ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ପଲିଥିନରେ ଲାଗୁନି ରୋକ୍‌, ଜୀବିକା ହରାଇଛନ୍ତି ଠୁଙ୍ଗା ବ୍ୟବସାୟୀ

ମଇଁନ୍ଦା,୦୭/୦୯: ପଲିଥିନ ବ୍ୟବହାରରେ ଅଙ୍କୁଶ ଲାଗୁନି । ସବୁଠି ଗଦା ଗଦା ପଲିଥିନ ଦେଖିବାକୁ ମିଳୁଛି ।  ମାଟିରେ ମିଶୁନଥିବାରୁ ପରିବେଶ ଦୂଷିତ ହେଉଛି । ଗୋରୁ  ଗାଈ ଖାଇ ରୋଗରେ ପଡ଼ୁଛନ୍ତି । ପଲିଥିନ ବନ୍ଦ କରିବାକୁ  ସରକାର ଯେଉଁ ଆଦେଶ ଦେଇଥିଲେ ତାହା ବାସ୍ତବରେ  ପାଳନ ହେଉନାହିଁ । ବିଶେଷଭାବେ ବିଞ୍ଝାରପୁର ବ୍ଲକରେ  ବହୁଳ ମାତ୍ରାରେ ପଲିଥିନ ବ୍ୟବହାର କରାଯାଉଛି । କେହି ବାରଣ କରୁନଥିବାରୁ ବଜାରରେ ବିଭିନ୍ନ ସ୍ଥାନରେ କୁଢ଼  କୁଢ଼ ହୋଇ ପଡ଼ି ରହିଛି । 

ପଲିଥିନ ବ୍ୟବହାରେ ଅଙ୍କୁଶ ଲଗାଇବାକୁ ପାଇଁ ଉଚ୍ଚ  ନ୍ୟାୟାଳୟ ପକ୍ଷରୁ ୨୦୦୨ରେ ନିର୍ଦ୍ଦେଶ ଦିଆ ଯାଇଥିଲା ।  ଏହାକୁ ପାଳନ ନକରିଲେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ  ନିଆଯିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।  ଉଚ୍ଚ ନ୍ୟାୟାଳୟ ଆଦେଶକୁ ରାଜ୍ୟ ସରକାର ଅନୁପାଳନ କରି  ପଲିଥିନ ବ୍ୟବହାର ପାଇଁ ନିଷେଧାଜ୍ଞା ଜାରି କରିଛନ୍ତି । ମାତ୍ର  ନିର୍ଦ୍ଦେଶାନାମାକୁ ୨୧ବର୍ଷ ବିତିଥିଲେ ବି ବାସ୍ତବ କ୍ଷେତ୍ରରେ  ତାହା କାର୍ଯ୍ୟକ୍ଷମ ହୋଇ ନାହିଁ । ୨୦୧୮ ଅକ୍ଟୋବର ୨ତାରିଖ  ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ୬ଟି ସହର ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା ଓ ବ୍ରହ୍ମପୁର  ପଲଥିନ ବ୍ୟବହାର ନକରିବାକୁ  ଆଦେଶ ଦିଆଯିବା ସହିତ  ୨୦୨୦ ଅକ୍ଟୋବର  ୨ତାରିଖରୁ ସାରା  ରାଜ୍ୟକୁ ପଲିଥିନ  ଓ ପ୍ଲାଷ୍ଟିକ ମୁକ୍ତ  କରିବା ପାଇଁ ରାଜ୍ୟ  ସରକାର ଘୋଷଣା  କରିଥିଲେ । ମାତ୍ର  ଏବେ ସୁଦ୍ଧା ପଲିଥିନ  ବ୍ୟବହାର ଓ ବ୍ୟବସାୟ  ଖୋଲାଖୋଲିଭାବେ ଚାଲୁ  ରହିଛି ।

ବିଞ୍ଝାରପୁର ବ୍ଲକ ୨୯  ଗୋଟି ପଞ୍ଚାୟତକୁ ନେଇ ଗଠିତ । ବଜାରରେ ପ୍ରତିଦିନ  ୩କ୍ୱିଣ୍ଟାଲରୁ ୫କ୍ୱିଣ୍ଟାଲ ପଲିଥିନ ବ୍ୟବହାର କରାଯାଉଛି । ତେଜରାତି ଦୋକାନରୁ ଆରମ୍ଭ କରି ଡ୍ରେସ୍‌  ଦୋକାନ,ପନିପରିବା, ମିଠାଦୋକାନ, ମାଛ,  ମାଂସ, ପାନ ଦୋକାନ, ଫଳ ଦୋକାନରେ  ଯେ କୌଣସି ଗ୍ରାହକଙ୍କୁ ପଲିଥିନରେ  ସାମଗ୍ରୀ ଦିଆଯାଉଛି । ବ୍ଲକରେ  ୧୦ଥର ସାପ୍ତାହିକ ହାଟ ମଧ୍ୟ  ବସୁଥିବାରୁ ଏଠାରେ ଖୁଲମଖୁଲା ପଲିଥିନ ବ୍ୟବହାର କରାଯାଇ  ରାସ୍ତା ଘାଟରେ ଜମା ହେଉଛି ।  ପଲିଥିନ ଖାଇ ଗୃହପାଳିତ  ପଶୁଙ୍କର ପାଚନ ଶକ୍ତି ନଷ୍ଟ ହେଉଛି । 

ପଲିଥିନ ବ୍ୟବହାର ଯୋଗୁ ଛୋଟ  ଛୋଟ ଠୁଙ୍ଗା ବ୍ୟବସାୟୀ ପ୍ରଭାବିତ  ହେଉଛନ୍ତି । କାଗଜ ଠୁଙ୍ଗାର ବ୍ୟବହାର  ଲୋପ ପାଇବାକୁ ବସିଲାଣି । ପଲିଥିନ ବ୍ୟବହାରରେ  କେବେ ସମ୍ପୂର୍ଣ୍ଣ ଅଙ୍କୁଶ ଲାଗିବ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି  କରିଛି । ବିଞ୍ଝାରପୁର ଅଞ୍ଚଳର ସେକ୍‌ ଅକ୍ତର ଅଲ୍ଲୀ, ମଣି  ପାତ୍ର, ସାଉଁଟି ବେହେରା ପ୍ରମୁଖ ଖବର କାଗଜ, ଲେଖା  ଖାତା, ପେଟି, ପୁରୁଣା ବହୁ ଅନ୍ୟତ୍ର ଆଣି ଠୁଙ୍ଗା ତିଆରି  କରି ବଜାରରେ ବିକ୍ରି କରନ୍ତି । ଏଥିରୁ ଯାହା ରୋଜଗାର  ହୁଏ ସେଥିରେ ପରିବାର ଚଳିଯାଏ । ବଜାରରେ ବହୁଳ  ମାତ୍ରାରେ ପଲିଥିନ ବ୍ୟବହାର ହେଉଥିବାରୁ ଏମାନଙ୍କ  ବେଉସା ବୁଡ଼ିବାକୁ ବସିଲାଣି । ଆଗକୁ ପଲିଥିନ  ବ୍ୟବହାର ବନ୍ଦ ନହେଲେ ତାଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ  ହୋଇଯିବ ବୋଲି ପ୍ରକାଶ କରିଛନ୍ତ । ସେହିପରି ମଇଁନ୍ଦା,  ସୟଦପୁର, ବିଞ୍ଝାରପୁର, ପ୍ରୀତିପୁର, ଉତ୍ତଙ୍ଗରା ବଜାର  କିଛି ଦୋକାନୀଙ୍କୁ ପଚାରିବାରୁ ସେମାନେ କହନ୍ତି ଠୁଙ୍ଗାରେ  ଜିନିଷ ଦେଲେ ଗ୍ରାହକ ଅସନ୍ତୋଷ ପ୍ରକାଶ କରୁଛନ୍ତି ।  ଏହା ଘରେ ପହଞ୍ଚିବା ପୂର୍ବରୁ ନଷ୍ଟ ହୋଇଯାଉଛି ।  ସେଥିପାଇଁ ଆମେ ପଲିଥିନରେ ଦେବାକୁ ବାଧ୍ୟ ହେଉଛୁ ।

Copyright © 2022 - Summa Real Media Private Limited. All Rights Reserved.