ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ହାତୀଙ୍କ ସୁରକ୍ଷା ପାଇଁ ସଚେତନ କାର୍ଯ୍ୟକ୍ରମ, ପ୍ରତ୍ୟେକ ରେଞ୍ଜରେ ଗଠନ ହୋଇଛି ଗଜ ସାଥି

ଗଞ୍ଜାମ, ୪।୦୨: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଜଗନ୍ନାଥ ପ୍ରସାଦ ରେଞ୍ଜରେ ହାତୀଙ୍କ ସୁରକ୍ଷା ପାଇଁ ସଚେତନ କାର୍ଯ୍ୟକ୍ରମ । ସେଭ୍ ଏଲିଫ୍ୟାଣ୍ଟ ଫାଉଣ୍ଡେସନ୍ ପକ୍ଷରୁ ଏହାର ପ୍ରତିଷ୍ଠାତା ତଥା ଲୋକଯୁକ୍ତ ସଭ୍ୟ ଦେବବ୍ରତ ସ୍ୱାଇଁ ଜଗନ୍ନାଥ ପ୍ରସାଦଠାରେ ପହଁଞ୍ଚି ହାତୀଙ୍କ ସୁରକ୍ଷା ପ୍ରତି ସମସ୍ତଙ୍କୁ ସଚେତନ କରାଇଥିଲେ । ଘୁମୁସର ଜଙ୍ଗଲରେ ସଦା ସର୍ବଦା ହାତୀଙ୍କ ଚଳପ୍ରଚଳ ରହୁଥିବାରୁ ଏଠି ପ୍ରତ୍ୟେକ ରେଞ୍ଜରେ ଗଜ ସାଥି ଗଠନ କରାଯାଇଛି । 

ଏଥିସହ ସେମାନଙ୍କୁ ହାତୀ ବିଷୟରେ ସ୍ୱତନ୍ତ୍ର ଶିକ୍ଷା ଦିଆଯାଉଛି । ଯାହା ହାତୀର ଗତିବିଧକୁ ଲକ୍ଷ ରଖିବା, ହାତୀ ବିଷୟରେ ଲୋକଙ୍କୁ ଜଣାଇବା, ହାତୀ ଫସଲ ଖାଇବା ସମୟରେ ତାକୁ ସୁରକ୍ଷିତ ଘଉଡ଼ାଇବା ଓ ହାତୀ ଫସଲ କ୍ଷତି କଲେ ତା’ର କ୍ଷତିପୂରଣ କିପରି ପ୍ରଦାନ କରାଯିବ ତା’ ଉପରେ ଅଧିକ ସଚେତନ କରାଯାଇଛି । ଉତ୍ତର ଘୁମୁସରର ଉଭୟ ବନଖଣ୍ଡର ଡିଏଫ୍‌ଓ ଉପସ୍ଥିତ ରହିବା ସହିତ ଗଞ୍ଜାମ ଆର୍‌ସିସି ଡକ୍ଟର ସଞ୍ଜୟ କୁମାର ସ୍ୱାଇଁ ଯୋଗ ଦେଇ ହାତୀଙ୍କ ସୁରକ୍ଷା ଦିଗରେ ଅଧିକ ଗୁରୁତ୍ୱ ଦେଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.