ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସିରିଜ ଦୁର୍ଘଟଣା : ଜଣେ ମୃତ, ୬ ଆହତ

ଖଜୁରିପଡା,୯/୬(ଆପ୍ର) : ଖଜୁରିପଡା ଥାନା ଅନ୍ତର୍ଗତ ନିଶ୍ବାସ କଲେଜ ପାଖରେ ସିରିଜ୍  ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ତିନି ଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। 

ସୂଚନା ଅନୁଯାୟୀ, ଏକ ମୋଟର ସାଇକେଲରେ ଚାରିଛକ ଥାନା ଅନ୍ତର୍ଗତ ଗୁଣ୍ଡ୍ରିବିଡାର ତାପସ ପ୍ରଧାନ (୧୯) ଏବଂ ଦୁତିପଡାର ନାଶିରୁଦ୍ଦିନ ଶାହା କହଁର (୧୮) ଫୁଲବାଣୀରୁ ଦୂତିପଡ଼ା ଯାଉଥିଲେ। ଦ୍ରୁତ ଗତିରେ ଯାଉଥିବା ବାଇକଟି ପ୍ରଥମେ ଫୁଲବାଣୀ ସହର ଉପକଣ୍ଠ ନିଶ୍ବାସ କଲେଜ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ଦୁଇ ବାଇକ ଆରୋହୀ ଆହତ ହୋଇଥିଲେ। ପରେ ପରେ ବାଇକଟି ଅନ୍ୟ ଏକ   ସ୍କୁଟି ସହିତ ବାଡେଇ ହୋଇଥିଲା। ଫଳରେ ସ୍କୁଟିରେ ବସିଥିବା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଲୁଣିଝୋଲା ଗ୍ରାମର ଗୋଟିଏ ପରିବାରର ବୁଲୁ   ଗଉଡ,ଶାରଦା ଗଉଡ ଓ ଚିନ୍ମୟ ଗଉଡ ଗୁରୁତର ହୋଇଥିଲେ। ବୁଲୁ ଫୁଲବାଣୀ ସର୍କଲ ଜେଲରେ ଚାକିରୀ କରନ୍ତି ଓ ସେ ପରିବାର ସହିତ ଖଜୁରୀପଡା ଯାଇ ଫେରୁଥିଲେ ବୋଲି ଜଣାପଡିଛି।  ବାଇକ୍ ଚାଳକ ତାପସ ପ୍ରଧାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଆହତ ମାନଙ୍କୁ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ବୁଲୁ, ଶାରଦା ଓ ଚିନ୍ମୟ ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଏ ନେଇ ଖଜୁରୀପଡ଼ା ଥାନାରେ ୯୩/୨୪ରେ ଏକ ମାମଲା ରୁଜୁ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଦୀନବନ୍ଧୁ ପ୍ରଧାନ କହିଛନ୍ତି। 

ଆହୁରି ପଢନ୍ତୁ : ଟିଉସନରୁ ସାଇକେଲରେ ଘରକୁ ଫେରୁଥିଲେ ନାବାଳକ, ଗୋଡ଼ରେ ଚଢ଼ିଗଲା ହାଇଓ୍ବା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.