ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ପ୍ୟାରିସ୍ ଅଲିମ୍ପିକ ୨୦୨୪: ହକିରେ ଆଜି ବଡ଼ ଲଢ଼େଇ, କ୍ୱାର୍ଟରରେ ବ୍ରିଟେନକୁ ଭେଟିବ ହର୍ମନପ୍ରୀତ ସେନା

ପ୍ୟାରିସ,୦୪/୦୮: ଭାରତୀୟ ପୁରୁଷ ହକି ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ଉନ୍ନତ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟରରେ ଚିରପ୍ରତିଦ୍ୱନ୍ଦ୍ୱୀ ଗ୍ରେଟ୍‌ ବ୍ରିଟେନ ସହ ଲଢ଼େଇ କରିବ। ଜିତିଲେ ପଦକ ଆଶା ଉଜ୍ଜୀବିତ ରହିବ, ପରାଜିତ ହେଲେ ଅଭିଯାନ ଶେଷ ହେବ । ତେଣୁ ଏ ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । 

ଗ୍ରୁପ୍‌ ବି’ରେ ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ପରାଜିତ କରି ମୋଟ୍‌ ୧୦ ପଏଣ୍ଟ ସହ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଥିଲା । ଟୋକିଓରେ  ବି ଭାରତ ଓ ଗ୍ରେଟ୍‌ ବ୍ରିନେଟ୍‌ ମୁହାଁମୁହିଁ  ହୋଇଥିଲେ। ଭାରତ ୩-୧ ଗୋଲରେ ଜିତି ସେମିରେ ପ୍ରବେଶ କରିଥିଲା । ଏଥର ବ୍ରିଟେନ ପ୍ରତିଶୋଧ ଅପେକ୍ଷାରେ ରହିଛି । ପୂର୍ବରୁ ଅଲିମ୍ପିକ୍ସରେ ଉଭୟ ଦଳ ୯ ଥର ମୁହାଁମୁହିଁ ହୋଇଛନ୍ତି । ବ୍ରିଟେନ ୪ଟି  ଏବଂ ଭାରତ ୩ ଜିତିଥିବାବେଳେ ୨ଟି ଡ୍ର’  ରହିଛନ୍ତି । ହର୍ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ  ଭାରତୀୟ ଦଳ ପ୍ୟାରିସ କିଛି ଚମତ୍କାର  କରିବେ ବୋଲି ଆଶା ରହିଛି।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.