ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାତିସଂଘରେ ପାଲେଷ୍ଟାଇନକୁ ମିଳିଲା ସମର୍ଥନ, ରାଗିକି ୟୁଏନ୍ ଚାର୍ଟର ଚିରି ଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ

ନ୍ୟୁୟର୍କ,୧୧।୫: ଇସ୍ରାଏଲ ଓ ହମାସ ଭିତରେ ଗତ ୭ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି। ଏହା ଭିତରେ ପାଲେଷ୍ଟାଇନ୍‌କୁ ଜାତିସଂଘର ସଦସ୍ୟ ବୟାନକୁ ନେଇ ୧୦ ମଇରେ ଭୋଟିଂ କରାଯାଇଛି। ଭାରତ ସହିତ ବିଶ୍ବର ୧୪୩ ଦେଶ ଏହି ପ୍ରସ୍ତାବକୁ ସମର୍ଥନ କରିଛି। ସେଭଳି ଆମେରିକା, ଇସ୍ରାଏଲ ସହିତ କେବଳ ୯ଟି ଦେଶ ଏହି ପ୍ରସ୍ତାବ ବିରୋଧରେ ଭୋଟ ଦେଇଛନ୍ତି। ଏବେ ପାଲେଷ୍ଟାଇନ୍‌ ଜାତିସଂଘ ସଦସ୍ୟ ହେବା ପାଇଁ କ୍ବାଲିଫାଏ କରିଛି। ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରି ରାଷ୍ଟ୍ରଦୂତ ଗିଲାଡ ଏର୍ଡନ ଜାତିସଂଘରେ ୟୁଏନ୍‌ ଚାର୍ଟର ଚିରି ଦେଇଥିଲେ।

ଏର୍ଡନର ଶ୍ରେଡର ମେସିନ୍‌ ବାହାର କରିଥିଲେ ଓ ୟୁଏନ୍ ଜାର୍ଟକୁ ଖଣ୍ଡଖଣ୍ଡ କରି ଚିରି ଦେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉଲ୍ଲେଖନୀୟ ଯେ, ଏପର୍ଯ୍ୟନ୍ତ ପାଲେଷ୍ଟାଇନ୍‌କୁ ୟୁଏନ୍‌ରେ ଅବଜରଭର ପାହ୍ୟା ମିଳିଛି। ଭୋଟିଂ ବେଳେ ୨୫ ଦେଶ ଅନୁପସ୍ଥିତ ଥିଲେ।ଏର୍ଡନ କହିଛନ୍ତି, ଆଜି ଯାହା କିଛି ବି ହୋଇଛି ସେଥିରୁ ଜଣାପଡୁଛି ଯେ, ୟୁଏନ୍ ଚାର୍ଟର ଉଲଂଘନ କରାଯାଉଛି। ସେଭଳି ଆମେରିକା ଭିଟୋକୁ ମଧ୍ୟ ଓଲଟାଇ ଦେଇଛି।

ପୋଡିୟମ୍ ଉପରେ ଯେତେବେଳେ ଇସ୍ରାଏଲି ରାଷ୍ଟ୍ରପତି ପହଁଞ୍ଚିଥିଲେ, ତାଙ୍କ ହାତରେ ଶ୍ରେଡର ମେସିନ୍ ଥିଲା। ସେ ନିଜ ହାତରେ ୟୁଏନ୍ ଚାର୍ଟରକୁ ଚିରି ଖଣ୍ଡ ଖଣ୍ଡ କରିଦେଇଥିଲେ। ସେ କହିଥିଲେ, କ’ଣ ଜାତିୗଂଘର ସଦସ୍ୟ ଚାହାନ୍ତି, ଏକ ଆତଙ୍କବାଦୀ ଦେଶକୁ ସଦସ୍ୟ  ହେଉ ? ସେଭଳି ଅତ୍ୟାଚାର କରାଯିବ,ଯେଉଁଭଳି ହିଟଲର ନିଜ ସମୟରେ କରିଥିଲେ। ସେ କହିଛନ୍ତି, ପାଲେଷ୍ଟାଇନ୍‌କୁ ୟୁଏନ୍ ସ୍ଥାୟୀ ସଦସ୍ୟ କରି ଆତଙ୍କବାଦୀଙ୍କ ଦ୍ବାରା ନିୟନ୍ତ୍ରିତ ଅଞ୍ଚଳକୁ ମାନ୍ୟତା ଦିଆଯିବ। ସେଭଳି ସମ୍ପୂର୍ଣ୍ଣ ଭାବରେ ହମାସ ଦୁଷ୍କର୍ମକାରୀ ଓ ଶିଶୁ ହତ୍ୟାକାରୀଙ୍କ କବଜା ହୋଇଯିବ।

ସେଭଳି ୟୁଏନ୍‌ରେ ପାଲେଷ୍ଟାଇନ୍ ରାଷ୍ଟ୍ରଦୂତ ରିୟାଦ ମନସୁର କହିଛନ୍ତି, ଆଜିର ଭୋଟିଂ ଐତିହାସିକ ଓ ଖୁବ୍ ଗୁରୁତ୍ବପୂର୍ଣ୍ଣ। ଉଲ୍ଲେଖନୀୟ ଯେ, ଆଜିକାଲି ଇସ୍ରାଏଲ ରାଫା ଉପରେ ଆକ୍ରମଣ କରୁଛି। ଇସ୍ରାଏଲର କହିବା ଅନୁସାରେ, ହମାସ ବାକି ଥିବା ଆତଙ୍କବାଦୀ ଓ ଶୀର୍ଘ କମାଣ୍ଡର ରାଫାରେ ଲୁଚି ରହିଛନ୍ତି। ଏହି ଅଞ୍ଚଳରେ ପ୍ରାୟ ୧୦ ଲକ୍ଷ ଲୋକ ଥିଲେ, ଯେଉଁଥିରୁ ଲକ୍ଷଶଧିକ ଲୋକ ପଳାୟନ କରି ଯାଇଛନ୍ତି। ସେଭଳି ଗାଜାରେ ଇସ୍ରାଏଲର ଆକ୍ରମଣରେ ଏପର୍ଯ୍ୟନ୍ତ ୩୫୦୦୦ ଲୋକଙ୍କର ମୃତ୍ୟୁ ହୋଇସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.