ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିହାରରୁ ଲୋକସଭା ନିର୍ବାଚନ ଲଢ଼ିବେ ପବନ ସିଂହ, ଫେରାଇ ଦେଇଥିଲେ ବିଜେପି ଟିକେଟ୍

ପାଟନା: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ଭୋଜପୁରୀ ଅଭିନେତା ପବନ ସିଂହ ବଡ଼ ଘୋଷଣା କରିଛନ୍ତି । ବିହାରର କାରାକାଟ ଆସନରୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ପବନ ସିଂହ । ଲୋକସଭା ନିର୍ବାଚନକୁ ନେଇ ପବନ ସିଂହ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏହା ପୂର୍ବରୁ ବିଜେପି ତାଙ୍କୁ ପଶ୍ଚିମବଙ୍ଗର ଆସାନସୋଲ ଆସନରୁ ଟିକେଟ ଦେଇଥିଲା । ଟିକେଟ ମିଳିବା ପରେ ଆସାନସୋଲରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ ଭୋଜପୁରୀ ଷ୍ଟାର ପବନ ସିଂହ ।  

ପବନ ସିଂହ ଏକ୍ସରେ ଲେଖିଛନ୍ତି ଯେ, ‘ମାତା ଏହି ଭୂମିଠୁ ଅଧିକ ଭାରୀ । ମୁଁ ମୋ ମାକୁ ପ୍ରତିଶ୍ରୁତି ଦେଇଥିଲି ନିର୍ବାଚନ ଲଢ଼ିବି । ମୁଁ ନିଶ୍ଚୟ କରିଛି ୨୦୨୪ର ଲୋକସଭା ନିର୍ବାଚନ କାରାକାଟ, ବିହାରରୁ ଲଢ଼ିବି । ଜୟ ମାତା ଦୀ ।’ ତେବେ ଲୋକସଭା ନିର୍ବାଚନ ନେଇ ଘୋଷଣା ପୂର୍ବରୁ ପବନ ସିଂହ ବିଜେପିରେ ସାମିଲ ହୋଇଥିଲେ । ବିଜେପି ତାଙ୍କୁ ବିହାରରୁ ଟିକେଟ ଦେବ ବୋଲି ଅନୁମାନ କରାଯାଉଥିଲା । ହେଲେ‌ବିଜେପି ତାଙ୍କୁ ଆସାନସୋଲରୁ ଟିକେଟ ଦେବା ପରେ ସବୁ ଚର୍ଚ୍ଚାରେ ବିରାମ ଲାଗିଥିଲା । 

ସେପଟେ ଟିଏମସି ନେତା ବାବୁଲ ସୁପ୍ରିୟୋ ଲଗାତାର ପବନ ସିଂହଙ୍କୁ ଟାର୍ଗେଟ କରିଆସିଛନ୍ତି । ଏହାକୁ ନେଇ ପାଲଟା ଆକ୍ରମଣ କରୁଛନ୍ତି । ଏମିତି କୁହାଯାଉଥିଲା ଯେ, ପବନ ସିଂହ ଆସାନସୋଲରୁ ନିର୍ବାଚନ ଲଢ଼ିବା ପାଇଁ ମନସ୍ତ କରିପାରନ୍ତି । କିନ୍ତୁ ବିଜେପି ଏହି ଆସନରୁ ପ୍ରାର୍ଥୀ ବଦଳାଇବା ସହ ଏସଏସ ଆଲ୍ଲୁବାଲିଆଙ୍କୁ ଟିକେଟ ଦେଇଛି । ଆଉ ଏହା ପରେ ପବନ ସିଂହ ବିହାରରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । 

  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.