ପ୍ରମୂଖ ଖବର
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ଜୋ ବାଇଡେନଙ୍କ ସହ ଟେଲିଫୋନ୍‌ରେ କଥା ନରେନ୍ଦ୍ର ମୋଦି, ୟୁକ୍ରେନରେ ଶାନ୍ତି ଓ ସ୍ଥିରତା ଉପରେ ଆଲୋଚନା

ନୂଆଦିଲ୍ଲୀ,୨୭/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି । ଉଭୟ ନେତା ଭାରତ- ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଏବଂ କ୍ୱାଡ  ଉପରେ ବିସ୍ତୃତ ଆଲୋଚନା କରିଥିଲେ ।  ସେହିଭଳି ୟୁକ୍ରେନ ସମେତ ବିଶ୍ୱର ବିଭିନ୍ନ  ପ୍ରସଙ୍ଗ ଉପରେ ସେମାନଙ୍କ ଭିତରେ ଆଲୋଚନା  ହୋଇଥିଲା । 

ୟୁକ୍ରେନରେ ଶାନ୍ତି ଓ ସ୍ଥିରତା ପାଇଁ ଭାରତର ସମର୍ଥନ ସମ୍ପର୍କରେ ମଧ୍ୟ ମୋଦି ଦୋହରାଇଥିଲେ । ଉଭୟ ନେତାଙ୍କ  ଭିତରେ ବାଂଲାଦେଶର ସାମ୍ପ୍ରତିକ ରାଜନୈତିକ  ପରିସ୍ଥିତି ଉପରେ ଚର୍ଚ୍ଚା ହୋଇଥିଲା । ସେମାନେ  ବାଂଲାଦେଶରେ ତୁରନ୍ତ ସ୍ଥିତି ସ୍ୱାଭାବିକ ହେବା  ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ବାଂଲାଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିରେ  ତୁରନ୍ତ ସୁଧାର ଅଣାଯିବା ଏବଂ ସଂଖ୍ୟାଲଘୁ ବିଶେଷକରି ହିନ୍ଦୁଙ୍କ ବିରୋଧରେ ହେଉଥିବା ହିଂସା ବନ୍ଦ କରିବା ଉପରେ ଉଭୟ ମୋଦି ଓ  ବାଇଡେନ ଜୋର୍‌ ଦେଇଥିଲେ । ମୋଦି ତାଙ୍କର  ୟୁକ୍ରେନ ଗସ୍ତ ସମ୍ପର୍କରେ ବାଇଡେନଙ୍କୁ ମଧ୍ୟ ଅବଗତ କରିଥିଲେ । ବାଇଡେନଙ୍କ ସହ କଥା  ହୋଇଥିବା ନେଇ ମୋଦି ତାଙ୍କ ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ।

  • PrameyaOdia
  • prameya
  • pm narendra modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.