ନୂଆଦିଲ୍ଲୀ – ପ୍ୟାରିସ୍ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ଖେଳାଳିଙ୍କ ଆକର୍ଷଣୀୟ ପ୍ରଦର୍ଶନ ଜାରି ରହିଛି। ୬ ସେପ୍ଟେମ୍ୱର (ଶୁକ୍ରବାର) ପୁରୁଷଙ୍କ ହାଇ ଜମ୍ପ/ଟି ୬୪ ପର୍ଯ୍ୟାୟରେ ଭାରତୀୟ ଆଥଲେଟ୍ ପ୍ରବୀଣ କୁମାର ( ଟି୪୪) ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପ୍ୟାରିସ୍ ପାରାଅଲିମ୍ପିକ୍ସରେ ଭାରତର ଏହା ୬ଷ୍ଠ ସ୍ୱର୍ଣ୍ଣ। ପ୍ରଥମ ଥର ଭାରତ ପାରାଅଲିମ୍ପିକ୍ସ ଖେଳରେ ୬ଟି ସ୍ୱର୍ଣ୍ଣ ପଦକ ଜିତିଛି। ଏହା ପୂର୍ବରୁ ଭାରତ ଟୋକିଓ ପାରାଅଲିମ୍ପିକ୍ସରେ ୫ଟି ସ୍ୱର୍ଣ୍ଣ ପଦକରେ କବଜା କରିଥିଲା।
୨୧ବର୍ଷିୟ ପ୍ରବୀଣ ୨.୦୮ ମିଟରର ବେଷ୍ଟ ଜମ୍ପ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଉକ୍ତ ଇଭେଣ୍ଟରେ ୟୁଏସଏର ଡେରିକ୍ ଲାକିଡେଣ୍ଟ ରୌପ୍ୟ ଓ ଉଜବେକିସ୍ତାନର ଟେମୁରବେକ ଗିୟାଜୋଭ କାଂସ୍ୟ ପଦକ ନିଜ ନାଁରେ କରିଛନ୍ତି। ଡେରେକଙ୍କର ବେଷ୍ଟ ୨.୦୬ ମିଟର ରହିଥିଲା। ସେପଟେ ଟେମୁରବେକ କାଂସ୍ୟ ଜିତିବା ପାଇଁ ୨.୦୩ ମିଟରର ବେଷ୍ଟ ଜମ୍ପ କରିଥିଲେ।
GOLD 🥇 No. 6 for India 🇮🇳
— Doordarshan Sports (@ddsportschannel) September 6, 2024
Praveen Kumar wins gold medal in the Men's High Jump T64 Finals with a best jump of 2.08m 💥#Paris2024 #Cheer4Bharat #Paralympics2024 @mansukhmandviya @MIB_India @PIB_India @IndiaSports @ParalympicIndia @PCI_IN_Official @Media_SAI @AkashvaniAIR… pic.twitter.com/gAhww5HNzB
ପ୍ରବୀଣ କୁମାରଙ୍କ ସ୍ୱର୍ଣ୍ଣ ପଦକ ସହ ପ୍ୟାରିସ୍ ପାରାଅଲିମ୍ପିକ୍ସ ୨୦୨୪ରେ ଭାରତର ପଦକ ସଂଖ୍ୟା ଏବେ ୨୬ ହୋଇ ସାଇଛି। ଭାରତ ଏବେ ସୁଦ୍ଧା ୬ଟି ସ୍ୱର୍ଣ୍ଣ , ୮ ରୌପ୍ୟ ଓ ୧୨ଟି କାଂସ୍ୟ ଜିତି ସାରିଛନ୍ତି। ଭାରତ ୨୬ଟି ପଦକ ସହ ମେଡାଲ ଗଣତିରେ ୧୪ ତମ ନମ୍ୱରକୁ ଆସି ସାରିଛନ୍ତି। ବର୍ତ୍ତମାନ ପାରାଅଲିମ୍ପିକ୍ସ ଗେମ୍ସର ଆଥଲେଟିକ୍ସରେ ଏହା ଭାରତର ୧୪ତମ ମେଡାଲ ରହିଛି।