ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ସୈନିକଙ୍କ ସହ ଦିୱାଲୀ ପାଳିବାକୁ ହିମାଚଳ ପ୍ରଦେଶର ଲେପ୍ଚାରେ ପହଞ୍ଚିଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶର ସୈନିକମାନଙ୍କ ସହ ଦିୱାଲୀ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୀମାରେ ପହଞ୍ଚିଥାନ୍ତି । ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ହିମାଚଳ ପ୍ରଦେଶରେ ସୈନିକ ମାନଙ୍କ ସହ ଦିୱାଲୀ ପାଳନ କରିବାକୁ ଯାଇଛନ୍ତି । ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଥର ଦେଶର ସୈନିକମାନଙ୍କ ସହିତ ଦିୱାଲୀ ପର୍ବ ପାଳନ କରିବାକୁ ଆସୁଛନ୍ତି । 

 ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ସିଆଚେନ୍ ଗ୍ଲାସିଅର୍ ଯାଇ ସୈନିକ ମାନଙ୍କ ସହ ଦୀପାବଳି ପାଳନ କରିଥିଲେ । ୨୦୧୫ ମସିହାରେ ପଂଜାବର ଅମୃତସରରେ ସୈନିକମାନଙ୍କ ସହିତ ଦିୱାଲୀ ପାଳନ କରିଥିଲେ । ଏହା ପରେ, ୨୦୧୬ରେ, ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର କିନ୍ନୌର ସହରରେ ସୈନିକମାନଙ୍କ ସହ ଦିୱାଲୀ ପାଳନ କରିଥିଲେ । ଏହା ପରେ, ୨୦୧୭ରେ ପ୍ରଧାନମନ୍ତ୍ରୀ କାଶ୍ମୀରର ଗୁରେଜରେ, ୨୦୧୮ରେ ଉତ୍ତରାଖଣ୍ଡର କେଦାରନାଥରେ ଏବଂ ୨୦୧୯ ରେ ଜାମ୍ମୁ ରାଜୌରୀରେ ସେନା କର୍ମଚାରୀଙ୍କ ସହ ଦିୱାଲୀ ପାଳନ କରିଥିଲେ।

 ସେହିଭଳି ୨୦୨୦ରେ, ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନର ଜୈସଲମେରରେ ଦିୱାଲୀ ପାଳନ କରିଥିଲେ, ୨୦୨୧ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୌରୀ ଜିଲ୍ଲାର ନୌଶହରା ଏବଂ ୨୦୨୨ମସିହାରେ କାର୍ଗିଲରେ ସୈନିକମାନଙ୍କ ସହ ଦିୱାଲୀ ପାଳନ କରିଥିଲେ।

 ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, "ଦେଶର ସମସ୍ତ ପରିବାର ସଦସ୍ୟଙ୍କୁ ଦିୱାଲୀ ଶୁଭେଚ୍ଛା । ଏହି ବିଶେଷ ପର୍ବ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣନ୍ତୁ ।"




 

 

Copyright © 2022 - Summa Real Media Private Limited. All Rights Reserved.