ଉଦଳା, ୨୯।୫ : ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧିନ ବେଲପାଳ ଗ୍ରାମରେ ଜମିଜମା ଗଣ୍ଡଗୋଳକୁ ନେଇ ଅଭାବନୀୟ ଘଟଣା ଘଟିଯାଇଛି । ଜମିଜମା ବିବାଦକୁ ନେଇ ଉତ୍ତେଜନା ଦେଖା ଦେବା ସହ ଲୋକଙ୍କ ଆକ୍ରୋଶର ଶିକାର ହୋଇଛି ପୋଲିସ। ଲୋକଙ୍କ ମାଡ଼ରେ ବେତନଟୀ ଏସଡିପିଓ ଓ ବଡ଼ସାହି ଆଇଆଇସି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ବଡସାହି ଓ ପରେ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଗାଡି ଭଙ୍ଗାରୁଜା କରିବା ସହ ଗ୍ରାମରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଫୋର୍ସ ମୃତୟନ କରାଯାଇଛି ।
ଆହୁରି ପଢନ୍ତୁ : ଜୁନ ୩ରୁ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ