକଶିତ ଭାରତରେ ନାରୀ ସଶକ୍ତିକରଣ' : ଶଙ୍ଖ, ନଗାଡା ଧ୍ଵନିରୁ ଆରମ୍ଭ ହେଲା ପରେଡ, କର୍ତ୍ତବ୍ୟ ପଥରେ ଶୋଭା ବଢାଇଲା ଓଡ଼ିଶାର ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ, ୨୬/୦୧ : ଦେଶ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀରୁ ପଲ୍ଲୀ ଯାଏଁ ସବୁଠି ଉତ୍ସାହ। କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଅଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍। ପରେଡରେ ଅଭିବାଦନ ଗ୍ରହଣ କରୁଛନ୍ତି ରାଷ୍ଟ୍ରପତି। ଅଭିବାଦନ ମଞ୍ଚରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କର୍ତ୍ତବ୍ୟ ପଥରେ ବିଶ୍ଵ ଦେଖୁଛି ଭାରତର ଶୌର୍ଯ୍ୟ, ପରାକ୍ରମ ଓ ବୀରତ୍ଵର ଗାଥା। ପ୍ରଥମ ଥର ପାଇଁ ପରେଡର ଶୁଭାରମ୍ଭ ମିଲିଟାରୀ ବ୍ୟାଣ୍ଡ ବଦଳରେ ଶଙ୍ଖ, ନଗାଡା ଧ୍ଵନିରୁ ଆରମ୍ଭ କରାଯାଇଛି। ଚଳିତ ବର୍ଷ ବିକଶିତ ଭାରତ ଏବଂ ଲୋକତନ୍ତ୍ରର ଜନନୀ ଭାରତ ଥିମ୍‌ରେ ପରେଡ୍ କରାଯାଇଛି। ଏଥର ସାରା ଦେଶରୁ ୧୦୦ ମହିଳା ସାଂସ୍କୃତିକ କଳାକାର ପରେଡରେ ଅଂଶ ଗ୍ରହଣ କରିଛନ୍ତି। 

ଏଥର ଜାତୀୟ ପରେଡ୍‌ରେ ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ ୯ଟି ମନ୍ତ୍ରଣାଳୟର ୨୬ଟି ପ୍ରଜ୍ଞାପନ ମେଢ଼ ଅଂଶଗ୍ରହଣ କରିଛନ୍ତି । ପ୍ରଥମେ ବିକଶିତ ଭାରତ ଉପରେ କେନ୍ଦ୍ରିତ ଅରୁଣାଚଳ ପ୍ରଦେଶର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି। ଏହାପରେ ହରିୟାଣା ଓ ମଣିପୁରର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି। ଏହାପରେ ମଣିପୁର ଏବଂ ଆତ୍ମନିର୍ଭର ଉପରେ ଆଧାରିତ ମଧ୍ୟ ପ୍ରଦେଶର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହୋଇଛି। ଏହାପରେ ଓଡ଼ିଶା, ଛତିଶଗଡ଼ ଏବଂ ରାଜସ୍ଥାନର ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଛି। ଉତ୍ତର ପ୍ରଦେଶର ପ୍ରଜ୍ଞାପନ ମେଢ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଉପରେ ଏହାକୁ କେନ୍ଦ୍ରିତ କରାଯାଇଛି। ମେଢର ଚତୁଃପାର୍ଶ୍ଵରେ ଦୀପୋତ୍ସବକୁ ଚିତ୍ରିତ କରାଯାଇଛି। ଭାରତର ନିର୍ବାଚନ ଆୟୋଗର ପ୍ରଜ୍ଞାପନ ମେଢ ସାମିଲ ହୋଇଛି। ଏଥିରେ ଭୋଟ ଦେବାକୁ ବାର୍ତ୍ତା ଦିଆଯାଇଛି। ପରେଡରେ କେନ୍ଦ୍ର ଲୋକ ନିର୍ମାଣ ବିଭାଗର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିଛି। ସେଣ୍ଟ୍ରାଲ ଭିଷ୍ଟା ଥିମ୍‌ରେ ଏହାକୁ ନିର୍ମାଣ କରାଯାଇଛି। ଏଥିରେ ସଂସଦକୁ ପ୍ରଦର୍ଶିତ କରାଯାଇଛି। ସାଂସ୍କୃତିକ ମନ୍ତ୍ରାଳୟ ପକ୍ଷରୁ ପ୍ରଦର୍ଶିତ ହୋଇଥିବା ମେଢରେ ବୌଦ୍ଧ, ଜୈନ, ସନ୍ଥଙ୍କ ସମ୍ଵାଦ ଥିମ୍ ପ୍ରଦର୍ଶିତ ହୋଇଛି। ଦକ୍ଷିଣ ମେରୁରେ ଅବସ୍ଥାପିତ ଚନ୍ଦ୍ରଯାନର ଝଲକ ପ୍ରଦର୍ଶନ କରାଯାଇଛି। 

କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ ଶୋଭା ବଢାଇଛି। ଏଥରର ଥିମ୍ ରହିଛି ବିକଶିତ ଭାରତରେ ନାରୀ ସଶକ୍ତିକରଣ। ଓଡ଼ିଶା ମେଢ଼ରେ ରାଜ୍ୟର ସମୃଦ୍ଧ ରଘୁରାଜପୁର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାଙ୍କ ଅର୍ଥନୈତିକ ଉନ୍ନତି ଓ ସଶକ୍ତିକରଣର ବାର୍ତ୍ତା ପ୍ରଦର୍ଶିତ ହୋଇଛି । ୪୫ ଫୁଟ ଦୈର୍ଘ୍ୟ, ୧୪ ଫୁଟ ପ୍ରସ୍ଥ ଓ ୧୬ ଫୁଟ ଉଚ୍ଚତା ବିଶିଷ୍ଟ ରହିଛି ଏହି ମେଢ଼। ମେଢ଼ ଉପରେ ଓଡ଼ିଶାର ମହିଳା ହସ୍ତଶିଳ୍ପୀମାନେ ଚାନ୍ଦୁଆ ଓ ପଟ୍ଟ ଚିତ୍ର ପ୍ରସ୍ତୁତି ପ୍ରଦର୍ଶନ କରିଥିବାବେଳେ ଉଭୟ ପାଶ୍ୱରେ ବାଲେଶ୍ୱର ଜିଲ୍ଲା ଗୋପାଳପୁରର ଲକ୍ଷ କଳାବିକାଶ କେନ୍ଦ୍ରର ମହିଳା ନୃତ୍ୟଶିଳ୍ପୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ପୂର୍ବବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ୨୮ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରର ଝଙ୍କାର ହଲରେ ଶ୍ରେଷ୍ଠ ବିବେଚିତ ପ୍ରଜ୍ଞାପନ ମେଢ଼ଗୁଡ଼ିକୁ ପୁରସ୍କୃତ କରାଯିବ ।

ପ୍ରକାଶ ଥାଉକି, ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନରେ ଓଡ଼ିଶା ଅଂଶଗ୍ରହଣ ନେଇ କେନ୍ଦ୍ର ସହିତ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ପରେ ଗତ ମାସ ୮ରୁ ୨୯ ତାରିଖ ମଧ୍ୟରେ ପ୍ରତି ଶୁକ୍ରବାର ଦିନ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ଭବନରେ ଏବଂ ଚଳିତ ମାସ ୮ରୁ ୨୨ ତାରିଖ ମଧ୍ୟରେ ପ୍ରତି ସୋମବାର ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ବିଶେଷଜ୍ଞ କମିଟିର ବୈଠକ ହୋଇଥିଲା । ଏଥିରେ ରାଜ୍ୟ ତରଫରୁ ମେଢ଼ର ସ୍କେଚ୍‌, ମଡେଲ୍‌, ସଙ୍ଗୀତ ଓ ନୃତ୍ୟ ଉପସ୍ଥାପନ କରାଯାଇଥିଲା । ଅନୁମୋଦନ ପାଇବା ପରେ ସଂସ୍କୃତି ମନ୍ତ୍ରଣାଳୟ ପ୍ରାଧିକୃତ ଡିଜାଇନ୍‌ର ଭୁବନେଶ୍ୱରର ଇମାଜେରୀ ସଂସ୍ଥାଙ୍କୁ ନିର୍ମାଣ ଦାୟିତ୍ୱ ମଳିଥିଲା । ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗର ମାର୍ଗଦର୍ଶନରେ ଚଳିତ ମାସ ୭ରୁ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ମେଢ଼ ନିର୍ମାଣ ହୋଇଥିଲା । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.