ନୂଆଦିଲ୍ଲୀ,୬।୧୧: ଇସ୍ରାଏଲ ଓ ହମାସ ଭିତରେ ଚାଲିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କୁ ଫୋନ୍ କରି କଥା ହୋଇଛନ୍ତି। ମୋଦି ମିଡିଆ ଏକ୍ସରେ ଲେଖିଛନ୍ତି, ଇରାନର ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କୁ ଓ୍ବେଷ୍ଟ ଏସିଆରେ କଷ୍ଟକର ପରିସ୍ଥିତି ଓ ଇସ୍ରାଏଲ ହମାସ ସଂଘର୍ଷକୁ ନେଇ କଥା ହୋଇଛନ୍ତି। ଆତଙ୍କବାଦୀ ଘଟଣା ହିଂସା ଓ ନାଗରିକଙ୍କ ଜୀବନ ଯିବା ଗଭୀର ଚିନ୍ତାର ବିଷୟ।’
Good exchange of perspectives with President @raisi_com of Iran on the difficult situation in West Asia and the Israel-Hamas conflict. Terrorist incidents, violence and loss of civilian lives are serious concerns. Preventing escalation, ensuring continued humanitarian aid and…
— Narendra Modi (@narendramodi) November 6, 2023
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିବାଦ ବଢିବାକୁ ରୋକିବା, ନିରନ୍ତର ମାନବୀୟ ସହାୟତା ସୁନିଶ୍ଚିତ କରିବା ଓ ଶାନ୍ତି ଏବଂ ସ୍ଥିରତା ଶୀଘ୍ର ଆରମ୍ଭ କରିବା ଗୁରୁତ୍ବପୂର୍ଣ୍ଣ। ଆମେ ଦୁହେଁ ଚାବହାର ବନ୍ଦର ସହିତ ଆମର ଦ୍ବିପାକ୍ଷିକ ସହଯୋଗରେ ପ୍ରଗତିର ସ୍ବାଗତ କରିଛୁ।
ଉଲ୍ଲେଖନୀୟ ଯେ, ଇସ୍ରାଏଲ ଓ ହମାସ ଭିତରେ ୭ ଅକ୍ଟୋବରରୁ ଯୁଦ୍ଧ ଜାରି ରହିଛି। ୭ ଅକ୍ଟୋବରରୁ ଯୁଦ୍ଧ ଜାରି ରହିଛି। ହମାସ ଇସ୍ରାଏଲ ଉପରେ ଆଗ ରକେଟ୍ ମାଡ କରି ଯୁଦ୍ଧ ଆରମ୍ଭ କରିଥିଲା। ଏହି ଆକ୍ରମଣରେ ଇସ୍ରାଏଲର ୧୪୦୦ ଲୋକଙ୍କର ଜୀବନ ଯାଇଥିଲା। ସେଭଳି ନ୍ୟୁଜ ଏଜେନ୍ସି ଏପି ଗାଜାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କହିଛି, ପାଲେଷ୍ଟାଇନ୍ର ୧୦ ହଜାରରୁ ଅଧିକ ଲୋକ ନିହତ ହୋଇଛନ୍ତି।