ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଣେ ପୋର୍ଶ ଦୁର୍ଘଟଣା ମାମଲାରେ ପୁଲିସର ବଡ଼ ସୂଚନା :ଅଭିଯୁକ୍ତ ନାବାଳକର ରକ୍ତ ନମୂନାକୁ ଡଷ୍ଟବିନ୍‌ରେ ଫିଙ୍ଗିଛନ୍ତି ଡାକ୍ତର

ପୁଣେ – ପୁଣେ ପୁଲିସ ସୋମବାର ଦିନ ଦେଇଛି ଏକ ଆଶ୍ଚର୍ଯ୍ୟକର ସୂଚନା। ସରକାରୀ ସସୁନ ଜେନେରାଲ ହସ୍ପିଟାଲର ଡାକ୍ତରଙ୍କ ଚଞ୍ଚକତାର ଖୁଲାସା। ଗତ ସପ୍ତାହରେ ପୋର୍ଶ କାରରେ ଦୁଇ ଯୁବ ଇଞ୍ଜିନିୟରଙ୍କୁ ଚାପି ଦେଇଥିବା ଅଭିଯୁକ୍ତ ନାବାଳକର ସଂଗ୍ରହ କରିଥିବା ବ୍ଲଡ୍‌ ସାମ୍ପଲ (ରକ୍ତ ନମୂନା)କୁ ଡଷ୍ଟବିନରେ ଫିଙ୍ଗି ଦେଇଥିଲେ ଏହୁ ଡାକ୍ତର। ଏହାପରେ  ଅନ୍ୟ ଜଣେ ବ୍ୟକ୍ତିଙ୍କର ବ୍ଲଡ ସାମ୍ପଲ ଫୋରେନ୍ସିକ ଲ୍ୟାବକୁ ପଠାଇ ଥିଲେ। 

ପୁଣେର ପୁଲିସ କମିଶନର ଅମିତେଶ କୁମାର ସୋମବାର କହିଥିଲେ କି , ସସୁନ ହସ୍ପିଟାଲର ଫୋରେନ୍ସିକ୍‌ ମେଡିସିନ ବିଭାଗର ପ୍ରମୁଥ ଡା. ଅଜୟ ଟାୱରେ ଓ ଡା. ଶ୍ରୀହରି ହରନୋଲଙ୍କୁ ନାବାଳକର ରକ୍ତ ନମୂନା ବଦଳାଇବାର ଅଭିଯୋଗରେ ଗିରଫ କରାଯାଇଛି।

କୁମାର କହିଛନ୍ତି କି ,ପୁନେ ପୋର୍ଶ ମାମଲାରେ ତାଙ୍କର ଯାଞ୍ଚରୁ ଜଣାପଡିଛି କି ଡା. ହରନୋଲ ନାବାଳକଙ୍କ ରକ୍ତ ନମୂନା ସଂଗ୍ରହ କରିଥିଲେ ଏବଂ ତାଙ୍କୁ ସସୁନ ହସ୍ପିଟାଲର ଡଷ୍ଟବିନରେ ଫିଙ୍ଗି ଦେଇ ଥିଲେ। ପୁଣି ଡା. ଟାୱରେଙ୍କ ସହ ଜଡ଼ିତ ଅପରାଧିକ ଷଡଯନ୍ତ୍ର ଅନୁସାରେ, କୌଣସି ଅନ୍ୟ ବ୍ୟକ୍ତିଙ୍କ ରକ୍ତ ନମୂନା ନିଆ ଯାଇଥିଲା ଏବଂ ନାବାଳକର ନାଁରେ ଫୋରେନ୍ସିକ ଲ୍ୟାବ୍‌କୁ ପଠାଇ ଦିଆଯାଇ ଥିବା କୁମାର କହିଛନ୍ତି।

ପୁଲିସ କମିଶନର କହିଛନ୍ତି କି ଏହି ଦୁଇ ଡାକ୍ତରଙ୍କୁ ସକାଳୁ ସକାଳୁ ଗିରଫ କରି ନିଆ ଯାଇଛି ଏବଂ ତାଙ୍କ ଉପରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୧୨୦ ବି (ଅପରାଧିକ ଷଡ଼ଯନ୍ତ୍ର), ୪୬୭ ( ଚକ୍ରାନ୍ତ), ୨୦୧ (ସାକ୍ଷ୍ୟ ନଷ୍ଟ କରିବା ), ୨୧୩ ( ଅପରାଧିକୁ ସଜାରୁ ରକ୍ଷା କରିବାକୁ  ଉପହାର ବା ଆଉ କିଛି ନେବା) ଓ ୨୧୪ (ଅପରାଧିକୁ ବଞ୍ଚାଇବା ପାଇଁ ଉପହାର ବା ସଂପତ୍ତି ଫେରେଇବାକୁ ପ୍ରସ୍ତାବ )  ଅନୁସାରେ ଅଭିଯୋଗ ଲଗାଯାଇଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.