ପ୍ରମୁଖ ଖବର
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ରାଜଧାନୀରେ ଚାଞ୍ଚଲ୍ୟ: ସହାୟିକାଙ୍କୁ ମାଲିକଙ୍କ ଦୁଷ୍କର୍ମ ଉଦ୍ୟମ, ଖସି ଆସିଲେ ଯୁବତୀ, ମାମଲା ଚାପିଦେଲା ପୁଲିସ

ଭୁବନେଶ୍ୱର,୧୧/୦୪: ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା  ଘଟିଛି । ପୋଖରୀପୁଟ ଅଞ୍ଚଳରେ ଘର ମାଲିକ ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ତେବେ କୌଶଳ କରି ସହାୟିକା ଜଣଙ୍କ ମାଲିକଙ୍କ  କବଳରୁ ଖସି ଆସିଛନ୍ତି । ଏୟାରପୋର୍ଟ ଥାନା ପୁଲିସ ସହାୟିକାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ ମଧ୍ୟ ମାମଲାକୁ  ଚାପି ଦେଇଥିବା ଅଭିଯୋଗ ହୋଇଛି । 

ଘଟଣାରୁ ଜଣାଯାଇଛି, ସ୍ୱପ୍ନା  (ଛଦ୍ମନାମ, ୧୮ ବର୍ଷ) ନାମ୍ନୀ ଜଣେ  ଯୁବତୀ ପୋଖରୀପୁଟ ପ୍ରେଷ୍ଟିନ୍‌ ଗ୍ରୀନ୍‌ କଲୋନୀ ଅଞ୍ଚଳରେ ଏକ ଡ୍ୟୁପ୍ଲେକ୍ସରେ ଘରୋଇ ସହାୟିକା  ଭାବେ କାମ କରୁଥିଲେ । ପ୍ରତ୍ୟହ  ସକାଳେ ଯାଇ କାମ କରି ସନ୍ଧ୍ୟାରେ  ଘରକୁ ଫେରୁଥିଲେ । ଗତକାଲି ସକାଳେ  ସେ ମାଲିକଙ୍କ ଘରକୁ କାମ କରିବାକୁ  ଯାଇଥିଲେ । ମାଲିକାଣୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ  ମାଲିକ ଘରେ ଏକାକୀ ଥିଲେ । ସ୍ୱପ୍ନାଙ୍କୁ ଏକୁଟିଆ ପାଇ ଘର ମାଲିକ ପ୍ରଥମେ  ଭିତରପଟରୁ କବାଟ କିଳି ଦେଇଥିଲେ । ତା’ପରେ ସେ ସ୍ୱପ୍ନାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । କୌଶଳ କରି ସେ  ମାଲିକଙ୍କ କବଳରୁ ଖସି କବାଟ ଖୋଲି ବାହାରକୁ ଦୌଡ଼ି ପଳାଇ ଆସିଥିଲେ ।  କାନ୍ଦି କାନ୍ଦି ସେ ଫେରୁଥିବା ବେଳେ  କଲୋନୀ ସିକ୍ୟୁରିଟି ଗାର୍ଡ ଦେଖି ତାଙ୍କୁ  ପଚାରିଥିଲେ । ଘର ମାଲିକ ତାଙ୍କୁ  ବଳାତ୍କାର ଉଦ୍ୟମ କରିଥିବା ଜାଣି ସିକ୍ୟୁରିଟି ଗାର୍ଡ ପିସିଆର୍‌ ପୁଲିସକୁ  ଖବର ଦେଇଥିଲେ । ପିସିଆର୍‌  ପୁଲିସ ପହଞ୍ଚି ସ୍ୱପ୍ନାଙ୍କୁ ନେଇ ଥାନାରେ  ପହଞ୍ଚିଥିଲା । ଥାନାରେ ତାଙ୍କ ବୟାନ  ରେକର୍ଡ କରା ଯାଇଥିଲା । ହେଲେ କ’ଣ  ହେଲା କେଜାଣି, ପୁଲିସ ମାମଲାକୁ  ଚାପି ଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ  ସୂଚନା ମିଳିଛି । ଏନେଇ ଥାନା ଅଧିକାରୀ ତୁଷାର ସେଠୀଙ୍କ ସହ ଯୋଗାଯୋଗ  କରାଯାଇଥିଲା । ହେଲେ ସେ ଫୋନ୍‌  ଉଠାଇ ନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.