ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେବେ ଏବଂ କେଉଁଠି ହେବ ମୋଦୀଙ୍କ ଶପଥ ଗ୍ରହଣ? କେଉଁ ଦେଶର ନେତାଙ୍କୁ ମିଳିଛି ନିମନ୍ତ୍ରଣ?

Image source: NDTV

ନୂଆଦିଲ୍ଲୀ,୦୮/୦୬: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳରେ ସଂଖ୍ୟାଗରିଷ୍ଠତା ହାସଲ କରିବା ଏବଂ ଏନଡିଏର ନେତା ଭାବରେ ନିର୍ବାଚିତ ହେବା ପରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଶପଥ ଗ୍ରହଣ ପାଇଁ ନିମନ୍ତ୍ରଣ କରିଛନ୍ତି। ଏଥର ଏନଡିଏ ସହଯୋଗୀ ଦଳର ନେତାମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟରେ ଅଗ୍ରାଧିକାର ଦିଆଯିବ। ବିଜେପି ବ୍ୟତୀତ ଟିଡିପି, ଜେଡିୟୁ, ଏନସିପି, ଶିବସେନା, ଏଲଜେପି ରାମ ବିଳାଶ, ଜନସେନା ପାର୍ଟି ଏବଂ ଅନ୍ୟ ଦଳ ତଥା ସ୍ବାଧୀନ ସାଂସଦମାନେ ମଧ୍ୟ ଏହି ମିଳିତ ମେଣ୍ଟରେ ରହିଛନ୍ତି।

ସୂଚନାଥାଉକି ଲୋକସଭା ନିର୍ବାଚନ ପରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ତୃତୀୟ ଥର ପାଇଁ କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ଜୁନ୍ ୯ ତାରିଖ ରାତି ୦୭.୧୫ ରେ ଶପଥ ଗ୍ରହଣ କରାଇବେ। କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଐତିହାସିକ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦେଶର ପ୍ରତିଷ୍ଠିତ ବ୍ୟକ୍ତିତ୍ବଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ସାମିଲ ହେବେ। 

ବିଦେଶୀ ଅତିଥି: 

ଏହି କାର୍ଯ୍ୟକ୍ରମରେ ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମାସିଙ୍ଘେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ, ଭୁଟାନର ରାଜା ଜିମ୍ମେ ଖେସର ନାମଗ୍ୟାଲ ୱାଙ୍ଗଚୁକ୍, ସେସେଲ୍ସର ଉପରାଷ୍ଟ୍ରପତି ଅହମ୍ମଦ ଆଫୀଫ ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନ୍ନାଥ ଯୋଗଦେବେ ବୋଲି ଆଶା କରାଯାଉଛି। 

ଭାରତୀୟ ଅତିଥି: 

ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱ ଯେପରିକି ଆଇନଜୀବୀ, ଡାକ୍ତର, କଳାକାର, ସାଂସ୍କୃତିକ କଳାକାର ଏବଂ ପ୍ରଭାବଶାଳୀ ବ୍ୟକ୍ତି ଭାରତ ପକ୍ଷରୁ ଯୋଗ ଦେବେ। ଏଥିରେ ବିକଶିତ ଭାରତର ରାଷ୍ଟ୍ରଦୂତ, କେନ୍ଦ୍ର ସରକାରୀ ଯୋଜନାର ହିତାଧିକାରୀ, ଆଦିବାସୀ ମହିଳା ଏବଂ ପରିମଳ କର୍ମଚାରୀମାନେ ରହିଛନ୍ତି। ଏଥିସହିତ ଭାରତର ୫୦ଟି ପ୍ରମୁଖ ଧାର୍ମିକ ଅନୁଷ୍ଠାନର ସନ୍ଥ ତଥା ଗୁରୁଜୀମାନେ ଯୋଗଦେବେ। କେବଳ ଏତିକି ନୁହେଁ, ମନ୍‌ କି ବାତ୍‌ରେ ବିଶେଷ ଅବଦାନ ପାଇଁ ମୋଦୀ ଯେଉଁମାନଙ୍କୁ ସମ୍ମାନିତ କରିଥିଲେ, ସେମାନଙ୍କୁ ମଧ୍ୟ ଏହି ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି ବୋଲି କୁହାଯାଉଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.