ଭୁଟାନ୍ ୨୪/୦୯: ଭୁଟାନ୍ର ପାରୋ ଅନ୍ତର୍ଜାତୀୟ ବିମାନବନ୍ଦର ବିଶ୍ୱର ସବୁଠୁ ବିପଜ୍ଜନକ ବିମାନବନ୍ଦର ମଧ୍ୟରୁ ଅନ୍ୟତମ । ଏଠାରେ ବିମାନ ଅବତରଣ କରିବା ଲାଗି ସ୍ୱତନ୍ତ୍ର ତାଲିମ ଆବଶ୍ୟକ ପଡି଼ଥାଏ । ବିଶାଳ ହିମାଳୟ ପର୍ବତଶୃଙ୍ଗ ଓ ଆବାସିକ କ୍ଷେତ୍ର ମଧ୍ୟରେ ନିର୍ମିତ ପାରୋ ବିମାନବନ୍ଦରରେ ବିମାନ ଅବତରଣ କରିବାର ଯୋଗ୍ୟତା କେବଳ ବିଶ୍ୱର ୫୦ ଜଣ ପାଇଲଟଙ୍କ ନିକଟରେ ଅଛି । ଏହି ବିମାନବନ୍ଦରର ରନ୍ୱେ ଖୁବ୍ ସାନ(୭୪୩୧ ଫୁଟ) ଯାହାକି କେବଳ ଛୋଟ ବିମାନ ପହଞ୍ଚିବାଲାଗି ହିଁ ଯୋଗ୍ୟ । ତେଣୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ ପାଇଲଟମାନେ ବିନା ରାଡାର ମାର୍ଗଦର୍ଶନରେ ଏଠାରେ ବିମାନ ଅବତରଣ କରିଥାନ୍ତି । ଏପରିକି ଅତି ଛୋଟିଆ ଭୁଲ୍ ଯୋଗୁ ବିମାନ ନିକଟସ୍ଥ ବାସଭବନ ଉପରେ ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା ଥାଏ । ଏଭଳିସ୍ଥିତିରେ ଯେଉଁ ପାଇଲଟ ସେଠାରେ ସଫଳତାପୂର୍ବକ ବିମାନ ଅବତରଣ କରାଇଥାନ୍ତି ସେମାନଙ୍କୁ ଆଭିଏସନ୍ ଡେୟାରଡେଭିଲ୍ସ ଭାବେ ଗ୍ରହଣ କରାଯାଏ ।
ସ୍ଥାନୀୟ ଡ୍ରୁକ୍ ଏୟାରର କ୍ୟାପଟେନ୍ ଚିରମି ଦୋରଜି କହିଛନ୍ତି, ପାରୋରେ ବିମାନ ଅବତରଣ କରିବାକୁ ହେଲେ ଆପଣଙ୍କୁ ସ୍ଥାନୀୟ ଅଞ୍ଚଳ, ପାଣିପାଗ ବିଷୟରେ ଜ୍ଞାନ ରହିବା ନିହାତି ଆବଶ୍ୟକ । ଏଠାକାର ଅପ୍ରତ୍ୟାଶିତ ପାଣିପାଗ ପାଇଲଟ୍ଙ୍କ ସାମ୍ନାରେ ବଡ଼ ଚାଲେଞ୍ଜ୍ ସୃଷ୍ଟି କରିଥାଏ । ପାଣିପାଗ ଯୋଗୁ ହିଁ ଆମେ ପ୍ରାୟତଃ ଅପରାହ୍ନରେ ବିମାନ ଉଡ଼ାଣ କରିବାକୁ ଏଡ଼ାଇ ଯାଇଥାଉ । କାରଣ ସେହି ସମୟରେ ଜୋର୍ରେ ପବନ ବହିଥାଏ । ତା’ ତୁଳନାରେ ସକାଳେ ପାଣିପାଗ ଅପେକ୍ଷାକୃତ ଶାନ୍ତ ରହେ । ସେହିପରି ଚୀନ୍ ପଟୁ ଆସୁଥିବା ତୀବ୍ର ଉତ୍ତରପଶ୍ଚିମ ଓ ଉତ୍ତରପୂର୍ବ ବାୟୁ ଯୋଗୁ ଏଠାରେ ଲଗାତର ବର୍ଷା ହୋଇଥାଏ । ଏହି କ୍ଷେତ୍ରରେ ରାଡାର ବି କାମ କରେନାହିଁ । ସେଥିଯୋଗୁ କୌଣସିସ୍ଥିତିରେ ରାତିରେ ଉଡ଼ାଣର ଅନୁମତି ନାହିଁ । ରାତିରେ ଉଡ଼ାଣ ଭରିଲେ ନିକଟବର୍ତ୍ତୀ ପାହାଡ଼ରେ ପିଟି ହେବାର ମଧ୍ୟ ଭୟ ରହିଥାଏ ବୋଲି ସେ ପ୍ରକାଶ କରିଛନ୍ତ