ନୂଆଦିଲ୍ଲୀ,୩୧/୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀର ୨ ହଜାର ବୁଦ୍ଧିଜୀବୀ ତଥା ବିଶିଷ୍ଟ ବ୍ୟକ୍ତିଙ୍କୁ ଚିଠି ଲେଖିବା ପରେ ସମସ୍ତ ଭୋଟରଙ୍କ ନିମନ୍ତେ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏଥିରେ ସେ କହିଛନ୍ତି, ମୋ ପାଇଁ କାଶୀ ଭକ୍ତି, ଶକ୍ତି ଓ ବୈରାଗ୍ୟର ନଗରୀ । କାଶୀ ବିଶ୍ୱର ସାଂସ୍କୃତିକ ରାଜଧାନୀ, ସଙ୍ଗୀତର ଭୂମି । ଜୁନ୍ ୧ରେ ହେବାକୁ ଥିବା ମତଦାନକୁ ନେଇ ମୋଦି ଲେଖିଛନ୍ତି, ଏହି ଦିନକୁ କାଶୀ ଭୋଟରମାନେ ରେକର୍ଡ ବନାନ୍ତୁ । ପ୍ରତ୍ୟେକ ବୁଥ୍ରେ ଯୁବ ଉତ୍ସାହ ଦେଖିବାକୁ ମିଳୁ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାରାଣସୀର ପ୍ରାୟ ୯୩ ହଜାର ୫ ଶହ ପ୍ରଥମ ଥର ଭୋଟରଙ୍କୁ ଏକ ଚିଠି ଓ ପ୍ରମାଣପତ୍ର ପଠାଇଥିଲେ । ଏଥିରେ ଭୋଟ ଦେବା ପାଇଁ ସେ ସମସ୍ତଙ୍କୁ ଅପିଲ୍ କରିଥିଲେ।
ପୁଣି କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ; ଭ...