ଯାଜପୁର,୭।୧୧ ମାଉସୀ ଘରକୁ ଲଷ୍ମୀ ପୂଜା ଦେଖିବାକୁ ଆସି ନଦୀକୁ ଗାଧୋଇ ଯାଇଥିବା ବେଳେ ବୁଡି ଯାଇ ଜଣେ ନାବାଳକର ମୃତ୍ୟୁ ଘଟିଚି । ଯାଜପୁର ସଦର ଥାନା ମତାବାଦ ନିକଟରେ ବୈତରଣୀ ନଦୀର ଶାଖା ବୁଢା ନଦୀ ଘାଟ ରେ ଘଟିଛି ଏଭଳି ଅଘଟଣ ।
ତିନିଜଣ ସାଙ୍ଗ ବୁଢା ନଦୀକୁ ଗାଧୋଇ ଯାଇଥବା ବେଳେ ନଦୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଉଦ୍ଧାର କରିବାକୁ ସମର୍ଥ ହୋଇଥିବା ବେଳେ ଜଣେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ଚେତାଶୁନ୍ୟ ଅବସ୍ଥାରେ ନିଖୋଜ ନାବାଳକଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକତ୍ସାଲୟ କୁ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କଲେ। ମୃତକ ହେଲେ ସାନସୁଆର ଅଂଚଳର ୧୪ ବର୍ଷର ବାଳକ ଲିପୁନ ଜେନା। ମୃତ୍ୟୁ ଖବର ଜଣାପଡିବା ପରେ ସମଗ୍ର ଅଞ୍ଚଳ ରେ ଶୋକାକୁଳ ପରିସ୍ଥିତି ସୃଷ୍ଠି ହୋଇଛି। ଏନେଇ ସଦର ଥାନା ପୋଲିସ ମୃତ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖଛି।