ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଦକ୍ଷିଣ ଫିନଲ୍ୟାଣ୍ଡର ଏକ ବିଦ୍ୟାଳୟରେ ୧୨ ବର୍ଷର ଛାତ୍ରର ଗୁଳିକାଣ୍ଡ, ଜଣେ ଛାତ୍ର ମୃତ, ୨ ଗୁରୁତର...

Published By : Prameya | April 2, 2024 8:10 PM

ନୂଆଦିଲ୍ଲୀ: ଦକ୍ଷିଣ ଫିନଲ୍ୟାଣ୍ଡର ଏକ ବିଦ୍ୟାଳୟରେ ଜଣେ ୧୨ ବର୍ଷର ଛାତ୍ର ଗୁଳିକାଣ୍ଡ ଘଟାଇଛି । ଏହି ଗୁଳିକାଣ୍ଡ ପରେ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣାରେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଛାତ୍ର ଗୁରୁତର  ହୋଇଛନ୍ତି । ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ, ଅଭିଯୁକ୍ତ ଛାତ୍ରକୁ ଗିରଫ କରାଯାଇଛି । 

ତେବେ ପୋଲିସର ସୂଚନାନୁସାରେ, ମଙ୍ଗଳବାର ସକାଳ ପ୍ରାୟ  ଟା ସମୟରେ ରାଜଧାନୀ ହେଲସିଙ୍କି ଉପକଣ୍ଠରେ ଥିବା ବନ୍ତା ସହରରେ ପ୍ରାୟ ୮ଶହ ଛାତ୍ରଛାତ୍ରୀ ଥିବା ଏକ ବିଦ୍ୟାଳୟରେ ଗୁଳି ବିନିମୟ ହୋଇଥିବାର ସୂଚନା ମିଳିଥିଲା । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଲକୁ ଘେରି ରହିଥିଲା ।

ପୋଲିସ କହିଛି ଯେ ସନ୍ଦିଗ୍ଧ ଏବଂ ଆହତଙ୍କ ବୟସ ପ୍ରାୟ ୧୨ ବର୍ଷ ହେବ । ପରେ ହେଲସିଙ୍କି ଅଞ୍ଚଳରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ତାଙ୍କ ପାଖରୁ ଏକ ବନ୍ଧୁକ ମିଳିଥିଲା । ଆହତ ଛାତ୍ର ମାନଙ୍କର ବର୍ତ୍ତମାନର ଅବସ୍ଥା ବିଷୟରେ କୌଣସି ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ । ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପେଟେରୀ ର୍ପୋ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପୋଷ୍ଟ କରିଛନ୍ତି ଯେ ଏହି ଗୁଳି ବିନିମୟରେ ସେ ଅତ୍ୟନ୍ତ ଦୁଃଖିତ।

ପୋଲିସର ସୂଚନାନୁସାରେଏହି ଘଟଣାର ତଦନ୍ତ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତ ଛାତ୍ର କାହିଁକି ଗୁଳି ଚଳାଇଛି ତାହା ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.